Videos
|
Sports

Kabaddi World Cup winners / ଦ୍ୱିତୀୟ ଥର କବାଡି ବିଶ୍ୱକପ ଜିତିଲା ମହିଳା ଭାରତୀୟ ଟିମ୍, ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

Ritu Das
Browse all articles by Ritu Das
·9 months ago·2 min read
ଦ୍ୱିତୀୟ ଥର କବାଡି ବିଶ୍ୱକପ ଜିତିଲା ମହିଳା ଭାରତୀୟ ଟିମ୍, ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

Key Points

ଭାରତୀୟ ମହିଳା କବାଡି ଦଳ ଲଗାତାର ଦ୍ୱିତୀୟ ଥର ପାଇଁ ମହିଳା କବାଡି ବିଶ୍ୱକପ୍ ଟାଇଟଲ୍ ଜିତି ଇତିହାସ ସୃଷ୍ଟି କରିଛି।
ଭାରତୀୟ ମହିଳା କବାଡି ଦଳ ଲଗାତାର ଦ୍ୱିତୀୟ ଥର ପାଇଁ ମହିଳା କବାଡି ବିଶ୍ୱକପ୍ ଟାଇଟଲ୍ ଜିତି ଇତିହାସ ସୃଷ୍ଟି କରିଛି। ବାଂଲାଦେଶର ଢାକାଠାରେ ସୋମବାର ଖେଳାଯାଇଥିବା ଫାଇନାଲ ମ୍ୟାଚରେ ଭାରତୀୟ ଟିମ୍ ୩୫-୨୮ ପଏଣ୍ଟରେ ଚାଇନିଜ୍ ତାଇପେଇକୁ ପରାସ୍ତ କରି ବିଜୟୀ ହୋଇଛି।



ଭାରତୀୟ ଦଳ ସମଗ୍ର ଟୁର୍ଣ୍ଣାମେଣ୍ଟରେ ଚମତ୍କାର ପ୍ରଦର୍ଶନ କରି ଗ୍ରୁପ୍ ପର୍ଯ୍ୟାୟର ସମସ୍ତ ମ୍ୟାଚ୍ ଜିତି ସେମିଫାଇନାଲରେ ପ୍ରବେଶ କରିଥିଲା। ସେମିରେ ଟିମ୍ ଇରାନକୁ ୩୩-୨୧ ପଏଣ୍ଟରେ ହରାଇ ଫାଇନାଲରେ ସ୍ଥାନ ପକ୍କା କରିଥିଲା।

ଏହି ଐତିହାସିକ ବିଜୟ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦଳକୁ ଅଭିନନ୍ଦନ ଜଣାଇବା ସହ ଏହି ବିଜୟ ଭବିଷ୍ୟତ ପିଢ଼ିକୁ ଖେଳ ପ୍ରତି ଆଗ୍ରହୀ କରିବ ବୋଲି କହିଛନ୍ତି। କହିଛନ୍ତି, “କବାଡି ବିଶ୍ୱକପ୍ ୨୦୨୫ ଜିତି ଦେଶକୁ ଗର୍ବିତ କରିଥିବା ଆମର ଭାରତୀୟ ମହିଳା କବାଡି ଦଳକୁ ଅନେକ ଅଭିନନ୍ଦନ! ସେମାନେ ଉଲ୍ଲେଖନୀୟ ସାହସ, କୌଶଳ ଏବଂ ଉତ୍ସର୍ଗୀକୃତ ମନୋଭାବ ପ୍ରଦର୍ଶନ କରିଛନ୍ତି। ସେମାନଙ୍କର ବିଜୟ ଅଗଣିତ ଯୁବକଙ୍କୁ କବାଡି ଖେଳିବାକୁ, ବଡ଼ ସ୍ୱପ୍ନ ଦେଖିବାକୁ ଏବଂ ଉଚ୍ଚ ଲକ୍ଷ୍ୟ ରଖିବାକୁ ପ୍ରେରଣା ଯୋଗାଇବ।”


ପ୍ରୋ କବାଡି ଲିଗର ପୂର୍ବତନ ଅଧିନାୟକ ତଥା କୋଚ୍ ଅଜୟ ଠାକୁର ମଧ୍ୟ ଦଳକୁ ଅଭିନନ୍ଦନ ଜଣାଇବା ସହ ବିଶ୍ୱରେ ମହିଳା କବାଡିର ପ୍ରଗତିକୁ ପ୍ରଶଂସା କରିଛନ୍ତି। ଏହି ଟୁର୍ଣ୍ଣାମେଣ୍ଟରେ ମୋଟ ୧୧ଟି ଦେଶ ଅଂଶଗ୍ରହଣ କରିଥିଲେ, ଯାହା ମହିଳା କବାଡିର ଦ୍ରୁତ ବିଶ୍ୱସ୍ତରୀୟ ଅଭିବୃଦ୍ଧିକୁ ଦର୍ଶାଉଛି।

ଅମିତ ଶାହ ଜଣାଇଲେ ଶୁଭେଚ୍ଛା
କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଟିମକୁ ଶୁଭେଚ୍ଛା ଜଣାଇ ଏକ୍ସରେ ଲେଖିଛନ୍ତି, " ଆମର ମହିଳା କବାଡ଼ି ଟିମ ଇତିହାସ ରଚିଛନ୍ତି। ଏହା ଆମ ପାଇଁ ଅତ୍ୟନ୍ତ ଗର୍ବର ମୁହୂର୍ତ୍ତ"। ମହିଳା କବାଡି ବିଶ୍ବକପ ୨୦୨୫ ଜିତିଥିବାରୁ ପୁରା ଟିମକୁ ଶୁଭେଚ୍ଛ। ଆପଣଙ୍କ ଚମତ୍କାର ପ୍ରଦର୍ଶନ ଦର୍ଶାଉଛି ଭାରତର ଟ୍ୟାଲେଣ୍ଟ କୌଣସି କ୍ଷେତ୍ରରେ କମ ନୁହେଁ। ଆପଣଙ୍କ ଆଗମୀ ଭବିଷ୍ୟତ ପାଇଁ "ମୋ ତରଫରୁ ଶୁଭକାମନା। "


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: