Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ଆଜି ଭାରତ-ଇଂଲଣ୍ଡ ଚତୁର୍ଥ ଟି-ଟ୍ୱେଣ୍ଟି ମୁକାବିଲା, ପୁଣେରେ ଖେଳାଯିବ ମ୍ୟାଚ୍

Sports

ଆଜି ଭାରତ-ଇଂଲଣ୍ଡ ଚତୁର୍ଥ ଟି-ଟ୍ୱେଣ୍ଟି ମୁକାବିଲା, ପୁଣେରେ ଖେଳାଯିବ ମ୍ୟାଚ୍

Banajyotshna Ray
Browse all articles by Banajyotshna Ray
·1 year ago
ଆଜି ଭାରତ-ଇଂଲଣ୍ଡ ଚତୁର୍ଥ ଟି-ଟ୍ୱେଣ୍ଟି ମୁକାବିଲା, ପୁଣେରେ ଖେଳାଯିବ ମ୍ୟାଚ୍

ଅର୍ଗସ ବ୍ୟୁରୋ:  ଆଜି ଭାରତ-ଇଂଲଣ୍ଡ ଚତୁର୍ଥ ଟି-ଟ୍ବେଣ୍ଟି ମୁକାବିଲା । ସନ୍ଧ୍ୟା ୭ଟାରେ ପୁଣେରେ ଖେଳାଯିବ ଏହା ମ୍ୟାଚ୍ । ସୂର୍ଯ୍ୟକୁମାର ଯାଦବଙ୍କ ନେତୃତ୍ଵାଧୀନ ଭାରତୀୟ ଦଳର ନଜର ସିରିଜ୍ ବିଜୟ ଉପରେ ରହିଛି। ଅନ୍ୟପଟେ ଜୋସ ବଟଲରଙ୍କ ଦଳ ମୁକାବିଲା ଜିତି ସିରିଜ୍ ବରାବର କରିବା ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇବ । ବର୍ତ୍ତମାନ ୨-୧ ସିରିଜରେ ଭାରତ ଆଗୁଆ ରହିଛି । ପ୍ରଥମ ଦୁଇଟି ମ୍ୟାଚ୍ ଭାରତ ଜିତିଥିବା ବେଳେ ତୃତୀୟ ମ୍ୟାଚ୍‌କୁ ଦମଦାର ଭାବେ ଜିତି ସିରିଜ୍‌କୁ ପ୍ରତ୍ୟାବର୍ତ୍ତନ କରିଛି ଇଂଲଣ୍ଡ। ଦଳ ସବୁ ବିଭାଗରେ ଭଲ ପ୍ରଦର୍ଶନ କରି ଭାରତକୁ ରାଜକୋଟ୍‌ ଟି-୨୦ରେ ୨୬ ରନରେ ହରାଇଥିଲା। ତେଣୁ ଚତୁର୍ଥ ଟି-୨୦ ମୁକାବିଲା ବେଶ ରୋଚକ ହେବାକୁ ଯାଉଛି । 


ଅଧିକ ପଢ଼ନ୍ତୁ ଖେଳ ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
India vs England 4th T20I | Argus News