India vs West Indies / ଗୁଆହାଟିରେ ରୋହିତ-ଗିଲ୍ ସୁନାମି; ବ୍ୟାକଫୁଟ୍ରେ ୱେଷ୍ଟଇଣ୍ଡିଜ୍
·1 hour ago·2 min read

Key Points
ୱେଷ୍ଟଇଣ୍ଡିଜ୍ ପାଳିରେ ଦଳର ୩ ଖେଳାଳି ଶତକ କରିଥିବା ବେଳେ ଭାରତ ପକ୍ଷରୁ ଗିଲ୍ ଓ ରୋହିତ ମଧ୍ୟ ଶତକ ହାସଲ କରିଛନ୍ତି । ଏଭଳି ଭାବେ ଗୋଟିଏ ମ୍ୟାଚ୍ରେ ୫ଟି ଶତକ ମରାଯାଇଛି ।
ଗୁଆହାଟି: ୱେଷ୍ଟଇଣ୍ଡିଜ୍ ବିପକ୍ଷ ଦ୍ଵିତୀୟ ଦିନିକିଆରେ ଶତକ ବର୍ଷା ହୋଇଛି । ପ୍ରଥମେ ବ୍ୟାଟିଂ କରିଥିବା ୱେଷ୍ଟଇଣ୍ଡିଜ୍ ୭ ୱିକେଟ୍ ହରାଇ ୪୦୫ ରନ୍ କରିଥିବା ବେଳେ ଭାରତ ୪୦୬ ରନ୍ର ପିଛା କରୁଛି । ୱେଷ୍ଟଇଣ୍ଡିଜ୍ ପାଳିରେ ଦଳର ୩ ଖେଳାଳି ଶତକ କରିଥିବା ବେଳେ ଭାରତ ପକ୍ଷରୁ ଗିଲ୍ ଓ ରୋହିତ ମଧ୍ୟ ଶତକ ହାସଲ କରିଛନ୍ତି ।
ଏଭଳି ଭାବେ ଗୋଟିଏ ମ୍ୟାଚ୍ରେ ୫ଟି ଶତକ ମରାଯାଇଛି । ଯାହାକି କୌଣସି ଦିନିକିଆ ମ୍ୟାଚ୍ରେ ପ୍ରଥମଥର ପାଇଁ ୫ଟି ଶତକ ଅଟେ । ୱେଷ୍ଟଇଣ୍ଡିଜ୍ ପକ୍ଷରୁ ଓପନର୍ ଜହ୍ନ କାମ୍ପବେଲ ୬୮ ବଲ୍ରେ ୧୦୧ ରନ୍ କରିଥିବା ବେଳେ ଅଧିନାୟକ ଶାଈ ହୋପେ ୯୪ ବଲ୍ରେ ୧୦୪ ରନ୍, ଅମୀର ଜନଗୋ ୭୭ ବଲ୍ରେ ୧୧୯ ରନ୍ କରିଥିଲେ ।
ମୋଟ ୭ ୱିକେଟ୍ ହରାଇ ଭ୍ରମଣକାରୀ ୱେଷ୍ଟଇଣ୍ଡିଜ୍ ୪୦୬ ରନ୍ର ଟାର୍ଗେଟ୍ ଭାରତକୁ ଦେଇଛି । ବଡ଼ ରନ୍ର ପିଛା କରି ଭାରତର ଆରମ୍ଭ ବେଶ୍ ଭଲ ରହିଛି । ଭାରତ ପକ୍ଷର ଅଧିନାୟକ ଗିଲ୍ ଓ ରୋହିତ ଶର୍ମା ଶତକ ହାସଲ କରି ଦଳକୁ ମଜଭୁତ୍ ସ୍ଥିତିରେ ପହଞ୍ଚାଇଛନ୍ତି ।
ଏଥିସହ ପଢ଼ନ୍ତୁ: ଭାରତକୁ ବଡ଼ ଟାର୍ଗେଟ୍: ୱେଷ୍ଟଇଣ୍ଡିଜ୍ କଲା ୪୦୫, ବଢ଼ିଲା ଭାରତର ଚିନ୍ତା...
ରୋହିତ, ଗିଲ୍ ସୁନାମି
ଗୁଆହାଟି ଦିନିକିଆରେ ଶୁବମନ ଗିଲ୍ ୬୨ ବଲ୍ରେ ଶତକ ମାରିଛନ୍ତି । ଏହା ପୂର୍ବରୁ ଥିରୁବନନ୍ତପୁରମ ମ୍ୟାଚ୍ରେ ସେଞ୍ଚୁରୀ ମାରିଥିଲେ । ଏଥିସହ ଦିନିକିଆରେ ଗିଲ୍ ୧୧ତମ ଶତକ ହାସଲ କରିଛନ୍ତି । ଏହି ଶତକ ସହ ବଡ଼ ଉପଲବ୍ଧି ହାସଲ କରିଛନ୍ତି ଶୁବମନ ଗିଲ୍ । ଦିନିକିଆ କ୍ରିକେଟରେ ଗିଲ୍ ତୃତୀୟ ଦ୍ରୁତତମ ଶତକ ମାରିଥିବା ଖେଳାଳି ଭାବେ ନାଁ ରେକର୍ଡ କରିଛନ୍ତି ।
ରୋହିତ ଶର୍ମା ୭୨ ବଲ୍ରେ ଶତକ ପୂରଣ କରିଛନ୍ତି । ଯେଉଁଥିରେ ୬ଟି ଛକା ସହ ୧୦ଟି ଚଉକା ରହିଛି । ତେବେ, ଶତକ ପରେ ରୋହିତ lbw ହୋଇ ପାଭିଲିୟନ୍ ଫେରିଛନ୍ତି । ୭୫ ବଲ୍ରେ ୧୦୧ ରନ୍ କରି ଆଉଟ୍ ହୋଇଛନ୍ତି ରୋହିତ ଶର୍ମା । ରୋହିତ ଆଉଟ୍ ହେବା ବେଳକୁ ଭାରତର ଦଳୀୟ ସ୍କୋର୍ ୨୫୦ ରନ୍ ପହଞ୍ଚି ସାରିଛି ।
ରୋହିତ ଆଉଟ୍ ହେବା ପରେ ବିରାଟ କୋହଲି କ୍ରିଜ୍କୁ ଆସିଛନ୍ତି । ଗିଲ୍ଙ୍କ ବ୍ଯାଟରୁ ରନ୍ ବର୍ଷା ଜାରି ରହିଛି । ଧୂଆଧାର ବ୍ୟାଟିଂ କରଥିଲା ଗିଲ୍ ମାତ୍ର ୯୦ଟି ବଲ୍ରେ ୧୫୨ ରନ୍ ସ୍କୋର୍ କରିଛନ୍ତି । ଯେଉଁଥିରେ ୧୮ଟି ଚଉକା ସହ ୬ଟି ଛକା ରହିଛି । ୩୦ ଓଭର୍ ସୁଦ୍ଧା ଭାରତ ଗୋଟିଏ ୱିକେଟ୍ ହରାଇ ୩୦୫ ରନ୍ କରିବାରେ ସକ୍ଷମ ହୋଇଛି ।

📸📸 Cometh the man, Cometh the Hitman 💪
— BCCI (@BCCI) September 30, 2026
Rohit Sharma, Take A Bow 🙇♂️
Updates ▶️ https://t.co/6XCYRtZLAi#TeamIndia | #INDvWI | @mflone_ | @ImRo45 pic.twitter.com/o1DFB0kenr
ମୋଟ ୭ ୱିକେଟ୍ ହରାଇ ଭ୍ରମଣକାରୀ ୱେଷ୍ଟଇଣ୍ଡିଜ୍ ୪୦୬ ରନ୍ର ଟାର୍ଗେଟ୍ ଭାରତକୁ ଦେଇଛି । ବଡ଼ ରନ୍ର ପିଛା କରି ଭାରତର ଆରମ୍ଭ ବେଶ୍ ଭଲ ରହିଛି । ଭାରତ ପକ୍ଷର ଅଧିନାୟକ ଗିଲ୍ ଓ ରୋହିତ ଶର୍ମା ଶତକ ହାସଲ କରି ଦଳକୁ ମଜଭୁତ୍ ସ୍ଥିତିରେ ପହଞ୍ଚାଇଛନ୍ତି ।
ଏଥିସହ ପଢ଼ନ୍ତୁ: ଭାରତକୁ ବଡ଼ ଟାର୍ଗେଟ୍: ୱେଷ୍ଟଇଣ୍ଡିଜ୍ କଲା ୪୦୫, ବଢ଼ିଲା ଭାରତର ଚିନ୍ତା...
ରୋହିତ, ଗିଲ୍ ସୁନାମି
ଗୁଆହାଟି ଦିନିକିଆରେ ଶୁବମନ ଗିଲ୍ ୬୨ ବଲ୍ରେ ଶତକ ମାରିଛନ୍ତି । ଏହା ପୂର୍ବରୁ ଥିରୁବନନ୍ତପୁରମ ମ୍ୟାଚ୍ରେ ସେଞ୍ଚୁରୀ ମାରିଥିଲେ । ଏଥିସହ ଦିନିକିଆରେ ଗିଲ୍ ୧୧ତମ ଶତକ ହାସଲ କରିଛନ୍ତି । ଏହି ଶତକ ସହ ବଡ଼ ଉପଲବ୍ଧି ହାସଲ କରିଛନ୍ତି ଶୁବମନ ଗିଲ୍ । ଦିନିକିଆ କ୍ରିକେଟରେ ଗିଲ୍ ତୃତୀୟ ଦ୍ରୁତତମ ଶତକ ମାରିଥିବା ଖେଳାଳି ଭାବେ ନାଁ ରେକର୍ଡ କରିଛନ୍ତି ।
1️⃣5️⃣0️⃣ up for the Captain 🫡🫡
— BCCI (@BCCI) September 30, 2026
Shubman Gill is unstoppable tonight 💙
Updates ▶️ https://t.co/6XCYRtZLAi#TeamIndia | #INDvWI | @mflone_ | @ShubmanGill pic.twitter.com/K6sosrtLeI
ରୋହିତ ଶର୍ମା ୭୨ ବଲ୍ରେ ଶତକ ପୂରଣ କରିଛନ୍ତି । ଯେଉଁଥିରେ ୬ଟି ଛକା ସହ ୧୦ଟି ଚଉକା ରହିଛି । ତେବେ, ଶତକ ପରେ ରୋହିତ lbw ହୋଇ ପାଭିଲିୟନ୍ ଫେରିଛନ୍ତି । ୭୫ ବଲ୍ରେ ୧୦୧ ରନ୍ କରି ଆଉଟ୍ ହୋଇଛନ୍ତି ରୋହିତ ଶର୍ମା । ରୋହିତ ଆଉଟ୍ ହେବା ବେଳକୁ ଭାରତର ଦଳୀୟ ସ୍କୋର୍ ୨୫୦ ରନ୍ ପହଞ୍ଚି ସାରିଛି ।
ରୋହିତ ଆଉଟ୍ ହେବା ପରେ ବିରାଟ କୋହଲି କ୍ରିଜ୍କୁ ଆସିଛନ୍ତି । ଗିଲ୍ଙ୍କ ବ୍ଯାଟରୁ ରନ୍ ବର୍ଷା ଜାରି ରହିଛି । ଧୂଆଧାର ବ୍ୟାଟିଂ କରଥିଲା ଗିଲ୍ ମାତ୍ର ୯୦ଟି ବଲ୍ରେ ୧୫୨ ରନ୍ ସ୍କୋର୍ କରିଛନ୍ତି । ଯେଉଁଥିରେ ୧୮ଟି ଚଉକା ସହ ୬ଟି ଛକା ରହିଛି । ୩୦ ଓଭର୍ ସୁଦ୍ଧା ଭାରତ ଗୋଟିଏ ୱିକେଟ୍ ହରାଇ ୩୦୫ ରନ୍ କରିବାରେ ସକ୍ଷମ ହୋଇଛି ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories