Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ୭ ୱିକେଟରେ ଭାରତ ଜିତିଲା ଇଂଲଣ୍ଡ ବିପକ୍ଷ ପ୍ରଥମ ଟି-ଟ୍ଵେଣ୍ଟି, କମାଲ୍ କଲେ ସ୍ପିନର୍

Sports

୭ ୱିକେଟରେ ଭାରତ ଜିତିଲା ଇଂଲଣ୍ଡ ବିପକ୍ଷ ପ୍ରଥମ ଟି-ଟ୍ଵେଣ୍ଟି, କମାଲ୍ କଲେ ସ୍ପିନର୍

Sushanta Sahoo
Browse all articles by Sushanta Sahoo
·1 year ago·2 min read
୭ ୱିକେଟରେ ଭାରତ ଜିତିଲା ଇଂଲଣ୍ଡ ବିପକ୍ଷ ପ୍ରଥମ ଟି-ଟ୍ଵେଣ୍ଟି, କମାଲ୍ କଲେ ସ୍ପିନର୍

Key Points

ପ୍ରଥମ ଟି-ଟ୍ଵେଣ୍ଟି ଜିତିଲା ଭାରତ

କମାଲ୍ କଲେ ୩ ସ୍ପିନର୍

ଅର୍ଗସ ବ୍ୟୁରୋ: ଇଂଲଣ୍ଡ ବିପକ୍ଷ ପ୍ରଥମ ଟି-ଟ୍ଵେଣ୍ଟି ମ୍ୟାଚ୍‌କୁ ଜିତି ନେଇଛି ଭାରତ । ୫ ମ୍ୟାଚ୍ ବିଶିଷ୍ଟ ଟି-ଟ୍ଵେଣ୍ଟି ସିରିଜର ପ୍ରଥମ ମ୍ୟାଚ୍ କୋଲକାତାର ଇଡେନ୍ ଗାର୍ଡେନରେ ଖେଳା ଯାଇଥିଲା । ସୂର୍ଯ୍ୟ କୁମାର ଯାଦବଙ୍କ ନେତୃତ୍ଵାଧିନ ଭାରତ ୭ ୱିକେଟରେ ପ୍ରଥମ ମ୍ୟାଚ୍ ଜିତି ମନୋବଳ ଦୃଢ଼ କରିଛି ।


ପ୍ରଥମ ଟି-ଟ୍ଵେଣ୍ଟିରେ ପେସ୍ ବୋଲର ମହମ୍ମଦ ସାମିଙ୍କୁ ଚୂଡ଼ାନ୍ତ ଏକାଦଶରେ ସାମିଲ୍ କରାଯାଇ ନଥିଲା । ଇଡେନ୍ ଗାର୍ଡେନରେ ୩ ସ୍ପିନରଙ୍କୁ ନେଇ ପଡ଼ିଆକୁ ଓହ୍ଲାଇଥିଲେ କ୍ୟାପଟେନ ସୂର୍ଯ୍ୟ କୁମାର । ସୂର୍ଯ୍ୟଙ୍କ ଏହି ନିଷ୍ପତ୍ତିରେ ସମସ୍ତେ ଚକିତ ଥିଲେ । କିନ୍ତୁ ଭାରତୀୟ ଦଳ ମ୍ୟାଚ ଜିତିବା ପରେ ଏହା ଠିକ୍ ପ୍ରମାଣିତ ହୋଇଛି ।


ମ୍ୟାଚରେ ସାମିଙ୍କୁ ବସାଇ କ୍ୟାପଟେନ୍ ସୂର୍ଯ୍ୟ କୁମାର ଜଣେ ମାତ୍ର ପେସ୍ ବୋଲରଙ୍କୁ ନେଇଥିଲେ । ପେସ୍ ବୋଲର ଅର୍ଶଦୀପଙ୍କ ସହ ଦଳରେ ୨ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଓ ନୀତିଶ କୁମାର ରେଡ୍ଡୀ ଖେଳିଥିଲେ । ଆଉ ପ୍ରଥମ ଓଭରରୁ ବେଶ୍ ପ୍ରଭାବୀ ବୋଲିଂ କରିଥିଲେ ଅର୍ଶଦୀପ । ମାତ୍ର ୧୭ ରନରେ ଅର୍ଶଦୀପ ଇଂଲଣ୍ଡର ୨ଟି ୱିକେଟ୍ ଖସାଇବାରେ ସଫଳ ହୋଇଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ସେହିଭଳି ୩ ସ୍ପିନର ଅକ୍ଷର ପଟେଲ, ରବି ବିଷ୍ଣୋଇ ଓ ବରୁଣ ଚକ୍ରବର୍ତ୍ତୀ ମଧ୍ୟ ସଫଳତା ଦେଇଥିଲେ ଭାରତୀୟ ଦଳକୁ । ବରୁଣ ସର୍ବାଧିକ ୩ ୱିକେଟ୍ ନେଇ ପ୍ଲେୟାର ଅଫ ଦି ମ୍ୟାଚ୍ ହୋଇଥିଲେ । ସେହିଭଳି ଅକ୍ଷର ପଟେଲ ହାତେଇଥିଲେ ୨ଟି ୱିକେଟ୍ । ରବିଙ୍କୁ କୌଣସି ୱିକେଟ୍ ମିଳି ନଥିବା ବେଳେ ସେ ସ୍କୋର୍ ଉପରେ ବ୍ରେକ୍ ଲଗାଇଥିଲେ ।


ପ୍ରଥମେ ବ୍ୟାଟିଂ କରିଥିବା ଇଂଲଣ୍ଡ ୧୩୨ ରନ୍ କରିଥିଲା । ୧୩୩ ରନର ପିଛା କରୁଥିବା ଭାରତ ୧୨.୫ ଓଭରରେ ୩ ୱିକେଟ୍ ହରାଇ ମ୍ୟାଚ୍ ଜିତି ନେଇଥିଲା ଭାରତ । ଅଭିଶେକ ଶର୍ମା ୮ଟି ଛକ୍କା ମାରି ଦଳ ପକ୍ଷରୁ ସର୍ବାଧିକ ୭୯ ରନ୍ ସ୍କୋର୍ କରିଥିଲେ ।

Sponsored
India Won 1st T20 Against England By 7 Wickets | Argus News