Videos
|
Sports

Indian Women Hockey / ଏସୀୟ କ୍ରୀଡ଼ା: ମହିଳା ହକିରେ ଭାରତକୁ ଐତିହାସିକ ସ୍ବର୍ଣ୍ଣ

Ritu Das
Browse all articles by Ritu Das
·3 hours ago·1 min read
ଏସୀୟ କ୍ରୀଡ଼ା: ମହିଳା ହକିରେ ଭାରତକୁ ଐତିହାସିକ ସ୍ବର୍ଣ୍ଣ
India

Key Points

୨୦୨୬ ଏସୀୟ କ୍ରୀଡ଼ାରେ ଭାରତର ମହିଳା ହକି ଦଳ ଇତିହାସ ରଚିଛି
୨୦୨୬ ଏସୀୟ କ୍ରୀଡ଼ାରେ ଭାରତର ମହିଳା ହକି ଦଳ ଇତିହାସ ରଚିଛି। ଟିମ୍ ଇଣ୍ଡିଆ ଫାଇନାଲରେ ଚୀନକୁ ୧-୦ ଗୋଲରେ ପରାସ୍ତ କରି ସ୍ୱର୍ଣ୍ଣ ପଦକ ଜିତିଛି। ଏହା ସହିତ, ଭାରତୀୟ ମହିଳା ହକି ଦଳ ୨୦୨୮ ଅଲିମ୍ପିକ୍ସ ପାଇଁ ମଧ୍ୟ ଯୋଗ୍ୟତା ଅର୍ଜନ କରିଛି। ପ୍ରଥମ କ୍ୱାର୍ଟରରେ

ଲାଲରେମସିଆମିଙ୍କ ଦମଦାର୍ ଗୋଲ୍ ଏବଂ ଦ୍ୱିତୀୟ କ୍ୱାର୍ଟରରେ ଅଭିଜ୍ଞ ଗୋଲକିପର୍ ସବିତା ପୁନିଆଙ୍କ ଚମତ୍କାର ପେନାଲ୍ଟି ଷ୍ଟ୍ରୋକ୍ ସେଭ୍ ଯୋଗୁଁ ଏହି ସଫଳତା ସମ୍ଭବ ହୋଇ ପାରିଛି । ସମ୍ପୂର୍ଣ୍ଣ ମ୍ୟାଚରେ ଡିଫେଣ୍ଡିଂ ଚାମ୍ପିୟନ ଚୀନ୍ ଭାରତୀୟ ରକ୍ଷଣପନ୍ଥୀଙ୍କୁ ଭେଦ କରିବାରେ ଆଦୌ ସଫଳ ହୋଇ ନଥିଲା । ଏହିପରି ଭାରତ ଏବେ ମେଡାଲ ଟାଲିରେ ୧୬ଟି ସ୍ୱର୍ଣ୍ଣ , ୨୫ଟି ରୌପ୍ୟ ଓ ୩୫ଟି ବ୍ରୋଞ୍ଜ ସହ ମୋଟ ୭୬ଟି ପଦକ ନେଇ ପଞ୍ଚମ ନମ୍ୱରରେ ପହଞ୍ଚି ସାରିଛି ।

୪୪ ବର୍ଷ ପରେ ଏସିଆଡରେ ପ୍ରଥମ ଥର ଗୋଲ୍ଡ :

ଭାରତୀୟ ମହିଳା ହକି ଟିମ୍ ଏସିଆନ୍ ଗେମ୍ସରେ ଶେଷ ଥର ପାଇଁ ୧୯୮୨ ଦିଲ୍ଲୀ ଏସୀୟ କ୍ରୀଡ଼ାରେ ସ୍ୱର୍ଣ୍ଣ ପଦକ ଜିତି ଥିଲା । ଅଧିନାୟିକା ସଲିମା ଟେଟେଙ୍କ ନେତୃତ୍ୱ ଏବଂ କୋଚ୍ ମାରିନଙ୍କ ମାର୍ଗଦର୍ଶନରେ ଦେଶର ଏହି ବାହାଦୂର ଝିଅମାନେ ବୀରତ୍ୱର ଏକ ନୂଆ ଇତିହାସ ଲେଖିଛନ୍ତି ।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଉଲ୍ଲେଖନୀୟ ଯେ, ଭାରତ-ଚୀନ୍ ଫାଇନାଲ୍ ମ୍ୟାଚ୍ ଭାରତୀୟ ସମୟାନୁସାରେ ଅପରାହ୍ନ ୩ଟା ୩୦ରେ ଆରମ୍ଭ ହେବାର ଥିଲା, କିନ୍ତୁ ୪ଟା ୧୫ ପର୍ଯ୍ୟନ୍ତ ମ୍ୟାଚ୍ ଆରମ୍ଭ ହୋଇ ପାରି ନଥିଲା , କାରଣ ଖେଳାଳିମାନଙ୍କୁ ନେଉଥିବା ବସ୍ ରାସ୍ତାରେ ଟ୍ରାଫିକ୍ ଜାମରେ ଫସି ଯାଇ ଥିଲା । ଜଣେ ଅଧିକାରୀଙ୍କ ସୂଚନା ଅନୁଯାୟୀ, ରାସ୍ତାରେ ଏକ ଦୁର୍ଘଟଣା ଯୋଗୁଁ ଏହି ଜାମ୍ ସୃଷ୍ଟି ହୋଇ ଥିଲା । ଏହି ଜାମ୍ କାରଣରୁ ଖେଳାଳି ମାନେ ଷ୍ଟାଡିୟମରେ ବିଳମ୍ବରେ ପହଞ୍ଚି ଥିଲେ।