India vs Sri Lanka / ବିଜୟରୁ ଭାରତର ଅଭିଯାନ ଆରମ୍ଭ, ୫୯ ରନ୍ରେ ହାରିଲା ଶ୍ରୀଲଙ୍କା

Key Points
ମହିଳା ବିଶ୍ୱକପ୍ ପ୍ରସାରଣ କରିବାର ଅଧିକାର ଷ୍ଟାର ସ୍ପୋର୍ଟସ୍ ନେଟୱାର୍କ ପାଖରେ ଅଛି। ଟିଭିରେ, ଆପଣ ଏହି ମ୍ୟାଚ୍ ଷ୍ଟାର ସ୍ପୋର୍ଟସର ପୃଥକ ଚ୍ୟାନେଲ, ଷ୍ଟାର ସ୍ପୋର୍ଟସ୍ ୧/ଏଚ୍ଡି ଏବଂ ଷ୍ଟାର ସ୍ପୋର୍ଟସ୍ ହିନ୍ଦୀ/ଏଚ୍ଡିରେ ହିନ୍ଦୀ ଏବଂ ଇଂରାଜୀରେ କମେଣ୍ଟ୍ରି ସହିତ ଦେଖିପାରିବେ।
ମହିଳା ଦିନିକିଆ ବିଶ୍ବକପର ବିଜୟରୁ ଅଭିଯାନ ଆରମ୍ଭ କରିଛି ଭାରତ। ଗତକାଲି ପ୍ରଥମ ମ୍ୟାଚରେ ମୁହାଁମୁହିଁ ହୋଇଥିଲେ ଦୁଇ ଆୟୋଜକ ଦେଶ । ବର୍ଷା ବାଧାପ୍ରାପ୍ତ ମ୍ୟାଚ୍ରେ ଭାରତ ୫୯ ରନ୍ରେ ଶ୍ରୀଲଙ୍କାକୁ ପରାସ୍ତ କରିଛି। ଆରମ୍ଭରୁ ମ୍ୟାଚ୍ ୪୮ ଓଭରିଆ ଖେଳାଯାଇଥିବା ମ୍ୟାଚ୍ରେ ପୁଣି ବର୍ଷା ହେବାରୁ ପରବର୍ତ୍ତୀ ସମୟରେ ୪୭ ଓଭରକୁ ଖସିଥିଲା। ପ୍ରଥମେ ବ୍ୟାଟିଂ କରିଥିବା ଭାରତ ୪୭ ଓଭରରେ ୨୬୯ ରନ୍ କରିଥିଲା ବେଳେ ଶ୍ରୀଲଙ୍କା ସମ୍ମୁଖରେ ୨୭୧ ରନ୍ର ବିଜୟ ଲକ୍ଷ୍ୟ ରହିଥିଲା। ଏହାକୁ ପିଛା କରି ଭ୍ରମଣକାରୀ ଶ୍ରୀଲଙ୍କା ୪୫.୪ ଓଭରରେ ୨୧୧ ରନ୍ରେ ଅଲ୍ଆଉଟ୍ ହୋଇଯାଇଥିଲା।
ମହିଳା କ୍ରିକେଟର ଲୋକପ୍ରିୟତାକୁ ପ୍ରୋତ୍ସାହିତ କରିବା ଏବଂ ପୁରୁଷ କ୍ରିକେଟରଙ୍କ ପରି ସେମାନଙ୍କୁ ସମାନ ସମ୍ମାନ ଦେବା ପାଇଁ, ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ୨୦୨୫ ମହିଳା ଦିନିକିଆ ବିଶ୍ୱକପର ପୁରସ୍କାର ରାଶି ଉଲ୍ଲେଖନୀୟଭାବେ ବୃଦ୍ଧି କରିଛି। ଏବେ ଚାମ୍ପିଅନ୍ ଦଳକୁ ପ୍ରାୟ ୪୦ କୋଟି ଟଙ୍କା ଦିଆଯିବ।
ମହିଳା ବିଶ୍ୱକପ୍ ପ୍ରସାରଣ କରିବାର ଅଧିକାର ଷ୍ଟାର ସ୍ପୋର୍ଟସ୍ ନେଟୱାର୍କ ପାଖରେ ଅଛି। ଟିଭିରେ, ଆପଣ ଏହି ମ୍ୟାଚ୍ ଷ୍ଟାର ସ୍ପୋର୍ଟସର ପୃଥକ ଚ୍ୟାନେଲ, ଷ୍ଟାର ସ୍ପୋର୍ଟସ୍ ୧/ଏଚ୍ଡି ଏବଂ ଷ୍ଟାର ସ୍ପୋର୍ଟସ୍ ହିନ୍ଦୀ/ଏଚ୍ଡିରେ ହିନ୍ଦୀ ଏବଂ ଇଂରାଜୀରେ କମେଣ୍ଟ୍ରି ସହିତ ଦେଖିପାରିବେ।
ଏହାସହ ପଢ଼ନ୍ତୁ:- LPGରୁ UPI, ଅନଲାଇନ ଗେମିଂରୁ ସ୍ପିଡ୍ ପୋଷ୍ଟ ନିୟମରେ ବଡ଼ ପରିବର୍ତ୍ତନ !
ଅନ୍ୟପଟେ ଏସିଆ କପ୍ର ଦୁବାଇ ଦଙ୍ଗଲ ବାଜିମାତ ପରେ ଘରକୁ ଫେରିଛନ୍ତି ଭାରତୀୟ କ୍ରିକେଟର । ଏସିଆ କପ୍ ୨୦୨୫ ଟାଇଟଲ ଜିତିବା ପରେ ଘରକୁ ବାହୁଡିଛନ୍ତି ଭାରତୀୟ ଟିମ୍ । ଏୟାର ପୋର୍ଟରେ ଖେଳାଳୀମାନଙ୍କୁ କରାଯାଇଛି ଜବରଦସ୍ତ ସ୍ବାଗତ । ଡ୍ରମ... ଟ୍ରମ୍ଫେଟ..ଓ ଟିମ ଇଣ୍ଡିଆ ନାରାରେ କମ୍ପୁଥିଲା ଏୟାରପୋର୍ଟ ପରିସର । ପ୍ରିୟର ଖେଳାଳୀଙ୍କୁ ସ୍ୱାଗତ କରିବା ପାଇଁ ବିଭିନ୍ନ ଏୟାରପୋର୍ଟରେ ଲାଗିଥିଲା ପ୍ରବଳ ଭିଡ । ଦାଇଦ୍ରାବାଦ ଏୟାରପୋର୍ଟରେ ଥିଲା କିଛି ଏଭଳି ଦୃଶ୍ୟ ।... ଭାରତ ମଥାରେ ବିଜୟର ତୀଳକ ଲଗାଇଥିବା ତୀଳକ ବର୍ମା ଯେତେବେଳେ ହାଇଦ୍ରାବାଦ ଏୟାରପୋର୍ଟରେ ପହଞ୍ଚିଥିଲେ। ସେତେବେଳେ ଫ୍ୟାନସମାନେ ତାଙ୍କୁ ଜବରଦସ୍ତ ଢଙ୍ଗରେ ସ୍ବାଗତ କରିଥିଲେ। ତିଳକ.. ତୀଳକ.. ନାରାରେ କମ୍ପୁଥିଲା ହାଇଦ୍ରାବାଦ ଏୟାରପୋର୍ଟ ।
📱 Get Argus News App
✨ଏହାସହ ପଢ଼ନ୍ତୁ:- ଯୁଦ୍ଧ ବନ୍ଦ ନେଇ ଟ୍ରମ୍ପ-ନେତାନ୍ୟାହୁ ଆଲୋଚନା
ମୁମ୍ବାଇ ଏୟାରପୋର୍ଟରେ ପହଞ୍ଚିଥଲେ ଅଧିନାୟକ ସୂର୍ଯ୍ୟ କୁମାର ଯାଦବ । ସୂର୍ଯ୍ୟଙ୍କ ଅପେକ୍ଷାରେ ଥିଲେ ଫ୍ୟାନସ । ହୋମ ଟାଉନରେ ସୂର୍ଯ୍ୟଙ୍କୁ ସ୍ବାଗତ କରିବାରେ କିଛି କମି ରଖିନଥିଲେ ଶୁଭେଚ୍ଛୁ। କମ୍ପୁଥିଲା ମୁମ୍ବାଇ ଏୟାର ପୋର୍ଟ । ଉଚ୍ଛ୍ବସିତ ପରିବେଶରେ ସୂର୍ଯ୍ୟଙ୍କୁ କରାଯାଇଥିଲା ସ୍ୱାଗତ। ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଏୟାର ପୋର୍ଟରେ ପହଞ୍ଚିବାର ଝଲକ ଥିଲା ବେଶ୍ ଖାସ । ପାଣ୍ଡ୍ୟା ମୁମ୍ବାଇରେ ପହଞ୍ଚିବାପରେ ଚିଲେଇ ଉଠିଥିଲେ ଫ୍ୟାନସ। ଜୋରଦାର ସ୍ୱାଗତ କରିଥିଲେ କ୍ରିକେଟପ୍ରେମୀ ।
Related Topics
Explore more stories