WorldCup Latest News / ସୁପର ୮ ପୂର୍ବରୁ ଶେଷ ଲିଗ୍ ମ୍ୟାଚ୍...ଅହମ୍ମଦାବାଦରେ ନେଦରଲ୍ୟାଣ୍ଡସକୁ ଭେଟିବ ଟିମ୍ ଇଣ୍ଡିଆ...ଦଳରୁ ବାଦ ପଡ଼ିବେ ବୁମରାହ
·4 months ago·2 min read

Key Points
ଭାରତୀୟ ଦଳରେ ପରିବର୍ତ୍ତନର ସମ୍ଭାବନା କମ୍ ରହିଛି । ବୁମରାହଙ୍କୁ ନେଦରଲ୍ୟାଣ୍ଡସ ବିପକ୍ଷରେ ବିଶ୍ରାମ ଦେବାର ସୁଯୋଗ କମ୍ ରହିଛି । ଚୂଡାନ୍ତ ନିଷ୍ପତ୍ତି ପରେ ନିଆଯିବ ।
ଅହମ୍ମଦାବାଦରେ ବୁଧବାର ଟିମ୍ ଇଣ୍ଡିଆ ଲିଗ୍ ମୁକାବିଲାର ଶେଷ ମ୍ୟାଚ୍ ଖେଳିବ । ଦଳ ଅହମ୍ମଦାବାଦରେ ନେଦରଲ୍ୟାଣ୍ଡସକୁ ଭେଟିବ । ତେବେ ଏହି ମୁକାବିଲାକୁ ହାଲୁକା ଭାବେ ଭାରତ ନେବନି ବୋଲି କହିଛନ୍ତି ଅଧିନାୟକ ସୂର୍ଯ୍ୟ କୁମାର ଯାଦବ । ଦଳର ବ୍ୟାଟିଂ କୋଚ୍ ସିତାଂଶୁ କୋଟକ ମଧ୍ୟ ନେଦରଲ୍ୟାଣ୍ଡସ ମ୍ୟାଚ୍ ସୁପର-୮ ପୂର୍ବରୁ ଗୁରୁତ୍ୱପୂର୍ଣ୍ଣ ବୋଲି ସେ କହିଛନ୍ତି ।
ଭାରତୀୟ ଟିମ୍ ପୂର୍ବରୁ ସୁପର-୮ରେ ପ୍ରବେଶ କରିସାରିଛି । କିନ୍ତୁ ଟିମ୍ ମ୍ୟାନଜମେଣ୍ଟ ଦଳର ଲୟ ନଭାଙ୍ଗିବାକୁ ସମସ୍ତ ପ୍ରକାର ଯୋଜନା କରିଛି । ତେଣୁ ଦଳ ପାଇଁ ସବୁ ମୁକାବିଲା ମହତ୍ତ୍ୱପୂର୍ଣ୍ଣ । ଏହାକୁ ନେଇ ସିତାଂଶୁ କହିଛନ୍ତି ଯେ, ଭାରତୀୟ ଦଳରେ ପରିବର୍ତ୍ତନର ସମ୍ଭାବନା କମ୍ ରହିଛି । ବୁମରାହଙ୍କୁ ନେଦରଲ୍ୟାଣ୍ଡସ ବିପକ୍ଷରେ ବିଶ୍ରାମ ଦେବାର ସୁଯୋଗ କମ୍ ରହିଛି । ଚୂଡାନ୍ତ ନିଷ୍ପତ୍ତି ପରେ ନିଆଯିବ ।
ପଢନ୍ତୁ ଏହି ଖବର: ବିଶ୍ବକପ୍ ଉପରେ ଗୋଡ଼ ରଖିଲେ, ଏବେ ଆଉ ଗୋଟିଏ ବି ଟ୍ରଫି ଜିତିପାରୁନି ଅଷ୍ଟ୍ରେଲିଆ...ଭୋଗୁଛି କର୍ମର ଫଳ
ଗତ ମୁକାବିଲାରେ ବୁମରାହ ଦମଦାର ପ୍ରଦର୍ଶନ କରିଥିଲେ । ସେ ପକିସ୍ତାନୀ ବ୍ୟାଟରଙ୍କ ମେରୁଦଣ୍ଡ ଭାଙ୍ଗି ଦେଇଥିଲେ । ନିଜର ପ୍ରଥମ ଓଭରରେ ସେ ସ୍ୟାମ୍ ଆୟୁବ ଏବଂ ଅଧିନାୟକ ସଲମାନ ଅଲ୍ଲୀ ଆଘାଙ୍କ ଓ୍ୱିକେଟ୍ ନେଇଥିଲେ । ଫଳରେ ଭାରତ ପାଇଁ ବିଜୟ ସହଜ ହୋଇଯାଇଥିଲା । ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟରୁ ପାକିସ୍ତାନ ବାହାରି ପାରି ନଥିଲା ଏବଂ ୬୧ ରନରେ ପରାସ୍ତ ହୋଇଥିଲା ।
ଅନ୍ୟ ଦିଗରେ ଗତ ଦୁଇଟି ମୁକବିଲାରେ ଅଭିଷେକ ଶର୍ମାଙ୍କ ବ୍ୟାଟ୍ ଚାଲିନି । ସେ ବିନା କୌଣସି ରନରେ ପ୍ୟାଭିଲିୟନ ଫେରୁଛନ୍ତି । ନେଦରଲ୍ୟାଣ୍ଡ ବିପକ୍ଷରେ ସେ ଫର୍ମକୁ ଫେରିବାର ସୁଯୋଗ ରହିଛି । ଏବେ ସେ ସୁସ୍ଥ ଅଛନ୍ତି । ତାଙ୍କର ପେଟ ସମସ୍ୟା ଏବେ ଆଉ ନାହିଁ ।
ସେହିପରି ଏବେ ଅନେକ ବଡ ବଡ ଦଳ ଦୁର୍ବଳ ଟିମଠୁ ପରାସ୍ତ ହେଉଛନ୍ତି । ଛୋଟ ଦଳ ସମୀକରଣ ବଦଳାଇ ଦେଉଛନ୍ତି । ତେଣୁ ଭାରତ ନେଦରଲ୍ୟାଣ୍ଡସ ବିପକ୍ଷରେ ରିସ୍କ ନେବାକୁ ଚାହୁଁନି । ଅହମ୍ମଦାବାଦରେ ମ୍ୟାଚ୍ ଖେଳାଯାଉଥିବାରୁ ଏହା ସୁପର ୮ ପୂର୍ବରୁ ଦଳ ପାଇଁ ଭଲ ପ୍ରାକ୍ଟିସ୍ ମ୍ୟାଚ୍ ହୋଇପାରିବ ବୋଲି ବ୍ୟାଟିଂ କୋଚ୍ କହିଛନ୍ତି।
ଭାରତର ସମ୍ଭାବ୍ୟ ପ୍ଲେଇଂ ୧୧:
ସୂର୍ଯ୍ୟକୁମାର ଯାଦବ (ଅଧିନାୟକ), ଇଶାନ କିଶନ, ଅଭିଷେକ ଶର୍ମା, ତିଲକ ବର୍ମା, ଶିବମ୍ ଦୁବେ, ରିଙ୍କୁ ସିଂହ, ଅକ୍ଷର ପଟେଲ, ୱାଶିଂଟନ ସୁନ୍ଦର, ଅର୍ଶଦୀପ ସିଂହ, ମହମ୍ମଦ ସିରାଜ ଏବଂ କୁଲଦୀପ ଯାଦବ।
ଏଥିସହ ପଢ଼ନ୍ତୁ: ୨ ଭାରତୀୟଙ୍କ ଯୋଜନାରେ ହାରିଲା ଅଷ୍ଟ୍ରେଲିଆ, ବିଶ୍ବକପ୍ରୁ ହେଲା ବିଦା

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories