Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Sports

ଭାରତ ବାଛିବ ନୂଆ ଟେଷ୍ଟ କ୍ୟାପଟେନ

Ritu Das
Browse all articles by Ritu Das
·1 year ago·2 min read
ଭାରତ ବାଛିବ ନୂଆ ଟେଷ୍ଟ କ୍ୟାପଟେନ

ଅର୍ଗସ ବ୍ୟୁରୋ: ଅଷ୍ଟ୍ରେଲିଆ ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ଆତ୍ମସମର୍ପଣ କରିଛି ଟିମ୍ ଇଣ୍ଡିଆ । ବ୍ୟାଟିଂ ବିପର୍ଯ୍ୟୟ ଯୋଗୁଁ ଆଜି ଦ୍ୱିତୀୟ ମ୍ୟାଚରେ ଏକ ବୃହତ୍ତ ପରାଜୟର ସମ୍ମୁଖୀନ ହୋଇଛି ରୋହିତ ସେନା । ଏହି ପରାଜୟ ପରେ ଭାରତୀୟ ଦଳକୁ ସବୁଆଡୁ ସମାଲୋଚନାର ଶିକାର ହେବାକୁ ପଡିଛି । ତେବେ ସବୁଠାରୁ ବଡ କଥା ହେଉଛି ଦଳର ଅଧିନାୟକ ତଥା ରୋହିତ ଶର୍ମାଙ୍କ ବ୍ୟାଟ କିଛି ମ୍ୟାଚରେ ଶାନ୍ତ ପଡିଯାଇଛି । ତେଣୁ ରୋହିତଙ୍କୁ ଦଳର ନେତୃତ୍ୱ ପଦରୁ ବାଦ୍ ଦେବା ପାଇଁ ଦାବି ଜୋର ଧରିଛି । ଲଗାତାର ବ୍ୟାଟିଂରେ ଫ୍ଲପ ହେବା ପରେ ତାଙ୍କ କାନ୍ଧରୁ ଏହି ଦାୟିତ୍ୱ ହଟାଇବାକୁ ସବୁଠି ଚର୍ଚ୍ଚା ହେଉଛି । କିନ୍ତୁ ରୋହିତଙ୍କ ପରେ ଟେଷ୍ଟ ଦଳରେ କିଏ ନେବ ନେତୃତ୍ୱ?

ପର୍ଥ ଟେଷ୍ଟକୁ ଟିମ୍ ଇଣ୍ଡିଆ ୨୯୫ ରନରେ ଜିତିବା ପରେ ରୋହିତ ସେନା ୫-୦ରେ ସିରିଜ ଜିତିବ ବୋଲି ଚର୍ଚ୍ଚା ଆରମ୍ଭ ହୋଇଥିଲା । କିନ୍ତୁ ପିଙ୍କ ବଲ୍ ଟେଷ୍ଟରେ ଭାରତକୁ ଲଜ୍ଜାଜନକ ପରାଜୟର ସମ୍ମୁଖୀନ ହେବାକୁ ପଡିଛି । ଉଭୟ ବୋଲିଂ ଓ ବ୍ୟାଟିଂରେ ଖରାପ ପ୍ରଦର୍ଶନ ଯୋଗୁଁ ଏମିତି ହୋଇଥିବା ଆଲୋଚନା ହେଉଛି । ତେବେ ଏହାରି ଭିତରେ କିଛି ଖେଳାଳିଙ୍କ ପ୍ରଦର୍ଶନ ଟିମ୍ ଇଣ୍ଡିଆକୁ ଚିନ୍ତାରେ ପକାଇଛି । ଏହି ତାଲିକାର ସବୁଠୁ ଆଗରେ ରହିଛନ୍ତି ଦଳର ଅଧିନାୟକ ରୋହିତ ଶର୍ମା ।
ପୁତ୍ର ସନ୍ତାନର ବାପା ହେବା ପରେ ଦ୍ୱିତୀୟ ମ୍ୟାଚରେ ଟିମ୍ ସହ ଯୋଡି ହୋଇଥିଲେ ରୋହିତ । ପିଙ୍କ ବଲ ଟେଷ୍ଟରେ ସେ ଏକ ବଡ ପାଳି ଖେଳିବେ ବୋଲି ଆଶା କରାଯାଉଥିଲା । କିନ୍ତୁ ସେ ଏଥିରେ ବିଫଳ ହୋଇଛନ୍ତି । ଏହାପୂର୍ବରୁ ସହ ପୂର୍ବ ୨ଟି ଟେଷ୍ଟ ସିରିଜରେ ମଧ୍ୟ ତାଙ୍କ ବ୍ୟାଟ ଶାନ୍ତ ରହିଛି । ନିକଟରେ ଶେଷ ହୋଇଥିବା ୬ଟି ଟେଷ୍ଟରେ ସେ ମାତ୍ର ୧୪୨ ରନ କରିଛନ୍ତି । ଆଉ ତାଙ୍କ ଆଭରେଜ ରହିଛି କେବଳ ୨୩.୬୬। 

ତେବେ ଶେଷ ୧୨ଟି ଇନିଂସ ଉପରେ ଆସନ୍ତୁ ନଜର ପକାଇବା । ବାଂଲାଦେଶ ବିପକ୍ଷ ୨ଟି ମ୍ୟାଚରେ ଯଥାକ୍ରମେ ୬, ୫, ୨୩, ୮ ରନ କରିଥିଲେ । ଏହା ପରେ ନ୍ୟୁଜିଲାଣ୍ଡ ବିପକ୍ଷ ସିରିଜରେ (୨, ୫), (୦, ୮) ଏବଂ (୧୮, ୧୧) ରନ କରିବାକୁ ସକ୍ଷମ ହୋଇଥିଲେ କ୍ୟାପଟେନ ରୋହିତ । ଆଉ ଏବେ ଚାଲିଥିବା ବିଜିଟିର ୨ୟ ମ୍ୟାଚରେ ସେ କେବଳ ୩ ଓ ୬ ରନ ହିଁ କରିପାରିଛନ୍ତି । ତେବେ ଆଗକୁ ଟେଷ୍ଟ ଟିମର କ୍ୟାପଟେନ ରୋହିତ ରହିବେ କି ନାହିଁ ତାହା ବର୍ତ୍ତମାନ ସୁଦ୍ଧା ଜଣାପଡ଼ିନାହିଁ। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ କ୍ରୀଡ଼ା ଖବର 
 

Sponsored
India will | Argus News