Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Sports

ଅପରେସନ୍ ସିନ୍ଦୂର ପରେ ଆଜି ଭାରତ-ପାକିସ୍ତାନ ମଧ୍ୟରେ ପ୍ରଥମ ମୁକାବିଲା

Sushanta Sahoo
Browse all articles by Sushanta Sahoo
·10 months ago·2 min read
ଅପରେସନ୍ ସିନ୍ଦୂର ପରେ ଆଜି ଭାରତ-ପାକିସ୍ତାନ ମଧ୍ୟରେ ପ୍ରଥମ ମୁକାବିଲା

Key Points

ଭାରତ ଆଗରେ ପାକିସ୍ତାନ ସବୁବେଳେ ଆଣ୍ଠୁ ଭାଙ୍ଗି ଛିଡ଼ା ହୋଇଛି । ୨୦୧୯ରେ ମାଞ୍ଚେଷ୍ଟର, ୨୦୧୭ରେ ବର୍ମିଘମ ଓ ୧୯୯୯ରେ ମାଞ୍ଚେଷ୍ଟର ଏହାର ସାକ୍ଷୀ ହୋଇ ରହିଛି । ଆଉ ରବିବାର ଆସିଛି ଆଉ ଏକ ସୁଯୋଗ ।

ମୁମ୍ବାଇ: ମୈଦାନ ଯୁଦ୍ଧର ହେଉ ଅବା କ୍ରିକେଟର... । ଭାରତ ଆଗରେ ପାକିସ୍ତାନ ସବୁବେଳେ ଆଣ୍ଠୁ ଭାଙ୍ଗି ଛିଡ଼ା ହୋଇଛି । ୨୦୧୯ରେ ମାଞ୍ଚେଷ୍ଟର, ୨୦୧୭ରେ ବର୍ମିଘମ ଓ ୧୯୯୯ରେ ମାଞ୍ଚେଷ୍ଟର ଏହାର ସାକ୍ଷୀ ହୋଇ ରହିଛି । ଆଉ ରବିବାର ଆସିଛି ଆଉ ଏକ ସୁଯୋଗ । ଆଉ ଅପରେସନ୍ ସିନ୍ଦୂର ପରେ ଏବେ ଭାରତ ଓ ପାକିସ୍ତାନ ଟିମ୍ କ୍ରିକେଟ୍ ମୈଦାନରେ ଲଢ଼ିବାକୁ ଯାଉଛନ୍ତି ।


ଏବେ ଦେଖିବାର କଥା ଦୁବାଇ ଇଣ୍ଟରନ୍ୟାସନାଲ୍ ଷ୍ଟାଡିୟମ୍‌ରେ ହେବାକୁ ଯାଉଥିବା ମ୍ୟାଚ୍‌ରେ କିଏ ବାଜି ମାରୁଛି । ଯୁଦ୍ଧ ପରେ ଖେଳା ଯାଇଥିବା ପ୍ରଥମ ମ୍ୟାଚ୍‌ରେ ଭାରତ ପ୍ରତିଥର ପାକିସ୍ତାନକୁ ପ୍ରହାର କରି ଧୂଳି ଚଟାଇଛି ।


ଯୁଦ୍ଧ ପରେ କ୍ରିକେଟ୍ ମୈଦାନରେ ଲଢ଼େଇ

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


୧୯୬୫ ଯୁଦ୍ଧ ପରେ ଭାରତ ଓ ପାକିସ୍ତାନ ମଧ୍ୟରେ କୌଣସି ମ୍ୟାଚ୍ ଖେଳା ଯାଇ ନଥିଲା । ୧୯୭୧ ଯୁଦ୍ଧ ପରେ ଭାରତ-ପାକିସ୍ତାନ କ୍ରିଜ୍‌ରେ ଲଢ଼ିଥିଲେ । ପାକିସ୍ତାନର କ୍ଵେଟ୍ଟାରେ ଖେଳା ଯାଇଥିବା ମ୍ୟାଚ୍‌ରେ ଭାରତ ଠାରୁ ହାରିଥିଲା ପାକିସ୍ତାନ । ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍‌ର ପ୍ରଥମ ମ୍ୟାଚ୍‌କୁ ଭାରତ ୪ ରନ୍‌ରେ ଜିତି ନେଇଥିଲା ।
୧୯୯୯ କାର୍ଗିଲ୍ ଯୁଦ୍ଧ ଚାଲିଥିବା ବେଳେ ମାଞ୍ଚେଷ୍ଟରରେ ଜୁନ୍ ୮ରେ ମୁହାଁମୁହିଁ ହୋଇଥିଲେ ଭାରତ-ପାକିସ୍ତାନ । ବିଶ୍ଵକପ୍‌ର ସୁପର-୬ ଷ୍ଟେଜ୍ ମୁକାବିଲାର ଚତୁର୍ଥ ମ୍ୟାଚ୍ ଖେଳା ଯାଇଥିଲା । ଉକ୍ତ ମ୍ୟାଚ୍‌କୁ ଭାରତ ୪୭ ରନ୍‌ରେ ଜିତିଥିଲା ।


୨୦୧୬ରେ ଉରୀ ଆକ୍ରମଣ ପରେ ଭାରତ ସର୍ଜିକାଲ୍ ଷ୍ଟ୍ରାଇକ୍ କରିଥିଲା । ଏହାର ଠିକ୍‌ ବର୍ଷକ ପରେ ଜୁନ୍ ୪ରେ ବର୍ମିଘମରେ ଭାରତ-ପାକିସ୍ତାନ ଇଂଲଣ୍ଡରେ ଚାମ୍ପିଅନ୍ସ ଟ୍ରଫି ଖେଳା ଯାଇଥିଲା । ଚତୁର୍ଥ ମ୍ୟାଚରେ ପାକିସ୍ତାନକୁ ଭାରତ ଡିଏଲ୍ଏସ୍ ମେଥଡ୍‌ରେ ୧୨୪ ରନ୍‌ରେ ହରାଇ ଥିଲା ।


ସେହିଭଳି ୨୦୧୯ ବାଲାକୋଟ୍ ସର୍ଜିକାଲ୍ ଷ୍ଟ୍ରାଇକ୍ ପରେ ଜୁନ୍ ୧୬ରେ ମାଞ୍ଚେଷ୍ଟରରେ ମୁହାଁମୁହିଁ ହୋଇଥିଲେ ଭାରତ-ପାକିସ୍ତାନ । ଏହି ମ୍ୟାଚ୍‌କୁ ବି ଭାରତ ଡିଏଲ୍ଏସ୍ ମେଥଡ୍‌ରେ ୮୯ ରନ୍‌ରେ ଜିତି ନେଇଥିଲା । ଆଉ ଏବେ ଅପରେସନ୍ ସିନ୍ଦୂର ପରେ ଦୁଇ ଦେଶ ଏସିଆ କପ୍‌ରେ ଦୁବାଇରେ ମୁହାଁମୁହିଁ ହେବାକୁ ଯାଉଛନ୍ତି । ଯାହା ଉପରେ ସାରା ବିଶ୍ଵର ନଜର ରହିଛି ।

Sponsored
India vs Pakistan Dubai Asia Cup 2025 | Cricket Battle | Argus News | Argus News