Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Sports

ତେନ୍ଦୁଲକର-ଆଣ୍ଡରସନ୍ ଟେଷ୍ଟ୍ ଶୃଙ୍ଖଳାର ତୃତୀୟ ମୁକାବିଲା

Smruti Parija
Browse all articles by Smruti Parija
·1 year ago·1 min read
ତେନ୍ଦୁଲକର-ଆଣ୍ଡରସନ୍ ଟେଷ୍ଟ୍ ଶୃଙ୍ଖଳାର ତୃତୀୟ ମୁକାବିଲା

Key Points

ତେନ୍ଦୁଲକର-ଆଣ୍ଡରସନ୍ ଟେଷ୍ଟ୍ ଶୃଙ୍ଖଳାର ତୃତୀୟ ମୁକାବିଲା

ଆଜିଠାରୁ ଭାରତ ଓ ଇଂଲଣ୍ଡ ଐତିହାସିକ ଲର୍ଡସ ଷ୍ଟାଡିୟମ୍‌ରେ ହେବେ ମୁହାଁମୁହିଁ

ଲର୍ଡସରେ ଭାରତ ଓ ଇଂଲଣ୍ଡ ପରସ୍ପର ବିପକ୍ଷରେ ୧୯ଟି ଟେଷ୍ଟ୍ ଖେଳିଛନ୍ତି

ତେନ୍ଦୁଲକର-ଆଣ୍ଡରସନ୍ ଟେଷ୍ଟ୍ ଶୃଙ୍ଖଳାର ତୃତୀୟ ମୁକାବିଲାରେ ଆଜିଠାରୁ ଭାରତ ଓ ଇଂଲଣ୍ଡ ଐତିହାସିକ ଲର୍ଡସ ଷ୍ଟାଡିୟମ୍‌ରେ ମୁହାଁମୁହିଁ ହେବେ। ଏଥି ପାଇଁ ଭାରତ ଓ ଇଂଲଣ୍ଡ ନିଜ ଦଳରେ ଆବଶ୍ୟକ ପରିବର୍ତ୍ତନ କରିବାର ବହୁ ସମ୍ଭାବନା ରହିଛି। ପାଞ୍ଚ ମ୍ୟାଚ୍ ବିଶି‌ଷ୍ଟ ସିରିଜରେ ଉଭୟ ଦଳ ଗୋଟିଏ ଲେଖାଏଁ ମ୍ୟାଚ୍ ଜିତି ବରାବର ସ୍ଥିତିରେ ରହିବାରୁ ଲର୍ଡସ ଟକ୍କର ଅଧିକ ରୋଚକ ହେବ। ଶୃଙ୍ଖଳା ଆରମ୍ଭରେ ଇଂଲଣ୍ଡ ଆଧିପତ୍ୟ ବିସ୍ତାର କରିଥିଲା।


ହେଡିଂଲେରେ ଖେଳାଯାଇଥିବା ପ୍ରଥମ ଟେଷ୍ଟ୍‌ରେ ରେକର୍ଡ ରନ୍ ଚେଜ୍ କରି ଭାରତକୁ ଚକିତ କରିଥିଲା । ଶୁବମନ୍ ଗିଲ୍‌ଙ୍କ ଯୁବ ଦଳ କିନ୍ତୁ ବର୍ମିଂହାମର ଏଜ୍‌ବାଷ୍ଟନ୍‌ରେ ଧମାକାଦାର ପ୍ରତ୍ୟାବର୍ତ୍ତନ କରିଥିଲା । ଲର୍ଡସରେ ଭାରତ ଓ ଇଂଲଣ୍ଡ ପରସ୍ପର ବିପକ୍ଷରେ ୧୯ଟି ଟେଷ୍ଟ୍ ଖେଳିଛନ୍ତି । ସେଥିମଧ୍ୟରୁ ଭାରତ ୧୨ଟି ହାରିଥିଲା ବେଳେ ମାତ୍ର ୩ଟିରେ ବିଜୟୀ ହୋଇଛି । ୪ଟି ମ୍ୟାଚ୍ ଅମୀମାଂସିତ ରହିଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଲର୍ଡସ ଟେଷ୍ଟ୍ ଲାଗି ଇଂଲଣ୍ଡ ତା’ର ଚୂଡ଼ାନ୍ତ ଏକାଦଶରେ ଏକମାତ୍ର ପରିବର୍ତ୍ତନ ଭାବେ ୩୦ବର୍ଷୀୟ ଦ୍ରୁତ ବୋଲର ଜୋଫ୍ରା ଆର୍ଚରଙ୍କୁ ସାମିଲ କରିଛି । ବର୍ମିଂହାମ ଟେଷ୍ଟ୍‌ରୁ ଦୁର୍ଦ୍ଧର୍ଷ ଦ୍ରୁତ ବୋଲର୍‌ ଯଶପ୍ରୀତ୍‌ ବୁମ୍‌ରାଙ୍କୁ ଭାରତ ବିଶ୍ରାମ ଦେଇଥିଲା । ହେଲେ ଲର୍ଡସ ଟେଷ୍ଟ୍‌ରେ ସେ ଫେରିବେ ବୋଲିଂ ଅଧିନାୟକ ଗିଲ୍ ସ୍ପଷ୍ଟ ସୂଚନା ଦେଇଛନ୍ତି ।

Sponsored
india-vs-england-3rd-test-match-date-time-​venue-live-cricket-streaming-predicted-playing-xi-other-details | Argus News