Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Sports

Asia Cup Hockey: ୮ ବର୍ଷ ପରେ ଟାଇଟଲ୍ ଜିତିଲା ଭାରତ, ଦକ୍ଷିଣ କୋରିଆକୁ ହରାଇ ହାତେଇଲା ବିଶ୍ଵକପ୍ ଟିକେଟ୍

Sushanta Sahoo
Browse all articles by Sushanta Sahoo
·10 months ago·2 min read
Asia Cup Hockey: ୮ ବର୍ଷ ପରେ ଟାଇଟଲ୍ ଜିତିଲା ଭାରତ, ଦକ୍ଷିଣ କୋରିଆକୁ ହରାଇ ହାତେଇଲା ବିଶ୍ଵକପ୍ ଟିକେଟ୍

Key Points

ଦକ୍ଷିଣ କୋରିଆକୁ ହରାଇ ଭାରତ ଚାମ୍ପିଅନ୍ ହୋଇଛି । ବିହାରର ରାଜଗିର ସ୍ପୋର୍ଟ୍ସ କମ୍ପ୍ଲେକ୍ସରେ ଖେଳା ଯାଇଥିଲା ଟାଇଟଲ୍ ମୁକାବିଲା । ଯେଉଁଥିରେ ଭାରତ ୪-୧ ଗୋଲ୍‌ରେ ଦକ୍ଷିଣ କୋରିଆକୁ ହରାଇ ଚାମ୍ପିଆନ୍ ହୋଇଛି ।

ନୂଆଦିଲ୍ଲୀ: ଏସିଆ କପ୍ ହକି-୨୦୨୫ର ଟାଇଟଲ୍ ହାତେଇଛି ଭାରତୀୟ ପୁରୁଷ ହକି ଦଳ । ଦକ୍ଷିଣ କୋରିଆକୁ ହରାଇ ଭାରତ ଚାମ୍ପିଅନ୍ ହୋଇଛି । ବିହାରର ରାଜଗିର ସ୍ପୋର୍ଟ୍ସ କମ୍ପ୍ଲେକ୍ସରେ ଖେଳା ଯାଇଥିଲା ଟାଇଟଲ୍ ମୁକାବିଲା । ଯେଉଁଥିରେ ଭାରତ ୪-୧ ଗୋଲ୍‌ରେ ଦକ୍ଷିଣ କୋରିଆକୁ ହରାଇ ଚାମ୍ପିଆନ୍ ହୋଇଛି ।


ଏସିଆ କପ୍ ହକିରେ ଚାମ୍ପିଅନ୍ ସହ ଭାରତ ଆଗାମୀ ବର୍ଷ ଅର୍ଥାତ୍ ୨୦୨୬ରେ ବେଲଜିୟମ୍ ଓ ନେଦରଲ୍ୟାଣ୍ଡର ମିଳିତ ଆୟଜନରେ ହେବାକୁ ଥିବା ବିଶ୍ଵକପ୍ ହକି ପାଇଁ କ୍ଵାଲିଫାଏ କରିଛି । ଚତୁର୍ଥ ଥର ପାଇଁ ଭାରତ ଏସିଆ କପ୍ ଟାଇଟଲ୍ ଜିତିଛି । ଆଉ ଏହି ବିଜୟ ବେଶ ଗୌରବମୟ, କାରଣ ଭାରତ, ପାଞ୍ଚଥରର ବିଜେତା ଦକ୍ଷିଣ କୋରିଆକୁ ହରାଇଛି ।


ଏହା ପୂର୍ବରୁ ୨୦୧୭ରେ ଭାରତ, ମାଲେସିଆକୁ ହରାଇ ଜିତିଥିଲା ଏସିଆ କପ୍ ଟାଇଟଲ୍ । ଏବେ ୮ ବର୍ଷ ପରେ ପୁଣି ଭାରତ ଏସିଆ କପ୍ ହକି ଟାଇଟଲ୍ ଜିତିଛି ।
ଫାଇନାଲ୍ ମୁକାବିଲାର ପ୍ରଥମ କ୍ଵାର୍ଟରର ପ୍ରଥମ ମିନିଟରେ ଭାରତ ପକ୍ଷରୁ ସୁଖଜିତ ସିଂ ପ୍ରଥମ ଗୋଲ୍ ଦେଇଥିଲେ । ପ୍ରଥମ କ୍ଵାର୍ଟରରେ ଭାରତ ୧-୦ରେ ଆଗୁଆ ରହିଥିଲା । ଖେଳ ଅଧା ସୁଦ୍ଧା ଭାରତ ୨-୦ ସ୍କୋରରେ ଆଗୁଆ ରହିଥିଲା । ଯଦିଓ ଦକ୍ଷିଣ କୋରିଆ ଆକ୍ରାମଣାତ୍ମକ ଭାବେ ଖେଳିଥିଲା, କିନ୍ତୁ ଗୋଲର ସଫଳତା ପାଇ ନଥିଲା ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ତୃତୀୟ କ୍ଵାର୍ଟରରେ ଭାରତ ଆଉ ଏକ ଗୋଲ୍ ଦେବା ସହ ୩-୦ରେ ଆଗୁଆ ରହିଥିଲା । ଚତୁର୍ଥ କ୍ଵାର୍ଟରର ୫୦ ମିନିଟ୍‌ରେ ଭାରତକୁ ମିଳିଥିଲା ପେନାଲ୍ଟି କର୍ଣ୍ଣର । ଆଉ ଏହାର ଫାଇଦା ଉଠାଇ ଅମିତ ରୋହିଦାସ ଗୋଲ୍ କରିଥିଲେ । ଆଉ ଏହି କ୍ଵାର୍ଟରରେ ଦକ୍ଷିଣ କୋରିଆ ବି ଏକ ଗୋଲ୍ କରିଥିଲା । ଆଉ ଭାରତ ୪-୧ରେ ଆଗୁଆ ରହିବା ସହ ଚାମ୍ପିଅନ୍ ହୋଇଥିଲା ।

Sponsored
India Wins Asia Cup Hockey 2025, Defeats South Korea 4-1 to Clinch Title | Argus News | Argus News