Videos
|
Sports

କାଲି ଓଭାଲରେ ଭାରତ-ଇଂଲଣ୍ଡ ପଞ୍ଚମ ଟେଷ୍ଟ

Banajyotshna Ray
Browse all articles by Banajyotshna Ray
·1 year ago·1 min read
କାଲି ଓଭାଲରେ ଭାରତ-ଇଂଲଣ୍ଡ ପଞ୍ଚମ ଟେଷ୍ଟ

Key Points

କାଲି ଓଭାଲରେ ଭାରତ-ଇଂଲଣ୍ଡ ପଞ୍ଚମ ଟେଷ୍ଟ୍
ସିରିଜ ବଞ୍ଚାଇବା ଉଦ୍ଦେଶ୍ୟରେ ମୈଦାନକୁ ଓହ୍ଲାଇବ ଗିଲ୍ ବାହିନୀ
ସିରିଜରେ 2-1ରେ ପଛୁଆ ରହିଛି ଭାରତୀୟ ଦଳ
ଅନ୍ତିମ ଟେଷ୍ଟ ପୂର୍ବରୁ ଇଂଲଣ୍ଡ ଦଳକୁ ଲାଗିଲା ବଡ଼ ଝଟ୍‌କା
କାନ୍ଧରେ ଆଘାତ ପାଇଁ ମ୍ୟାଚରୁ ବାଦ ପଡିଲେ ଅଧିନାୟକ ବେନ୍ ଷ୍ଟୋକ୍ସ


ଆଣ୍ଡରସନ-ତେନ୍ଦୁଲକର ସିରିଜର ଅନ୍ତିମ ତତା ପଞ୍ଚମ ଟେଷ୍ଟ ଗୁରୁବାରଠାରୁ ଓଭାଲରେ ଆରମ୍ଭ ହେବ। ଓଭାଲରେ ବାମହାତୀ ପେସ୍‌ ବୋଲର ଅର୍ଶଦୀପ ସିଂହ ପଦାର୍ପଣ କରିପାରନ୍ତି। ବୁମ୍‌ରାଙ୍କ ଖେଳିବା ନେଇ ନିଷ୍ପତ୍ତି ହୋଇନି। ତିନିଟି ଟେଷ୍ଟ୍ ପାଇଁ ତାଙ୍କୁ ଯୋଜନା ରହିଥିଲେ ମଧ୍ୟ ଶୃଙ୍ଖଳା ସ୍ଥିତି ଦୃଷ୍ଟିରୁ ସେ ଖେଳିପାରନ୍ତି। ବୁମରା ନ ଖେଳିଲେ ମହମ୍ମଦ ସିରାଜ, ଆକାଶ୍ ଦୀପ, ଅର୍ଶଦୀପ ସିଂହ ଖେଳିବା ଏକ ପ୍ରକାର ନିଶ୍ଚିତ ରହିଛି।

ଓଭାଲ ଟେଷ୍ଟ ମ୍ୟାଚ୍‌ ପୂର୍ବରେ ଇଂଲଣ୍ଡ ଦଳକୁ ଲାଗିଛି ବଡ଼ ଝଟ୍‌କା। ଦଳର ଅଧିନାୟକ ତଥା ଷ୍ଟାର ଅଲରାଉଣ୍ଡର ବେନ୍‌ ଷ୍ଟୋକ୍ସ କାନ୍ଧରେ ଆଘାତ ପାଇଁ ମ୍ୟାଚ୍‌ରୁ ବାଦ୍‌ ପଡ଼ିଛନ୍ତି। ଷ୍ଟୋକ୍ସଙ୍କ ଅନୁପସ୍ଥିତିରେ ଓଲି ପୋପ୍‌ ଦଳର ନେତୃତ୍ୱ ନେବେ। ଏହା ସହିତ ଇଂଲଣ୍ଡ ଦଳ ଚୂଡ଼ାନ୍ତ ଏକାଦଶରେ ୪ଟି ପରିବର୍ତ୍ତନ କରିଛି। ଷ୍ଟୋକ୍ସଙ୍କ ସହ ସ୍ପିନର ଲିଆମ ଡସନ୍‌, ଦ୍ରୁତ ବୋଲର ଜୋଫ୍ରା ଆର୍ଚର ଏବଂ ବ୍ରାଇଡନ କାର୍ସ ମଧ୍ୟ ଏହି ମ୍ୟାଚ୍‌ରେ ଖେଳିବେ ନାହିଁ। ଏମାନଙ୍କ ସ୍ଥାନରେ ଗସ୍‌ ଆଟକିନ୍‌ସନ୍‌, ଜୋଶ୍‌ ଟଙ୍ଗ୍‌, ଜେମି ଓଭରଟନ୍‌ ଏବଂ ଜାକବ ବେଥେଲ ଦଳରେ ସାମିଲ ହୋଇଛନ୍ତି। କ୍ରିସ ୱୋକ୍ସ ଏହି ସିରିଜ୍‌ରେ ସମସ୍ତ ମ୍ୟାଚ୍‌ ଖେଳି ଦଳରେ ସ୍ଥାନ ବଜାୟ ରଖିଛନ୍ତି।


ସିରିଜରେ ଭାରତୀୟ ଦଳ 2-1ରେ ପଛୁଆ ରହିଛି। ତେଣୁ ଏହି ମ୍ୟାଚ୍ ଜିତି ଗିଲ ବାହିନୀ ସିରିଜକୁ ଡ୍ର କରିବାକୁ ପ୍ରୟାସ କରିବ। ସେପଟେ ଅଧିନାୟକ ଓଲି ପୋପ୍‌ ଏକ ଶକ୍ତିଶାଳୀ ଦଳ ନେଇ ସିରିଜ୍‌ ଜିତିବା ଲକ୍ଷ୍ୟରେ ଓଭାଲରେ ମଇଦାନକୁ ଓହ୍ଲାଇବେ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଅଧିକ ପଢ଼ନ୍ତୁ ଖେଳ ଖବର:

india-vs-england-5th-test-match-date-time-​venue-live-cricket-streaming-predicted-playing-xi-other-details | Argus News