Cricket News / ଶୁକ୍ରବାରରୁ ଭାରତ-ଦକ୍ଷିଣ ଆଫ୍ରିକା ଟେଷ୍ଟ୍: ଇଡେନ୍ ପିଚ୍ ଉପରେ ନଜର
·10 months ago·2 min read

Key Points
ସୂଚନା ଅନୁସାରେ ଭାରତୀୟ ଦଳର ପ୍ରଶିକ୍ଷକ ଗୌତମ ଗମ୍ଭୀର ଅନୌପଚାରିକ ଭାବେ ସ୍ପିନ୍କୁ ସୁହାଉଥିବା ପିଚ୍ ଦାବି କରିଛନ୍ତି। ତେବେ ଇଡେନ୍ ଗାର୍ଡେନ୍ସ ପିଚ୍ ପ୍ରଥମ ଦୁଇ ଦିନ ପେସର୍କୁ ସୁହାଇବାର ସମ୍ଭାବନା ଅଧିକ ରହିଛି।
ଭାରତ-ଦକ୍ଷିଣ ଆଫ୍ରିକା ଟେଷ୍ଟ୍ ଲଢ଼େଇ ଲାଗି ‘ସିଟି ଅଫ୍ ଜୟ’ କୋଲକାତା ଏବେ ପୂରା ପ୍ରସ୍ତୁତ। ଉଭୟ ଭାରତ ଓ ବିଶ୍ବ ଟେଷ୍ଟ୍ ଚାମ୍ପିଅନ୍ସିପ୍ ବିଜେତା ଦକ୍ଷିଣ ଆଫ୍ରିକାର ବଛାବଛା ଓ ତାରକା ଖେଳାଳି ଶୁକ୍ରବାରଠାରୁ ଆରମ୍ଭ ହେବାକୁ ଥିବା ପ୍ରଥମ ଟେଷ୍ଟ୍ ଲାଗି ଏଠାରେ ଡେରା ପକାଇବା କ୍ରିକେଟ୍ପ୍ରେମୀଙ୍କୁ ଯେତିକି ଉତ୍ସାହିତ କରୁଛି, ସହରକୁ ମଧ୍ୟ ସେତିକି ଚଳଚଞ୍ଚଳ କାରି ରଖିଛି। ବିଶ୍ବ ପ୍ରସିଦ୍ଧ ଇଡେନ୍ ଗାର୍ଡେନ୍ସ ପିଚ୍ କେମିତି ବ୍ୟବହାର କରିବ, ଭାରତୀୟ ବ୍ୟାଟର୍ କିଭଳି ଦକ୍ଷିଣ ଆଫ୍ରିକା ବୋଲରଙ୍କୁ ମୁକାବିଲା କରିବେ, ଟସ୍ କେତେ ଗୁରୁତ୍ବପୂର୍ଣ୍ଣ ରହିବ ସେ ଚର୍ଚ୍ଚା କୋଲକାତା କ୍ରିକେଟ୍ ଜଗତକୁ ଆନ୍ଦୋଳିତ କରୁଛି।
ସୂଚନା ଅନୁସାରେ ଭାରତୀୟ ଦଳର ପ୍ରଶିକ୍ଷକ ଗୌତମ ଗମ୍ଭୀର ଅନୌପଚାରିକ ଭାବେ ସ୍ପିନ୍କୁ ସୁହାଉଥିବା ପିଚ୍ ଦାବି କରିଛନ୍ତି। ତେବେ ଇଡେନ୍ ଗାର୍ଡେନ୍ସ ପିଚ୍ ପ୍ରଥମ ଦୁଇ ଦିନ ପେସର୍କୁ ସୁହାଇବାର ସମ୍ଭାବନା ଅଧିକ ରହିଛି। ତୃତୀୟ ଦିନଠାରୁ କିନ୍ତୁ ସ୍ପିନର୍ ପ୍ରଭାବ ବିସ୍ତାର କରିପାରିବେ। କୁଲଦୀପ ଯାଦବ ଓ କେଶବ ମହାରାଜଙ୍କ ଭଳି ବିଶେଷଜ୍ଞ ସ୍ପିନର ନିର୍ଣ୍ଣାୟକ ସାବ୍ୟସ୍ତ ହେବେ। ଯଶପ୍ରୀତ୍ ବୁମ୍ରା ଓ କାଗିସୋ ରବାଡ଼ା ମଧ୍ୟ ମ୍ୟାଚ୍ରେ ରୋମାଞ୍ଚ ଭରିବେ।
ଏହାସହ ପଢ଼ନ୍ତୁ: ପାକିସ୍ତାନରେ ବିସ୍ଫୋରଣ ପରେ ଭୟରେ ଶ୍ରୀଲଙ୍କା ଦଳ ! ଘରକୁ ଫେରୁଛନ୍ତି ଖେଳାଳି
ଜୁରେଲଙ୍କୁ ମିଳିବ ସୁଯୋଗ
ନିୟମିତ ୱିକେଟ୍ରକ୍ଷକ ଋଷଭ ପନ୍ତ ଏହି ମ୍ୟାଚ୍ରେ ଫେରିବା ଏକପ୍ରକାର ନିଶ୍ଚିତ ଥିଲେ ମଧ୍ୟ ଦ୍ବିତୀୟ ୱିକେଟ୍ରକ୍ଷକ ଧ୍ରୁବ ଜୁରେଲ ଏହି ମ୍ୟାଚ୍ ଖେଳିବେ। ଚମତ୍କାର ଫର୍ମରେ ଥିବା ଜୁରେଲ ଜଣେ ବିଶେଷଜ୍ଞ ବ୍ୟାଟର୍ ଭାବେ ମଇଦାନକୁ ଓହ୍ଲାଇବେ। ଏହି ସୂଚନା ଭାରତୀୟ ଦଳର ବୋଲିଂ ପ୍ରଶିକ୍ଷକ ରିଆନ୍ ଟେନ୍ ଡସେଟ୍ ଦେଇଛନ୍ତି। ପନ୍ତଙ୍କ ଅନୁପସ୍ଥିତିରେ ଜୁରେଲ ଅହମଦାବାଦରେ ଖେଳାଯାଇଥିବା ୱେଷ୍ଟଇଣ୍ଡିଜ୍ ବିପକ୍ଷ ପ୍ରଥମ ଟେଷ୍ଟ୍ରେ ନିଜ ପ୍ରଥମ ଶତକ ହାସଲ କରିଥିଲେ। ଏହା ପୂର୍ବରୁ ୮ଟି ପ୍ରଥମ ଶ୍ରେଣୀ ମ୍ୟାଚ୍ ଖେଳି ଚାରିଟି ଶତକ ଅର୍ଜନ କରିଥିଲେ ସେ। ପୁଣି ଦକ୍ଷିଣ ଆଫ୍ରିକା-ଏ’ ବିପକ୍ଷ ଦ୍ବିତୀୟ ଅନୌପଚାରିକ ମ୍ୟାଚ୍ର ଉଭୟ ପାଳିରେ ଶତକ ଅର୍ଜନ କରି ପ୍ରଶିକ୍ଷକ ଗୌତମ ଗମ୍ଭୀରଙ୍କ ଧ୍ୟାନ ଆକର୍ଷଣ କରିଥିଲେ। ଭାରତ ପାଖରେ ୱାସିଂଟନ୍ ସୁନ୍ଦର, ଅକ୍ଷର ପଟେଲ ଓ ରବୀନ୍ଦ୍ର ଜାଡ଼େଜାଙ୍କ ରୂପରେ ତିନିଜଣ ସ୍ପିନ୍ ଅଲ୍ରାଉଣ୍ଡର୍ ଥିବାରୁ ଜୁରେଲଙ୍କୁ ଖେଳାଇବାର ବିକଳ୍ପ ଆମ ପାଖରେ ଅଛି। ସେ ନିଶ୍ଚିତ କୋଲକାତା ଟେଷ୍ଟ୍ ଖେଳିବେ ବୋଲି ଡସେଟ୍ କହିଛନ୍ତି।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଏହାସହ ପଢ଼ନ୍ତୁ: IPL ୨୦୨୬ ପୂର୍ବରୁ ବଡ଼ ପରିବର୍ତ୍ତନ, ନିଜ ଅଧିନାୟକଙ୍କୁ ଛାଡିପାରେ ଏହି ୩ ଫ୍ରାଞ୍ଚାଇଜ୍ !
ଟେଷ୍ଟ୍ ଦଳରୁ ଭାରତ-ଏ’କୁ ଗଲେ ନୀତୀଶ
କୋଲକାତା ଟେଷ୍ଟ୍ରେ ଖେଳିବାର ସମ୍ଭାବନା ନଥିବାରୁ ଭାରତୀୟ ଦଳ ଅଲ୍ରାଉଣ୍ଡର୍ ନୀତୀଶ କୁମାର ରେଡ୍ଡୀଙ୍କୁ ଭାରତ-ଏ’ ପକ୍ଷରୁ ଖେଳିବାକୁ କହିଛି। ଟେଷ୍ଟ୍ ଦଳ ଛାଡ଼ି ରାଜକୋଟଠାରେ ଗୁରୁବାରଠାରୁ ଆରମ୍ଭ ହେଉଥିବା ଦକ୍ଷିଣ ଆଫ୍ରିକା-ଏ’ ବିପକ୍ଷ ଦିନିକିଆ ଶୃଙ୍ଖଳା ଲାଗି ଭାରତୀୟ-ଏ’ ଦଳରେ ଯୋଗ ଦେଇଛନ୍ତି। ଏହା ପୂର୍ବରୁ ନୀତୀଶ ପ୍ରମୁଖ ବୋଲର ଯଶପ୍ରୀତ୍ ବୁମ୍ରା ଓ ମହମ୍ମଦ ସିରାଜଙ୍କ ସହ ବୋଲିଂ କରୁଥିଲେ। ବୁଧବାରର ଅଭ୍ୟାସ ଅଧିବେଶନରେ ସେ ଅନୁପସ୍ଥିତ ଥିବା ଦେଖିବାକୁ ମିଳିଥିଲା। ଗୁଆହାଟୀରେ ଖେଳାଯିବାକୁ ଥିବା ଦ୍ବିତୀୟ ଟେଷ୍ଟ୍ ବେଳକୁ ସେ ପୁଣି ଥରେ ଭାରତୀୟ ଦଳରେ ଯୋଗଦେବାର ସମ୍ଭାବନା ରହିଛି।

Related Topics
Explore more stories