India vs Pakistan Match / ଭାରତ-ପାକ ମ୍ୟାଚରେ ହାଇଡ୍ରାମା…ତିଲକଙ୍କ ଶତକ ସତ୍ତ୍ୱେ କାହିଁକି ଜିତିପାରିଲାନି ଭାରତ?
·13 mins ago·2 min read

Key Points
ଭାରତ ଏ’ ଓ ପାକିସ୍ତାନ ଏ’ ଦଳ ମଧ୍ୟରେ ଅନୁଷ୍ଠିତ ଚଳିତ ରାଇଜିଂ ଷ୍ଟାର ଏସିଆ କପ୍ ମୁକାବିଲାରେ ଭାରତ ଏ’ ୪୮ ରନ୍ରେ ପରାଜିତ ହୋଇଛି
ଗ୍ରୁପ୍ ଏ’ର ଏହି ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ପାକିସ୍ତାନ ଏ’ ଦଳ ୪୯.୨ ଓଭରରେ ୩୧୩ ରନ କରି ଅଲ୍ ଆଉଟ୍ ହୋଇ ଯାଇଥିଲା । ଏହାର ଜବାବରେ ଭାରତ ୪୯.୧ ଓଭରରେ ୨୬୫ ରନ କରି ଅଲ୍ ଆଉଟ୍ ହୋଇଥିଲା । କ୍ୟାପ୍ଟେନ୍ ତିଲକ ବର୍ମାଙ୍କ ଶତକ ବୃଥା ଯାଇଥିଲା । ପ୍ରଥମ ମ୍ୟାଚରେ ନେପାଳ ବିପକ୍ଷରେ ବିଶାଳ ବିଜୟ ହାସଲ କରିଥିବା ଭାରତ ପାରମ୍ପରିକ ପ୍ରତିନ୍ଦ୍ବନ୍ଦୀ ପାକିସ୍ତାନଠାରୁ ପରାସ୍ତ ହୋଇଛି । ମ୍ୟାଚ୍ ମଝିତେ ହର୍ଷିତ ରାଣା ଏବଂ ପାକିସ୍ତାନ ପ୍ଲେୟାରଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ଉପୁଜିଥିଲା । ହାଇଭୋଲ୍ଟେଜ୍ ମ୍ୟାଚରେ ହାଇଡ୍ରାମା ଦେଖିବାକୁ ମିଳିଥିଲା । ଅଭିଷେକ ଶର୍ମା ୭୦ ଏବଂ ଶେହବାଜ ଅହମଦ ଭଲ ଇନିଂସ ଖେଳିଥିଲେ ବି ଟାର୍ଗେଟ୍ ହାସଲ କରିପାରିନଥିଲେ ।
ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେବା ପାକିସ୍ତାନ ପାଇଁ ଫଳପ୍ରଦ ସାବ୍ୟସ୍ତ ହୋଇଥିଲା । ଓପନର ମାଜ ଶଦାକତ ୫୯, ମଧ୍ୟକ୍ରମ ବ୍ୟାଟର ହାସାନ ନୱାଜ ୭୯ ଓ ଫରହାନ ୟୁସୁଫ ୫୬ ରନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସାମିଲ ହୁସେନ ୩୩, ଅବଦୁଲ ସମଦ ୨୮, ମହମ୍ମଦ ଇମରାନ ୨୩ ରନ କରିଥିଲେ । ଭାରତ ଏ’ ପକ୍ଷରୁ ହର୍ଷିତ ରାଣା, ପ୍ରିନ୍ସ ଯାଦବ, ସୂର୍ଯ୍ୟାଂଶ ସେଡଗେ ଓ ବିପ୍ରଜ ନିଗମ ୨ଟି ଲେଖାଏଁ ୱିକେଟ୍ ନେଇଥିଲେ । ଜବାବରେ ଭାରତ ଏ’ ୨୫ ରନରେ ପ୍ରଥମ ୱିକେଟ୍ ହରାଇଥିଲା । ବୈଭବ ସୂର୍ଯ୍ୟବଂଶୀ ୧୧ ରନ କରି ଆଉଟ୍ ହେବା ପରେ ଆରମ୍ଭ ହୋଇଥିଲା ବିପର୍ଯ୍ୟୟ । ଆୟୂଷ ବାଦୋନି ଖାତା ଖୋଲିପାରି ନଥିଲେ ।
ଅନ୍ୟ ଓପନର ଅଭିଷେକ ଶର୍ମାଙ୍କ ସହ ତିଲକ ବର୍ମା ମିଶି ପାଳି ସମ୍ଭାଳିଥିଲେ । ଉଭୟ ତୃତୀୟ ୱିକେଟ୍ରେ ୬୭ ରନ ଯୋଗ କରି ଦଳୀୟ ସ୍କୋରକୁ ୯୩ରେ ପହଞ୍ଚାଇଥିଲେ । ଅଭିଷେକ ୪୨ଟି ବଲ୍ରୁ ୬ ଚୌକା ଓ ୬ ଛକା ବଳରେ ୭୦ ରନ କରି ଆଉଟ୍ ହେବା ପରେ ଭାରତୀୟ ଦଳ ଆଉ ମ୍ୟାଚକୁ ଫେରି ପାରି ନଥିଲା । କୁମାର କୁଶାଗ୍ର ୨, ରିଙ୍କୁ ସିଂ ୬, ସେଡଗେ ୩ ରନ କରି ପାଭିଲିୟନ ଫେରିଥିଲେ । ତିଲକ ୧୦୦ ରନ କରି ଆଉଟ୍ ହେବା ସହ ଭାରତୀୟ ଇନିଂସ ୨୬୫ରେ ଶେଷ ହୋଇଥିଲା । ପାକିସ୍ତାନ ପକ୍ଷରୁ ଅଲି ରାଜା ଓ ହାସାନ ନୱାଜ ୩ଟି ଲେଖାଏଁ ୱିକେଟ୍ ନେଇଥିଲେ।
‘ମୋ ପାଇଁ ଶତକର ବିଶେଷ ଗୁରୁତ୍ୱ ନାହିଁ...’
ତିଲକ ବର୍ମା ୧୪୯ଟି ବଲ୍ ଖେଳି ଶତକ ଅର୍ଜନ କରିଥିଲେ, ତଥାପି ସେ ଅସନ୍ତୁଷ୍ଟ ଥିଲେ କାରଣ ସେ ‘ଇଣ୍ଡିଆ ଏ’ (India A) ଦଳକୁ ବିଜୟୀ କରାଇ ପାରିନଥିଲେ। ତିଲକ କହିଲେ, “ମୁଁ ଏହାକୁ ସେହି ଦୃଷ୍ଟିରୁ ଦେଖେ ନାହିଁ। ମୋ ପାଇଁ ବିଜୟ ହିଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ। ଯଦି ଆମେ ମ୍ୟାଚ୍ ଜିତିପାରିଲୁ ନାହିଁ, ତେବେ ଏହି ଶତକ ମୋ ପାଇଁ ବିଶେଷ କିଛି ନୁହେଁ। ତଥାପି, ମୁଁ ସର୍ବଦା ଚେଷ୍ଟା କରେ ଯେପରି ଖେଳକୁ ଯଥାସମ୍ଭବ ଶେଷ ପର୍ଯ୍ୟନ୍ତ ନେଇପାରିବି—ଆଜି ମଧ୍ୟ ମୁଁ ସେୟା ହିଁ ଚାହୁଁଥିଲି। ଯଦି ଅନ୍ୟ କୌଣସି ବ୍ୟାଟର ମୋତେ ସହଯୋଗ କରିଥାନ୍ତେ, ତେବେ ହୁଏତ ମୁଁ ମ୍ୟାଚ୍ ଜିତାଇ ପାରିଥାନ୍ତି। କିନ୍ତୁ ଜଣେ ଅଧିନାୟକ ଭାବରେ, ଆପଣଙ୍କୁ ଦାୟିତ୍ୱ ଓ ବୋଝ ନିଜ କାନ୍ଧରେ ବହନ କରିବାକୁ ପଡ଼ିଥାଏ; ସତ କହିବାକୁ ଗଲେ, ମୁଁ ଏହା କରିବାକୁ ପସନ୍ଦ କରେ।”

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories