Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Sports

ଇଂଲଣ୍ଡ ବିପକ୍ଷ  ଦ୍ୱିତୀୟ ଟେଷ୍ଟରେ ଜିତିଲା ଭାରତ

Banajyotshna Ray
Browse all articles by Banajyotshna Ray
·2 years ago·1 min read
ଇଂଲଣ୍ଡ ବିପକ୍ଷ  ଦ୍ୱିତୀୟ ଟେଷ୍ଟରେ ଜିତିଲା ଭାରତ

ଅର୍ଗସ ବ୍ୟୁରୋ:  ବିଶାଖାପାଟଣା ଟେଷ୍ଟରେ ଭାରତର ବୃହତ ବିଜୟ । ଇଂଲଣ୍ଡ ବିପକ୍ଷ  ଦ୍ବିତୀୟ ଟେଷ୍ଟରେ ଜିତିଲା ଭାରତ । ଇଂଲଣ୍ଡକୁ ୧୦୬ ରନରେ ହରାଇଲା ରୋହିତ ବାହିନୀ । ଦ୍ବିତୀୟ ପାଳିରେ ୩୯୯ ରନର ଟାର୍ଗେଟକୁ ପିଛା କରି ଇଂଲଣ୍ଡ ୨୯୨ ରନ୍‌ରେ ଅଲଆଉଟ୍ ହୋଇଥିଲା ଭାରତ ପକ୍ଷରୁ ବୁମରାହ ଓ ଅଶ୍ବିନୀଙ୍କ ଦମଦାର ବୋଲିଂ ଯୋଗୁଁ ଭାରତ ବିଜୟୀ ହୋଇଛି । । ୫ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଏବେ 1-1ରେ ବରାବର ରହିଛି ।  ପ୍ରଥମ ଇଂନିସରେ ଭାରତର ସମସ୍ତ ବ୍ୟାଟ୍ସମ୍ୟାନ ବିଫଳ ହୋଇଥିବା ବେଳେ କେବଳ ଯଶସ୍ବୀ ଜୟସ୍ବାଲ ୨୦୯ ରନର ବିଶାଳ ପାଳି ଖେଳି ଦଳୀୟ ସ୍କୋରକୁ ୩୯୬ରେ ପହଞ୍ଚାଇଥିଲେ ।

ସେହିପରି ଦ୍ବିତୀୟ ପାଳିରେ ଶୁଭମନ ଗିଲଙ୍କ ଶତକ ଯୋଗୁଁ ଭାରତ ୨୫୫ ରନ କରିବାରେ ସକ୍ଷମ ହୋଇଥିଲା । ତେବେ ୩୯୯ ରନ ଟାର୍ଗେଟ୍ କୁ ପିଛା କରି ୨୯୨ରେ ଅଲ୍‌ ଆଉଟ୍‌ ହୋଇଯାଇଥିଲା ପୂରା ଟିମ୍‌ । ଦୁଇଟି ପାଳିରେ ମୋଟ ୯ଟି ୱିକେଟ୍‌ ନେଇଥିବା ବୁମରାଙ୍କୁ ପ୍ଲେୟାର ଅଫ ଦି ମ୍ୟାଚ୍‌ ଘୋଷଣା କରାଯାଇଛି ।

ଅଧିକ ପଢ଼ନ୍ତୁ ଖେଳ ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
India vs England 2nd Test Day 4: IND win the match by 106 runs | Argus News