Videos
|
Sports

ଇଂଲଣ୍ଡ ଠାରୁ ୩୨୨ ରନ୍ ଆଗରେ ରହିଛି ଭାରତ

Banajyotshna Ray
Browse all articles by Banajyotshna Ray
·2 years ago·1 min read
ଇଂଲଣ୍ଡ ଠାରୁ ୩୨୨ ରନ୍ ଆଗରେ ରହିଛି ଭାରତ

ଅର୍ଗସ ବ୍ୟୁରୋ:  ଇଂଲଣ୍ଡ ବିପକ୍ଷ ତୃତୀୟ ଟେଷ୍ଟରେ ମଜବୁତ ସ୍ଥିତିରେ ଅଛି ଭାରତ। ତୃତୀୟ ଦିନ ଷ୍ଟମ୍ପ୍ ଅପସାରଣ ସୁଦ୍ଧା ଦଳ ୨ ୱିକେଟ ହରାଇ ୧୯୬ ରନ୍ କରିଛି। ଫଳରେ ଦଳ ଇଂଲଣ୍ଡ ଠାରୁ ୩୨୨ ରନ୍ ଆଗରେ ରହିଛି। ଶନିବାର ଦ୍ବିତୀୟ ପାଳି ଆରମ୍ଭ କରି ଇଂଲିଶ ଟିମ୍ ୩୧୯ ରନରେ ଅଲଆଉଟ୍ ହୋଇ ଯାଇଥିଲା। ଫଳରେ ପୂର୍ବରୁ ୪୪୫ ରନ୍ କରିଥିବା ଟିମ୍ ଇଣ୍ଡିଆ ୧୨୬ ରନ୍ ଆଗରେ ରହିଥିଲା। ଭାରତ ଦ୍ବିତୀୟ ଇନିଂସରେ ଏହାପରେ ଯଶସ୍ବୀଙ୍କ ଶତକ ଓ ଗିଲ ଅର୍ଦ୍ଧଶତକରେ ବଡ ସ୍କୋର କରିବାର ସମ୍ଭାବନା ରହିଛି। ଏହାପରେ ଯଶସ୍ବୀ ୧୦୪ ରନ୍ କରିଥିବା ବେଳେ ରିଟାର୍ଡ ହର୍ଟ ନେଇ ଯାଇଥିଲେ। ତୃତୀୟ ଦିନର ଖେଳ ଶେଷ ସୁଦ୍ଧା ଗିଲ୍ ୬୫ ରନ୍ ଏବଂ କୁଳଦୀପ ୩ ରନ୍ କରି ଅପରାଜିତ ଥିଲେ।

ତୃତୀୟ ଦିନରେ ପୁନର୍ବାର ପାଳି ଆରମ୍ଭ କରିଥିବା ଇଂଲଣ୍ଡ ଟିମ୍ ଭାରତୀୟ ବୋଲରଙ୍କ ଘାତକ ବୋଲିଂର ଶିକାର ହୋଇଥିଲେ। ଶିରାଜ, ଜାଡେଜା, ବୁମରା ଓ କୁଳଦୀପ ଗୋଟିଏ ପରେ ଗୋଟିଏ ୱିକେଟ୍ ନେଇ ଇଂଲିଶ ବାହିନୀଙ୍କୁ ଲଞ୍ଚ୍ ପୂର୍ବରୁ ଅଲ୍ ଆଉଟ୍ କରି ନେଇଥିଲେ। ମହମ୍ମଦ ସିରାଜଙ୍କୁ ସର୍ବାଧିକ ୪ଟି ୱିକେଟ ମିଳିଥିବା ବେଳେ ଜାଡେଜା ଓ କୁଳଦୀପ ଦୁଇଟି ଲେଖାଏଁ ୱିକେଟ୍ ନେଇଛନ୍ତି ଏବଂ ବୁମରାଙ୍କ ଖାତାରେ ଗୋଟିଏ ୱିକେଟ୍ ରହିଛି।

ଅଧିକ ପଢ଼ନ୍ତୁ ଖେଳ ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
India vs England, 3rd Test | Argus News