Videos
|
Sports

IND vs PAK / ଭାରତ-ପାକିସ୍ତାନ ମ୍ୟାଚ: ପାକିସ୍ତାନକୁ ଜିତିବାକୁ ହେଲେ କରିବ୧୭୬ ରନ

Banajyotshna Ray
Browse all articles by Banajyotshna Ray
·7 months ago·2 min read
ଭାରତ-ପାକିସ୍ତାନ ମ୍ୟାଚ: ପାକିସ୍ତାନକୁ ଜିତିବାକୁ ହେଲେ କରିବ୧୭୬ ରନ
IND vs PAK

Key Points

ପାକିସ୍ତାନକୁ ୧୭୬ ରନ ଟାର୍ଗେଟ୍ ଦେଲା ଭାରତ
ଆଜି ଭାରତ ନା ପାକିସ୍ତାନ କିଏ ଜିତିବ ମ୍ୟାଚ ?
ଆଜି ଆଇସିସି ଟି-୨୦ ବିଶ୍ଵକପରେ ଭାରତ ଏବଂ ପାକିସ୍ତାନ କଲମ୍ବୋର ଆର. ପ୍ରେମଦାସା ଷ୍ଟାଡିୟମରେ ମୁହାଁମୁହିଁ ହୋଇଛନ୍ତି । ପାକିସ୍ତାନୀ ଅଧିନାୟକ ସଲମାନ ଅଲି ଆଗା ପ୍ରଥମ ଓଭରରେ ଅଭିଷେକ ଶର୍ମାଙ୍କୁ ଆଉଟ୍ କରିବା ପରେ ଭାଙ୍ଗିଛି ଭାରତୀୟଙ୍କ ହୃଦୟ । ଟସ୍ ଜିତିବା ପରେ ପାକିସ୍ତାନ ପ୍ରଥମେ ବୋଲିଂ କରିବାର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି । ଏହି ମ୍ୟାଚରେ ଭାରତୀୟ ପ୍ରଶଂସକମାନେ ଯୁବ ତାରକା ଅଭିଷେକ ଶର୍ମାଙ୍କ ଉପରେ ବହୁତ ଆଶା ରଖିଥିଲେ । ହେଲେ ଲଗାତାର ଦ୍ଵିତୀୟ ଥର ଲାଗି ବିଶ୍ଵକପରେ ଖାତା ଖୋଲିପାରିନାହାନ୍ତି ଅଭିଷେକ ।

ଟି-୨୦ ବିଶ୍ଵକପ୍ ୨୦୨୬ର ମହାମୁକାବିଲାରେ ମୁହାଁମୁହିଁ ହୋଇଛନ୍ତି ଭାରତ ଓ ପାକିସ୍ତାନ। ପ୍ରଥମେ ବ୍ୟାଟିଂ କରିଥିବା ଭାରତ ୭ ଓ୍ଵିକେଟ୍ ହରାଇ ୧୭୫ ରନ କରିଛି। ଇଶାନ କିଶନ ୭୭ ରନ କରିଥିଲେ। ଅଧିନାୟକ ସୂର୍ଯ୍ୟକୁମାର ଯାଦବ ୩୨ ରନ, ଶିବମ ଦୁବେ ୨୭ ରନ ଓ ତିଳକ ବର୍ମା ୨୫ ରନ କରିଥିଲେ। ପାକିସ୍ତାନ ସାମ୍ନାରେ ରହିଛି ୧୭୬ ରନର ବିଜୟ ଲକ୍ଷ୍ୟ। ପାକିସ୍ତାନ ପକ୍ଷରୁ ସାଇମ ଆୟୁବ ୨୫ ରନ ଦେଇ ୩ଟି ଓ୍ଵିକେଟ୍ ନେଇଛନ୍ତି।

ଏହା ପରେ ଭାରତର ରନ ଗତି ଧିମା ପଡ଼ିଥିଲା। ଉସ୍ମାନ ତାରିକ ଭାରତୀୟ ବ୍ୟାଟରଙ୍କୁ ବଡ଼ ସଟ୍ ଖେଳିବାକୁ ଦେଇ ନ ଥିଲେ। ତିଳକ ବର୍ମା ୨୪ ବଲରୁ ୧୫ ରନ କରିଥିଲେ। ହାର୍ଦ୍ଦିକ ପାଣ୍ଡ୍ୟା ପ୍ରଥମ ବଲରେ ବଡ଼ ସଟ୍ ଖେଳିବା ପ୍ରୟାସରେ ଆଉଟ୍ ହୋଇଥିଲେ। ସୂର୍ଯ୍ୟକୁମାର ଯାଦବ ୩୨ ରନ କରିଥିଲେ ହେଁ ମନ୍ଥର ପିଚ୍ ପାଇଁ ଦ୍ରୁତ ବ୍ୟାଟିଂ କରି ପାରି ନ ଥିଲେ। ଶିବମ ଦୁବେ ୧୭ ବଲରୁ ୨୭ ରନ କରିଥିଲେ। ରିଙ୍କୁ ସିଂ ୪ ବଲରୁ ୧୧ ରନ କରି ଅପରାଜିତ ଥିଲେ। ଶେଷରେ ଭାରତ ୭ ଓ୍ଵିକେଟ୍ ହରାଇ ୧୭୫ ରନ କରି ପାରିଛି।

ଏଥିସହ ପଢ଼ନ୍ତୁ: ପୁଣି ସେହି ଶିବରାତ୍ରୀ: ୨୦୦୩ର ପୁନରାବୃତ୍ତି ୨୦୨୬ରେ, ମାଟି କାମୁଡିବ ପାକିସ୍ତାନ

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ଭାରତର ଆରମ୍ଭ ନୈରାଶ୍ୟଜନକ ଥିଲା। ପ୍ରଥମ ଓଭରରେ ହିଁ ଅଭିଷେକ ଶର୍ମା ଖାତା ଖୋଲି ପାରି ନ ଥିଲେ। ଏହା ପରେ ପାକିସ୍ତାନ ବୋଲରଙ୍କ ଉପରେ କାଉଣ୍ଟର ଆଟାକ୍ କରିଥିଲେ ଇଶାନ କିଶନ। ଆଉ ତାଙ୍କୁ ସହଯୋଗ ଦେଇଥିଲେ ତିଳକ ବର୍ମା। ଇଶାନ ବିସ୍ଫୋରକ ବ୍ୟାଟିଂ କରି ୨୭ ବଲରୁ ନିଜର ଅର୍ଦ୍ଧଶତକ ହାସଲ କରିଥିଲେ। ଇଶାନ ଓ ତିଳକ ଦ୍ଵିତୀୟ ଓ୍ଵିକେଟରେ ୮୭ ରନ ଯୋଡ଼ି ଭାରତର ସ୍ଥିତି ମଜବୁତ କରିଥିଲେ। ତେବେ ଇଶାନ କିଶନ ଆଉଟ୍ ହେବା ଭାରତକୁ ବଡ଼ ଝଟକା ଲାଗିଥିଲା। ଇଶାନ ୪୦ ବଲରୁ ୧୦ ଚୌକା ଓ ୩ ଛକା ସହ ୭୭ ରନ କରିଥିଲେ। ଆଉ କିଛି ସମୟର ଅପେକ୍ଷା ଆଜି କିଏ ଜିତିବ କିଏ ହାରିବ ତାହା ସ୍ପଷ୍ଟ ହୋଇଯିବ। କିନ୍ତୁ ଭାରତୀୟ ଟିମ୍‌ ମଧ୍ୟ ଭଲ ଫିଲ୍ଡିଂ କରିବେ ବୋଲି ଆଶା କରାଯାଉଛି।

ଅଧିକ ପଢ଼ନ୍ତୁ ଖେଳ ଖବର:

Related Topics

Explore more stories