India vs England ଟେଷ୍ଟ: ଯଦି ବୁମରାହଙ୍କୁ ବାହାର କରାଯାଏ, ଏଜବେଷ୍ଟନ ଟେଷ୍ଟରେ କାହାକୁ ମିଳିବ ସ୍ଥାନ

Key Points
ଦ୍ବିତୀୟ ଟେଷ୍ଟରେ ଖେଳିବେନି ବୁମରାହ
ବୁମରାହ ଟେଷ୍ଟ ସିରିଜର ୩ଟି ମ୍ୟାଚ ମାତ୍ର ଖେଳିପାରିବେ
ଦେଖାଯାଉ କିଏ ପାଇବ ସୁଯୋଗ ଅର୍ଶଦୀପ ନା ଆକାଶଦୀପ
ଭାରତୀୟ ଦ୍ରୂତ ବୋଲର ଯଶପ୍ରିତ ବୁମରାହ ଇଂଲଣ୍ଡ ବିପକ୍ଷରେ ଲିଡ୍ସ ଟେଷ୍ଟରେ ଭଲ ପ୍ରଦର୍ଶନ କରିଛନ୍ତି। ବୁମ ବୁମ ବୁମରାହ ପ୍ରଥମ ପାରିରେ ଇଂଲଣ୍ଡ ଟିମର ୫ଟି ଓ୍ବିକେଟ ନେବାକୁ ସମର୍ତ ହୋଇଥିଲେ। କିନ୍ତୁ ଦ୍ବିତୀୟ ପାରିରେ ବୁମରାହ କୌଣସି ବି ଓ୍ବିକେଟ ନେଇପାରି ନ ଥିଲେ। ଭାରତୀୟ ଦଳ ହେଡଲିଂ ଟେଷ୍ଟରେ ୭୭ ବର୍ଷ ପରେ ପରାଜୟର ସାମ୍ନା କରିଥିଲା। ଏହି ଲଜ୍ଜାଜନକ ପରାସ୍ତ ଯୋଗୁ ଚାରିଆଡୁ ଫ୍ୟାନ୍ସ ମାନେ ଟ୍ରୋଲ କରିଥିଲେ। ଏମିତି ବି ଶୁଣିଲେ ଯେ, ପ୍ରଥମ ଥର ରୋହିତ ଏବଂ କୋହଲିଙ୍କ ଅବସର ପରେ ଭାରତର ଯୁବବାହିନୀ ମ୍ୟାଚ ହାରିଯାଇଥିଲେ।
📍 Edgbaston
— BCCI (@BCCI) June 27, 2025
Prep Begins 👌 👌#TeamIndia | #ENGvIND pic.twitter.com/6JJ9gXmlDk
📱 Get Argus News App
✨ଦ୍ବିତୀୟ ଟେଷ୍ଟରେ ଖେଳିବେନି ବୁମରାହ: ଯଶପ୍ରିତ ବୁମରାହ ଜୁଲାଇ ୨ରେ ହେବାକୁ ଥିବା ଏଜବେଷ୍ଟନ ଟେଷ୍ଟରେ ନ ଖେଳିବାର ସମ୍ଭାବନା ଅଧିକ ରହିଛି। ଯାହାକି ଭାରତୀୟ ଟିମ ପ୍ଲେୟରଙ୍କ ପାଇଁ ବଡ଼ ଝଟକାରୁ କମ ନୁହେଁ। ଭାରତୀୟ ଟିମର ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ପ୍ରଥମରୁ କହିସାରିଛନ୍ତି ଯେ, ଅଧିକ ଓ୍ବାର୍କ ପ୍ରେସର ଥିବା ଯୋଗୁ ବୁମରାହ ଟେଷ୍ଟ ସିରିଜର ୩ଟି ମ୍ୟାଚ ମାତ୍ର ଖେଳିପାରିବେ। ତେବେ ବାକି ୪ଟି ଟେଷ୍ଟ ମ୍ୟାଚରୁ ବୁମରାହ ଆଉ ମାତ୍ର ୨ଟି ମ୍ୟାଚ ଖେଳିପାରିବେ। ବୁମରାହ ବାହାରିବାରେ ପରେ ତାଙ୍କ ସ୍ଥାନରେ କିଏ ଖେଳିବ ସେ ନେଇ ଚର୍ଚ୍ଚା ଜୋର ଧରିଛି। ତେବେ ବିକଳ୍ପ କଥା କହିଲେ ଭାରତୀୟ ଟିମ ନିକଟରେ ପେସ ବୋଲରଙ୍କ ଅପ୍ସନ ସେତେ ନାହିଁ। ପ୍ରସିଦ୍ଧ କ୍ରିଷ୍ଣା, ମହମ୍ମଦ ସିରାଜ ଏବଂ ଶାର୍ଦ୍ଦୁଳ ଠାକୁର ମଧ୍ୟ ସେମିତି କୌଣସି ପ୍ରଭାବଶାଳୀ ବୋଲିଂ କରିପାରି ନ ଥିଲେ। ଏମାନଙ୍କୁ ଛାଡ଼ିଦେଲେ ଟିମ୍ରେ ବର୍ତ୍ତମାନ କେବଳ ଆକାଶଦୀପ ଏବଂ ଅର୍ଶଦୀପ ସିଂହ ରହିଛନ୍ତି। ଉଭୟଙ୍କ ମଧ୍ୟରୁ ଜଣଙ୍କୁ ବାଛିବା ବିସିସିଆଇ ଏବଂ କୋଚଙ୍କ ପାଇଁ ପୁରା ଟଫ୍ ରହିବ। ତେବେ ଦେଖାଯାଉ କାହାକୁ ସୁଯୋଗ ମିଳୁଛି।