ICC Women's World Cup: ଘୋଷଣା ହେଲା ଭାରତୀୟ ଦଳ, ସ୍ଥାନ ପାଇଲେନି ଏହି ବିସ୍ଫୋରକ ବ୍ୟାଟ୍ସମ୍ୟାନ୍

Key Points
ଦିନିକିଆ ମହିଳା ବିଶ୍ଵକପ୍ ପାଇଁ ଘୋଷଣା ହେଲା ଟିମ୍ ଇଣ୍ଡିଆ । ହରମନପ୍ରୀତ କୌରଙ୍କ ନେତୃତ୍ଵରେ ଭାରତୀୟ ଦଳ ପ୍ରଥମ ଥର ପାଇଁ ବିଶ୍ଵକପ୍ ଟାଇଟଲ ଜିତିବା ପାଇଁ ପଡ଼ିଆକୁ ଓହ୍ଲାଇବ ।
ମୁମ୍ବାଇ: ଦିନିକିଆ ମହିଳା ବିଶ୍ଵକପ୍ ପାଇଁ ଘୋଷଣା ହେଲା ଟିମ୍ ଇଣ୍ଡିଆ । ଏସିଆ କପ୍ ପାଇଁ ପୁରୁଷ ଦଳ ଘୋଷଣା ହେବା ପରେ ବିସିସିଆଇ ମହିଳା ବିଶ୍ଵକପ୍ ପାଇଁ ୧୫ ଜଣିଆ ଟିମ୍ ଘୋଷଣା କରିଛି । ହରମନପ୍ରୀତ କୌରଙ୍କ ନେତୃତ୍ଵରେ ଭାରତୀୟ ଦଳ ପ୍ରଥମ ଥର ପାଇଁ ବିଶ୍ଵକପ୍ ଟାଇଟଲ ଜିତିବା ପାଇଁ ପଡ଼ିଆକୁ ଓହ୍ଲାଇବ । ତେବେ ସବୁଠୁ ବଡ଼ କଥା ହେଉଛି ବିଶ୍ଵକପ୍ ପାଇଁ ଘୋଷଣା ହୋଇଥିବା ଦଳରେ ଷ୍ଟାର ଓପନର ଶେଫାଳି ବର୍ମାଙ୍କୁ ସ୍ଥାନ ମିଳିନି । ସେପଟେ ରେଣୁକା ସିଂ ଠାକୁର ଦଳକୁ ଫେରିଛନ୍ତି ।
ନିଜର ବିସ୍ଫୋରକ ବ୍ୟାଟିଂ ପାଇଁ ଶେଫାଳି ବର୍ମା ବେଶ୍ ଜଣାଶୁଣା । କିନ୍ତୁ ଲଗାତର କିଛି ଦିନ ଧରି ଜାରି ରହିଥିବା ଖରାପ ର୍ଫମ ପାଇଁ ତାଙ୍କୁ ବିଶ୍ଵକପ୍ ଦଳରେ ସ୍ଥାନ ମିଳିନାହିଁ । ୭ ମାସର ବ୍ୟବଧାନ ପରେ ଇଂଲଣ୍ଡ ଗସ୍ତ ସମୟରେ ସେ ଟିମକୁ ଫେରିଥିଲେ । କିନ୍ତୁ ସେହି ସିରିଜର ୫ଟି ଟି-୨୦ ମ୍ୟାଚ୍ରେ ଶେଫାଳି ମାତ୍ର ୧୭୬ ରନ୍ କରିପାରିଥିଲେ । ଏହା ବ୍ୟତୀତ ସେ ଭାରତ-ଏ ଦଳର ଅଂଶ ଭାବେ ଅଷ୍ଟ୍ରେଲିଆ ଗସ୍ତରେ ମଧ୍ୟ ଯାଇଥିଲେ । କିନ୍ତୁ ସେଠାରେ ମଧ୍ୟ ସେ କିଛି ଖାସ୍ କରିପାରିନଥିଲେ । ଯେଉଁଥିପାଇଁ ଏବେ ଚୟନକର୍ତ୍ତା ବିଶ୍ଵକପ୍ ସହ ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ସିରିଜରେ ମଧ୍ୟ ତାଙ୍କୁ ସ୍ଥାନିତ କରି ନାହାନ୍ତି ।
ମହିଳା ODI ବିଶ୍ଵକପ୍ ପାଇଁ ଭାରତୀୟ ଦଳ
ହରମନପ୍ରୀତ କୌର (ଅଧିନାୟକ), ସ୍ମୃତି ମନ୍ଧାନା (ଉପ ଅଧିନାୟକ), ପ୍ରତିକା ରାୱଲ, ହରଲୀଲ ଦେଓଲ, ଦୀପ୍ତି ଶର୍ମା, ଜେମିମା ରୋଡ୍ରିଗ୍ସ, ରେଣୁକା ସିଂ ଠାକୁର, ଅରୁନ୍ଧତି ରେଡ୍ଡୀ, ରିଚା ଘୋଷ(ୱିକେଟ୍ ରକ୍ଷକର), କ୍ରାନ୍ତି ଗୌଡ଼, ସୟାଲୀ ସତଘରେ, ରାଧା ଯାଦବ, ଶ୍ରୀ ଚରଣୀ, ୟାସ୍ତିକ ଭାଟିଆ (ୱିକେଟ୍ ରକ୍ଷକ), ସ୍ନେହ ରାଣା ।
ମହିଳା ODI ବିଶ୍ଵକପ୍ ୨୦୨୫ ଭାରତ ଏବଂ ଶ୍ରୀଲଙ୍କା ଦ୍ୱାରା ମିଳିତ ଭାବରେ ଆୟୋଜନ କରାଯିବ । ଏହି ଟୁର୍ଣ୍ଣାମେଣ୍ଟ ୩୦ ସେପ୍ଟେମ୍ବରରୁ ୨ ନଭେମ୍ବର ପର୍ଯ୍ୟନ୍ତ ଚାଲିବ । ଏହି ଟୁର୍ଣ୍ଣାମେଣ୍ଟରେ ମୋଟ ୮ଟି ଦଳ ଅଂଶଗ୍ରହଣ କରିବେ, ଯାହା ରାଉଣ୍ଡ-ରିବନ୍ ଫର୍ମାଟରେ ଖେଳାଯିବ ।
📱 Get Argus News App
✨
ବିଶ୍ଵକପରେ ଭାରତର କାର୍ଯ୍ୟସୂଚୀ
୩୦ ସେପ୍ଟେମ୍ବର - ଭାରତ ବନାମ ଶ୍ରୀଲଙ୍କା
୫ ଅକ୍ଟୋବର - ଭାରତ ବନାମ ପାକିସ୍ତାନ
୯ ଅକ୍ଟୋବର - ଭାରତ ବନାମ ଦକ୍ଷିଣ ଆଫ୍ରିକା
୧୨ ଅକ୍ଟୋବର - ଭାରତ ବନାମ ଅଷ୍ଟ୍ରେଲିଆ
୧୯ ଅକ୍ଟୋବର - ଭାରତ ବନାମ ଇଂଲଣ୍ଡ
୨୩ ଅକ୍ଟୋବର - ଭାରତ ବନାମ ନ୍ୟୁଜିଲାଣ୍ଡ
୨୬ ଅକ୍ଟୋବର - ଭାରତ ବନାମ ବାଂଲାଦେଶ