Cricket Latest Update / ତୃତୀୟ ଟି-୨୦ ମ୍ୟାଚ୍ରେ ବିଜୟ ପରେ, ଭାରତୀୟ ଦଳର ଚୂଡ଼ାନ୍ତ ଏକାଦଶରେ ୪ଟି ପରିବର୍ତ୍ତନ ହୋଇପାରେ
·51 mins ago·2 min read

Key Points
କିଛି ଖେଳାଳିଙ୍କୁ ଏବେ ସିରିଜ ଜିତିବାପରେ ଟିମ ଇଣ୍ଡିଆର ପ୍ଲେଇଂ ଏକାଦଶରେ ଖେଳିବାର ସୁଯୋଗ ମିଳିପାରେ
୪ ଖେଳାଳିଙ୍କୁ ପରିବର୍ତ୍ତନ କରିବାର ସମ୍ଭାବନା ରହିଛି

ନ୍ୟୁଜିଲାଣ୍ଡ ବିପକ୍ଷ ଟି-୨୦ ସିରିଜରେ ଟିମ ଇଣ୍ଡିଆର ଦବଦବା ଜାରି ରହିଛି। ଭାରତୀୟ ଟିମ ୩-୦ରେ ସିରିଜରେ ଅଗ୍ରଣୀ ରହିଛି। ଓ୍ବେଲିଂଟନରେ ଖେଳାଯାଇଥିବା ତୃତୀୟ ଟି-୨୦ରେ ଇଣ୍ଡିଆ ଟିମ ଏକତରଫା ବିଜୟ ହାସଲ କରିଥିଲା। ଏବେ ଆଉ ନ୍ୟୁଜିଲାଣ୍ଡ ଟିମ ଜିତିପାରିବ ନାହିଁ। ଆଉ ଦୁଇଟି ମ୍ୟାଚ ଇଣ୍ଡିଆ ଟିମ ସହିତ ନ୍ୟୁଜିଲାଣ୍ଡ ଟିମ ଖେଳିପାରିବ। ଭାରତ ଏବେ ଖୁବ ଶକ୍ତିଶାଳୀ ସ୍ଥିତିରେ ଅଛି। କିଛି ଖେଳାଳିଙ୍କୁ ଏବେ ସିରିଜ ଜିତିବାପରେ ଟିମ ଇଣ୍ଡିଆର ପ୍ଲେଇଂ ଏକାଦଶରେ ଖେଳିବାର ସୁଯୋଗ ମିଳିପାରେ। ୪ ଖେଳାଳିଙ୍କୁ ପରିବର୍ତ୍ତନ କରିବାର ସମ୍ଭାବନା ରହିଛି।
ଇଶାନ କିଷନ ପ୍ରଥମେ ଆହତ ହୋଇ ସିରିଜରୁ ବାହାରିଥିଲେ। ଯେଉଁଥିପାଇଁ ଗତ ଦୁଇଟି ମ୍ୟାଚରୁ ସେ ବାହାରିଥିଲେ। ଏବେ ସେ ସୁସ୍ଥ ହୋଇଯାଇଛନ୍ତି ଚତୁର୍ଥ ଟି-୨୦ ମ୍ୟାଚରେ ଇଶାନ କମବ୍ୟାକ କରିବେ ବୋଲି କୁହାଯାଉଛି। ଇଶାନ ଟିମକୁ ଫେରିଲେ ବୈଭବଙ୍କୁ ପୁଣି ବସିବାକୁ ପଡ଼ିବ। ସୂର୍ଯ୍ୟବଂଶୀ ତୃତୀୟ ଟି-୨୦ରେ ୪୫ ରନ କରିଥିଲେ ସୁଦ୍ଧା ଇଶାନଙ୍କୁ ସୁଯୋଗ ମିଳିବ। କାରଣ ସେ ସିନିୟର ପ୍ଲେୟର। ଅଭିଷେକ ଶର୍ମା ଏବଂ ସଞ୍ଜୁ ସାମସନ କିମ୍ବା ଅଭିଷେକ ଏମାନଙ୍କ ମଧ୍ୟରୁ କାହାକୁ ବି ବାହାର କରିବା ଠିକ ହେବନାହିଁ। ସେଥିପାଇଁ ବୈଭବଙ୍କ ସ୍ଥାନରେ ଇଶାନଙ୍କୁ ପ୍ଲେଇଂ ଇଲେଭେନରେ ସୁଯୋଗ ମିଳିବ।
ନୀତୀଶ ରେଡ୍ଡି ନ୍ୟୁଜିଲାଣ୍ଡ ବିପକ୍ଷରେ ଟି-୨୦ ସିରିଜରେ ଭଲ ପ୍ରଦର୍ଶନ କରିଛନ୍ତି। ତେବେ ନୀତୀଶ ଆହତ ହେବାର ଆଶଙ୍କା ରହିଛି। ଏଥିପାଇଁ ତାଙ୍କୁ ଚତୁର୍ଥ ଟି-୨୦ରେ ଗମ୍ଭୀର ବିଶ୍ରାମ ଦେବାକୁ ଯୋଜନା କରୁଛନ୍ତି। ତାଙ୍କ ସ୍ଥାନରେ ଶିବମ ଦୁବେଙ୍କୁ ସୁଯୋଗ ମିଳିପାରେ। ଟିମ ମ୍ୟାନେଜମେଣ୍ଟ ବରୁଣ ଚକ୍ରବର୍ତ୍ତୀଙ୍କୁ ମଧ୍ୟ ସାମିଲ କରିପାରେ। ବରୁଣ ଭାରତୀୟ ଟିମରେ ଜଣେ ଉନ୍ନତ ଧରଣର ବୋଲର। କିଛିଦିନ ହେଲା ସେ ଆହତ ଥିବାରୁ ତାଙ୍କୁ ବିଶ୍ରାମ ଦିଆଯାଇଥିଲା। ଏବେ ସିରିଜ ଜିତିବା ପରେ ତାଙ୍କୁ ପରବର୍ତ୍ତୀ ମ୍ୟାଚରେ ଖେଳିବାକୁ ସୁଯୋଗ ମିଳିପାରେ।
ପ୍ରିନ୍ସ ଯାଦବ, ଅର୍ଶଦୀପ ସିଂହ, ଭୁବନେଶ୍ବର କୁମାରଙ୍କୁ ମିଶାଇ ୩ ବୋଲରଙ୍କୁ ଦଳରେ ସାମିଲ କରାଯାଇଛି। ଅର୍ଶଦୀପ ଭାରତୀୟ ଦଳର ଜଣେ ପ୍ରମୁଖ ବୋଲର ତାଙ୍କୁ ଗୋଟିଏ ମ୍ୟାଚରେ ବିଶ୍ରାମ ଦିଆଯାଇପାରେ ବୋଲି ଜଣାପଡ଼ିଛି। ତାଙ୍କ ସ୍ଥାନରେ ମୟଙ୍କ ଯାଦବଙ୍କୁ ଖେଳିବାପାଇଁ ସୁଯୋଗ ମିଳିପାରେ। ମୟଙ୍କଙ୍କର ପ୍ରଦର୍ଶନ ଏବେ ଖୁବ ଭଲ ରହିଛି। ଏବେ ତାଙ୍କୁ ସୁଯୋଗ ଦେବା ଏକଦମ ଠିକ ହେବ।
- ଟିମ ଇଣ୍ଡିଆର ପ୍ଲେଇଂ ଇଲେଭେନରେ ବଡ଼ ପରିବର୍ତ୍ତନ ସମ୍ଭାବନା

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଚତୁର୍ଥ ଟି-୨୦ ପାଇଁ ଭାରତର ପ୍ଲେଇଂ ଏକାଦଶ: ଅଭିଷେକ ଶର୍ମା, ସଞ୍ଜୁ ସାମସନ (wk), ଇଶାନ କିଷନ, ଶ୍ରେୟସ ଆୟର (କ୍ୟାପଟେନ), ତିଲକ ବର୍ମା, ଶିବମ ଦୁବେ, ନମନ ଧୀର, ବରୁଣ ଚକ୍ରବର୍ତ୍ତୀ, ମୟଙ୍କ ଯାଦବ, ପ୍ରିନ୍ସ ଯାଦବ ଏବଂ ଭୁବନେଶ୍ବର କୁମାର।
Related Topics
Explore more stories