କ୍ରିକେଟ ବିଶ୍ବକପରେ ଆଜି ଦକ୍ଷିଣ ଆଫ୍ରିକାକୁ ଭେଟିବ ଭାରତ

ଅର୍ଗସ ବ୍ୟୁରୋ: କ୍ରିକେଟ ବିଶ୍ବକପରେ ଆଜି ଦକ୍ଷିଣ ଆଫ୍ରିକାକୁ ଭେଟିବ ଭାରତ । କୋଲକାତା ଇଡେନ ଗାର୍ଡେନରେ ଦିନ ୨ଟାରେ ଖେଳାଯିବ ମ୍ୟାଚ୍ । ଭାରତ ପ୍ରଥମ ଦଳ ଭାବେ ସେମିଫାଇନାଲକୁ ପ୍ରବେଶ କରିଥିବା ବେଳେ ଆଜି ଦକ୍ଷିଣ ଆଫ୍ରିକା ବିପକ୍ଷରେ ନିଜର ପରବର୍ତ୍ତୀ ମ୍ୟାଚ୍ ଖେଳିବ । ଦିନିକିଆ ବିଶ୍ବକପର ଇତିହାସ ଦେଖିଲେ ମାତ୍ର ୫ ଥର ମୁହାଁମୁହିଁ ହୋଇଛନ୍ତି ଏହି ଦୁଇ ଦେଶ । ଭାରତ ଏଥିରେ ୨-୩ରେ ପଛୁଆ ରହିଛି । ତେବେ ଏଥର କିନ୍ତୁ ବିଶ୍ବକପରେ ଭାରତର ପ୍ରଦର୍ଶନ ଚମତ୍କାର ରହିଛି। ଏପର୍ଯ୍ୟନ୍ତ ଖେଳାଯାଇଥିବା କୌଣସି ବି ମ୍ୟାଚ୍ ହାରିନି ରୋହିତ ବାହିନୀ ।
ବ୍ୟାଟିଂ, ବୋଲିଂ ଓ ଫିଲ୍ଡିଂ ସମସ୍ତ ବିଭାଗରେ ଭାରତର ପ୍ରଦର୍ଶନ ଅନ୍ୟ ସବୁ ଦଳଠାରୁ ଭଲ ରହିଛି। ତେଣୁ ଆଜିର ମ୍ୟାଚ୍ ରେ ଭାରତ ବିଜୟୀ ହେବାର ସମ୍ଭାବନା ମଧ୍ୟ ଅଧିକ ରହିଛି । ବର୍ତ୍ତମାନ ସୁଦ୍ଧା ଭାରତ ୭ଟି ମ୍ୟାଚ୍ ଖେଳିଥିବା ବେଳେ ସମସ୍ତ ମ୍ୟାଚରେ ବିଜୟୀ ହୋଇଛି । ସେପଟେ ଦକ୍ଷିଣ ଆଫ୍ରିକା ୭ଟି ମ୍ୟାଚ୍ ଖେଳିଥିବା ବେଳେ ଗୋଟିଏ ହାରିଚି । ପଏଣ୍ଟ ଟେବୁଲରେ ଭାରତ ପ୍ରଥମ ସ୍ଥାନରେ ଥିବା ବେଳେ ଦକ୍ଷିଣ ଆଫ୍ରିକା ଦ୍ବିତୀୟ ସ୍ଥାନରେ ରହିଛି । ତେଣୁ ଆଜିର ମ୍ୟାଚରେ ଉଭୟ ଟିମ୍ ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳିବ।
ଅଧିକ ପଢ଼ନ୍ତୁ କ୍ରୀଡ଼ା ଖବର
📱 Get Argus News App
✨