|
logo
Live

Argus News - ୨୦୨୫ରେ ଇଂଲଣ୍ଡ ବିପକ୍ଷରେ ୫ ଟେଷ୍ଟ ମ୍ୟାଚ୍‌ ଖେଳିବ ଭାରତ

Sports

୨୦୨୫ରେ ଇଂଲଣ୍ଡ ବିପକ୍ଷରେ ୫ ଟେଷ୍ଟ ମ୍ୟାଚ୍‌ ଖେଳିବ ଭାରତ

Sangram Tripathy
Browse all articles by Sangram Tripathy
·1 year ago·1 min read
୨୦୨୫ରେ ଇଂଲଣ୍ଡ ବିପକ୍ଷରେ ୫ ଟେଷ୍ଟ ମ୍ୟାଚ୍‌ ଖେଳିବ ଭାରତ


ଅର୍ଗସ ବ୍ୟୁରୋ:ଭାରତୀୟ ଦଳ ୨୦୨୫ ଇଂଲଣ୍ଡ ଗସ୍ତ କରିବ,ଏ ନେଇ ତାରିଖ ମଧ୍ୟ ଘୋଷଣା ସରିଛି। ଏହି ଗସ୍ତରେ ଇଂଲଣ୍ଡ ବିପକ୍ଷରେ ୫ଟେଷ୍ଟ ମ୍ୟାଚ୍‌ ଖେଳିବ ଭାରତ। ଆସନ୍ତା ବର୍ଷ ଜୁନ-ଅଗଷ୍ଟରେ ଏହି ଟେଷ୍ଟ ସିରିଜ ଖେଳାଯିବ। ଏନେଇ ଇଂଲଣ୍ଡ କ୍ରିକେଟ ବୋର୍ଡ ଭେନ୍ୟୁ ଓ ତାରିଖ ଘୋଷଣା କରିସାରିଛି। ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ ଫାଇନାଲ ପରେ ପରେ ଏହି ସିରିଜ ଆରମ୍ଭ ହେବ।


ପ୍ରଥମ ଟେଷ୍ଟ ମ୍ୟାଚ୍ ଜୁନ ୨୦ରୁ ୨୪ ହେଡିଂଲୀରେ ଖେଲାଯିବାକୁ ଥିବାବେଳେ ବାକି ଟେଷ୍ଟ ଗୁଡ଼ିକ ଏଜବାଷ୍ଟନ, ଲର୍ଡସ, ଓଲଡ ଟ୍ରାଫୋର୍ଡ ଓ ଓଭାଲରେ ଅନୁଷ୍ଠିତ ହେବ।୨୦୨୧-୨୨ରେ ବିରାଟ କୋହଲିଙ୍କ କ୍ୟାପ୍ଟେନ୍ସରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ୫ ଟିକିଆ ସିରିଜ ଖେଳା ଯାଇଥିଲା। ଭାରତ ୨-୧ରେ ସିରିଜ ଲିଡ କରୁଥିବା ବେଳେ ଶେଷ ମ୍ୟାଚ୍‌କୁ ରିସିଡ୍ୟୁଲ କରାଯାଇଥିଲା।ପୁରୁଷ ଟିମ ଭଳି ସମାନ ସମୟରେ ଭାରତୀୟ ମହିଳା ଟିମ ଓ ଇଂଲଣ୍ଡ ମହିଳା ଟିମ ମଧ୍ୟରେ ୫ଟି ଟି-୨୦ ଓ ୩ଟି ଦିନିକିଆ ମ୍ୟାଚ୍‌ ଖେଳିବ

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
୨୦୨୫ରେ ଇଂଲଣ୍ଡ ବିପକ୍ଷରେ ୫ ଟେଷ୍ଟ ମ୍ୟାଚ୍‌ ଖେଳିବ ଭାରତ | Argus News