ଆଜି ଭାରତ-ଜିମ୍ବାୱେ ଚତୁର୍ଥ ଟି-୨୦: ସିରିଜ କବଜା ଲକ୍ଷ୍ୟରେ ଟିମ ଇଣ୍ଡିଆ
·2 years ago·1 min read

ଅର୍ଗସ ବ୍ୟୁରୋ: ଆଜି ଖେଳାଯିବ ଭାରତ-ଜିମ୍ବାୱେ ଚତୁର୍ଥ ଟି-୨୦। ୫ମ୍ୟାଚ ବିଶିଷ୍ଟ ଶୃଙ୍ଖଳାରେ ୨-୧ରେ ଆଗୁଆ ରହିଛି ଭାରତୀୟ ଟିମ୍। ଆଜିର ମ୍ୟାଚ ଜିତି ଟିମ୍ ଇଣ୍ଡିଆ ସିରିଜ୍ ବିଜୟ ନେଇ ଲକ୍ଷ୍ୟ ରଖିଛି। ସେପଟେ ଆଜିର ମ୍ୟାଚରେ ଭଲ ପ୍ରଦର୍ଶନ କରି ସିରିଜ ବରାବର କରିବା ଲକ୍ଷ୍ୟରେ ରହିଛି ଜିମ୍ବାୱେ ଟିମ୍। ପ୍ରଥମ ମ୍ୟାଚରେ ଭାରତ ପରାଜୟ ଭୋଗିଥିବା ବେଳେ ପରବର୍ତ୍ତୀ ୨ଟିଯାକ ମ୍ୟାଚରେ ଭଲ ପ୍ରଦର୍ଶନ କରିଛି।
୩ ବରିଷ୍ଠ ଖେଳାଳି ରୋହିତ ଶର୍ମା, ବିରାଟ କୋହଲି, ରବୀନ୍ଦ୍ର ଜାଡେଜା ଟି-୨୦ ଫର୍ମାଟରୁ ଅବସର ନେଇ ସାରିଥିବା ବେଳେ ଏହି ସିରିଜରେ ନୂଆ ଚେହେରାଙ୍କ ପ୍ରଦର୍ଶନ ବଳରେ ନୂଆ ପିଢିର ଯୁଗ ଆରମ୍ଭ ହେବାକୁ ଯାଉଥିବା ଭାରତୀୟ କ୍ରୀଡାପ୍ରେମୀଙ୍କ ମତ ରହିଛି। ଆଜିର ମ୍ୟାଚରେ ଜିମ୍ବାୱେ ଉପରେ ପ୍ରଭାବ ବିସ୍ତାର କରି ସିରିଜ୍ କବଜା କରିବା ଲକ୍ଷରେ ରହିଛନ୍ତି ଅଧିନାୟକ ଶୁଭମନ୍ ଗିଲ ଓ ଟିମ୍ ଇଣ୍ଡିଆ। ସେପଟେ ସିରିଜ ବରାବର ଲକ୍ଷ୍ୟରେ ରହିଛି ପ୍ରତିପକ୍ଷ ଟିମ୍।
ଅଧିକ ପଢ଼ନ୍ତୁ କ୍ରୀଡ଼ା ଖବର
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: