WorldCup Controversy / ଭାରତ-ଇଂଲଣ୍ଡ ମ୍ୟାଚକୁ ନେଇ ପୁଣି ଆମିରଙ୍କ ଭବିଷ୍ୟବାଣୀ, 'ଫାଇନାଲ ଖେଳିବନି ଟିମ୍ ଇଣ୍ଡିଆ'
·4 months ago·2 min read

Key Points
ଭାରତ ସେମିରେ ପ୍ରବେଶ କରିଛି। କିନ୍ତୁ ଫାଇନାଲ ଖେଳିବନି କିମ୍ବା ଜିତିପାରିବନି ବୋଲି ଭବିଷ୍ୟବାଣୀ କରିଛନ୍ତି ପୂର୍ବତନ ପାକ୍ ବୋଲର ମହମ୍ମଦ ଆମିର୍ ।
ପୁଣି ପାକିସ୍ତାନର ମନ ମୋଟୁଆ ନୀତି। କିଛି ବି କହୁଛି। କିନ୍ତୁ ଗୋଟିଏ କଥା ଭାବିବାର ଅଛି ତୁମେ ତ କହିଥିଲ ଭାରତ ସେମିଫାଇନାଲକୁ ଯିବନି କିନ୍ତୁ ଭାରତ ସେମିରେ ଜବରଦସ୍ତ ଏଣ୍ଟ୍ରି କଲା। ପୁଣି ଏବେ କହୁଛ ଭାରତ ଫାଇନାଲକୁ ଯିବନି। କ୍ରିକେଟପ୍ରେମୀ ଗୋଟିଏ କଥା ତ ସ୍ପଷ୍ଟ ଭାବେ ଜାଣିସାରିଛନ୍ତି ତୁମେ ଯାହା କହୁଛ ତାର ବିପରୀତ ହେଉଛି। ଭାରତ ଜିତିଛି ବୋଲି ସହିପାରୁନି ପାକିସ୍ତାନ । ନକ୍ ଆଉଟ୍ ମୁକାବିଲାରେ ଭାରତର ବିଜୟ ପରେ ପାକିସ୍ତାନର ପୂର୍ବତନ ଖେଳାଳି ଏହାକୁ ଗ୍ରହଣ କରିପାରି ନାହାନ୍ତି। ଭାରତ ସେମିରେ ପ୍ରବେଶ କରିଛି। କିନ୍ତୁ ଫାଇନାଲ ଖେଳିବନି କିମ୍ବା ଜିତିପାରିବନି ବୋଲି ଭବିଷ୍ୟବାଣୀ କରିଛନ୍ତି ପୂର୍ବତନ ପାକ୍ ବୋଲର ମହମ୍ମଦ ଆମିର୍ ।
ପୂର୍ବରୁ ମହମ୍ମଦ ଆମିର କହିଥିଲେ ଯେ, ଭାରତୀୟ ଦଳ ଭଲ ଫର୍ମରେ ନାହିଁ । ଦଳ ସୁପର ୮ରେ ପହଁଚିଲେ ବି ସେମି ପାଇନାଲ ଖେଳିବନି । ଭାରତକୁ ଦକ୍ଷିଣ ଆଫ୍ରିକା ଏବଂ ଓ୍ୱେଷ୍ଟ୍ ଇଣ୍ଡିଜ ହରାଇଦେବେ । ତେବେ ଇଣ୍ଡିଜକୁ ହରାଇବାରେ ପରେ ଅମିରଙ୍କ ଭବିଷ୍ୟବାଣୀ ଭୁଲ ହୋଇଛି । ଏହା ସତ୍ତ୍ୱେ ସେ ଆଉ ଏକ ଭବିଷ୍ୟବାଣୀ କରିଛନ୍ତି ।
ଆମିର୍ କହିଛନ୍ତି ଯେ, ଭାରତରେ ସେମିରେ ପ୍ରବେଶ କରିଛି । ପୂର୍ବରୁ ସେ ଆନାଲିସିସ୍ କରିଥିଲେ । ଭାରତ ସେମି ଯାଇପାରିବନି ବୋଲି ସେ କହିଥିଲେ । କିନ୍ତୁ ସଞ୍ଜୁ ସାମସନ ଭଲ ଖେଳିଲେ । ତେଣୁ ଦଳ ସେମିରେ ଏଣ୍ଟ୍ରି କରିଛି । ଏବେବି ସୂର୍ଯ୍ୟ ସେନା ଭଲ କ୍ରିକେଟ୍ ଖେଳୁନି । ଦଳରେ ବ୍ୟଟିଂ, ବୋଲିଂ ଏବଂ ଫିଲ୍ଡିଂ ଦୁର୍ବଳ ରହିଛି । ବୁମରାଙ୍କ ବ୍ୟତୀତ ଅନ୍ୟ କୌଣସି ବୋଲର ଫର୍ମରେ ନାହାଁନ୍ତି ।
ଆହୁରି ମଧ୍ୟ ସେ କହିଛନ୍ତି, ଭାରତୀୟ ବ୍ୟାଟିଂ ସବୁ ମ୍ୟାଚରେ ଦୁର୍ବଳ ରହିଛି । ଆଗାମୀ ମ୍ୟାଚ୍ ଇଂଲଣ୍ଡ ସହ ରହିଛି । ଇଂଲଣ୍ଡ ଏକ ଭଲ ଟିମ୍ । ସେମାନେ ଭାରତକୁ ଫାଇନାଲରେ ପହଁଚିବାକୁ ଦେବେ ନାହିଁ । ଭାରତ ସେମି ଫାଇନାଲରୁ ବିଦା ହେବ ବୋଲି ପାକିସ୍ତାନର ଏହି ପୂର୍ବତନ ଷ୍ଟାର୍ ବୋଲର କହିଛନ୍ତି ।
ସୂଚନାଯୋଗ୍ୟ, ଭାରତ ମୁମ୍ବାଇର ଓ୍ୱାଙ୍ଖଡେ ଷ୍ଟାଡିୟମରେ ଇଂଲଣ୍ଡ ବିପକ୍ଷରେ ସେମି ଫାଇନାଲ ଖେଳିବ । ଏଠାରେ ସୂର୍ଯ୍ୟସେନାର ଅସଲ ପରୀକ୍ଷା ହେବ । ଅମିରଙ୍କ କଥାରେ କେତେ ସତ୍ୟତା ରହିଛି ତାହା ଏଠାରେ ପ୍ରମାଣିତ ହେବ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories