ଅଷ୍ଟ୍ରେଲିଆ ବିପକ୍ଷରେ ଭାରତ ଖେଳିବ ସ୍ପେଶାଲ ଟେଷ୍ଟ

ଅର୍ଗସ ବ୍ୟୁରୋ:ଗମ୍ଭୀର-ରୋହିତଙ୍କ ପାଇଁ ହେବ ଅଗ୍ନିପରୀକ୍ଷା। ଅଷ୍ଟ୍ରେଲିଆ ବିପକ୍ଷରେ ଭାରତ ଖେଳିବ ୨ଟି ସ୍ପେଶାଲ ଟେଷ୍ଟ। ଶ୍ରଲଙ୍କା ବିପକ୍ଷରେ ଭାରତୀୟ ଦଳ ଖେଳାଯାଇଥିବା ୩ଟି ଦିନିକିଆ ମ୍ୟାଚରୁ ୨ଟି ହାରିଯାଇଥିଲା ଫଳରେ ଟି-୨୦ରେ ବିଶ୍ବବିଜୟୀ ଭାରତ ଦିନିକିଆରେ ୨୭ ବର୍ଷ ପରେ ଶ୍ରୀଲଙ୍କା ଠୁ ସିରିଜ୍ ହାରିଛି। ଦିନିକିଆ ସିରିଜ ପରାସ୍ତ ହେବା ପରେ ଗମ୍ଭୀରଙ୍କ କୋଚିଙ୍ଗକୁ ନେଇ ପ୍ରଶ୍ନ ଉଠିଛି ।
ଆସନ୍ତା ନଭେମ୍ବର ମାସରେ ଟିମ ଇଣ୍ଡିଆ ଅଷ୍ଟ୍ରେଲିଆ ଗସ୍ତ କରିବ । ଉଭୟ ଦଳ ମଧ୍ୟରେ ୫ଟି ଟେଷ୍ଟ ଖେଳାଯିବାର ସୂଚୀ ରହିଛି । ଯେଉଁଥିରେ ସାମିଲ ରହିବ ଏକ ଡେ-ନାଇଟ ଟେଷ୍ଟ । ପିଙ୍କ ବଲ୍ ଟେଷ୍ଟ ଖେଳିବା ପୂର୍ବରୁ ଭାରତ ଏକ ସ୍ପେଶାଲ ମ୍ୟାଚ ଖେଳିବା ପାଇଁ ଯୋଜନା କରିଛି । ଅଷ୍ଟ୍ରେଲିଆର ପ୍ରାଇମ ମିନିଷ୍ଟର ୧୧ ବିପକ୍ଷରେ ଭାରତ ଏହି ନଭେମ୍ବର ୩୦ ତାରିଖରୁ ଡିସେମ୍ବର ୧ ପର୍ଯ୍ୟନ୍ତ ୨ ଦିନିକିଆ ଡେ-ନାଇଟ୍ ପ୍ରାକ୍ଟିସ ମ୍ୟାଚ ଖେଳିବ । ଗତ ୨ ବର୍ଷରେ ଟିମ ଇଣ୍ଡିଆ କୌଣସି ଡେ-ନାଇଟ୍ ଟେଷ୍ଟ ମ୍ୟାଚ ଖେଳିନାହିଁ । ଗମ୍ଭୀର ଏବଂ ଅଧିନାୟକ ରୋହିତଙ୍କ ପାଇଁ ଏହା ଏକ ଅଗ୍ନିପରୀକ୍ଷା ହେବ