Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ଆଇସିସି ମହିଳା ଟି-୨୦ ବିଶ୍ୱକପ, ଭାରତ ଜିତିଲା ପ୍ରଥମ ମ୍ୟାଚ  

Sports

ଆଇସିସି ମହିଳା ଟି-୨୦ ବିଶ୍ୱକପ, ଭାରତ ଜିତିଲା ପ୍ରଥମ ମ୍ୟାଚ  

Manini Pattanayak
Browse all articles by Manini Pattanayak
·1 year ago
ଆଇସିସି ମହିଳା ଟି-୨୦ ବିଶ୍ୱକପ, ଭାରତ ଜିତିଲା ପ୍ରଥମ ମ୍ୟାଚ  

ନୂଆଦିଲ୍ଲୀ:  ଆଇସିସି ମହିଳା ଟି-୨୦ ବିଶ୍ୱକପରେ ଭାରତ ଜିତିଲା ପ୍ରଥମ ମ୍ୟାଚ । ଭାରତ ପାକିସ୍ତାନକୁ ୬ ୱିକେଟରେ ହରାଇ ତାର ବିଜୟ ଅଭିଯାନ ଆରମ୍ଭ କରିଛି । ଭାରତ ତାର ପ୍ରଥମ ମ୍ୟାଚରେ ପରାଜୟ ହୋଇଥିବା ବେଳେ ଏବେ ବିଜୟ ଅଭିଯାନ ଆରମ୍ଭ କରିଛି । ସେହିପରି ପାକିସ୍ତାନ ତାର ପ୍ରଥମ ମ୍ୟାଚ ଜିତିଥିବା ବେଳେ ଏବେ ତାର ବିଜୟଧାରରେ ବ୍ରେକ ଲାଗିଛି ।

ପାକିସ୍ତାନ ଏହି ମ୍ୟାଚରେ ଟସ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରୁଥିବା ପାକିସ୍ତାନ ଦଳ ୨୦ ଓଭରରେ ୮ ୱିକେଟ ହରାଇ ମାତ୍ର ୧୦୫ ରନ କରିଥିଲା । ସେହିପରି ଭାରତ ୧୦୬ ରନର ବିଜୟ ଲକ୍ଷ୍ୟ ନେଇ ମୈଦାନକୁ ଓହ୍ଲାଇଥିଲା । ୧୮ ଓଭର ୫ଟି ବଲ ଖେଳି ୪ ୱିକେଟ ହରାଇ ଦଳ ବିଜୟ ଲକ୍ଷ୍ୟ ପୂରଣ କରିଥିଲା । 

ଅଧିକ ପଢନ୍ତୁ କ୍ରୀଡା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
India won the first match in the ICC Women's T-20 World Cup | Argus News