Cricket Latest Update / ଇଂଲଣ୍ଡରେ ଲଜ୍ଜାଜନକ ପରାଜୟ ପରେ ନୂଆ କୋଚଙ୍କ ସହ ଇଣ୍ଡିଆ ଟିମର ଜିମ୍ବାୱେ ଗସ୍ତ...ବୈଭବଙ୍କ ଉପରେ ରହିବ ନଜର
·5 hours ago·2 min read

Key Points
ଜିମ୍ବାୱେ ଗସ୍ତରେ ଗୌତମ ଗମ୍ଭୀର ଦଳର ପ୍ରଶିକ୍ଷକ ନାହାନ୍ତି। ତାଙ୍କ ସ୍ଥାନରେ ଭିଭିଏସ ଲକ୍ଷ୍ମଣଙ୍କୁ ଏହି ଦାୟିତ୍ୱ ଦିଆଯାଇଛି
ଗୋଟିଏ ପରେ ଗୋଟିଏ ସିରିଜ ହାରିଲା ଇଣ୍ଡିଆ। ପ୍ରଥମେ ଆୟର୍ଲାଣ୍ଡଠାରୁ ଟି-ଟ୍ୱେଣ୍ଟି ୨-୦ରେ ସିରିଜ ହାରିଲା। ଏହା ପରେ ଇଂଲଣ୍ଡ ବିପକ୍ଷ ଟି-ଟ୍ୱେଣ୍ଟି ସିରିଜରେ ୪-୦ ଲଜ୍ଜାଜନକ ପରାସ୍ତ ହେଲା। ପୁଣି ସେହି ଇଂଲଣ୍ଡ ବିପକ୍ଷରେ ଦିନିକିଆରେ ମଧ୍ୟ ଟିମର ଶୋଚନୀୟ ପରାସ୍ତ ହେଲା। ଏବେ ଭାରତର ମିଶନ୍ ଜିମ୍ୱାୱେ ବିପକ୍ଷ ଟି-ଟ୍ୱେଣ୍ଟି ସିରିଜ । ଏହି ସିରିଜ ଦଳ ପାଇଁ ଚ୍ୟାଲେଞ୍ଜ ହେବ । ନୂଆ କୋଚଙ୍କ ସହିତ ଅଧିନାୟକଙ୍କ ବିନା ଜିମ୍ୱାୱେର ହରାରେରେ ପହଞ୍ଚିଛନ୍ତି ଟିମ୍ ଇଣ୍ଡିଆ । ଦିନିକିଆ ଖେଳୁଥିବାରୁ ଅଧିନାୟକ ଶ୍ରେୟସ ଆୟର ଦଳ ସର ପରେ ଯୋଗ ଦେବେ । ଜିମ୍ୱାୱେରେ ଟିମ୍ ଇଣ୍ଡିଆ ୩ ମ୍ୟାଚ୍ ବିଶିଷ୍ଟ ଟି-ଟ୍ୱେଣ୍ଟି ସିରିଜ ଖେଳିବ ।
ଜୁଲାଇ ୨୩ରୁ ଆରମ୍ଭ ହେବ ଜିମ୍ୱାୱେ ବନାମ ଭାରତ ଟି-୨୦ ସିରିଜ । ଅଧିନାୟକ ଶ୍ରେୟସ ଆୟର ଇଂଲଣ୍ଡରେ ଅଛନ୍ତି । ଆୟର ଭାରତର ଏକଦିବସୀୟ ଦଳର ଉପ-ଅଧିନାୟକ ମଧ୍ୟ । ସେ ପରବର୍ତ୍ତୀ ଆଜି କିମ୍ବା ଆସନ୍ତାକାଲି ଦଳରେ ଯୋଗ ଦେବେ। ଜିମ୍ବାୱେ ଗସ୍ତ ପାଇଁ ଦଳରେ ଯୁବ ଖେଳାଳିଙ୍କୁ ସୁଯୋଗ ଦିଆଯାଇଛି, ଯେଉଁଥିରେ ବୈଭବ ସୂର୍ଯ୍ୟବଂଶୀ ମଧ୍ୟ ସାମିଲ ଅଛନ୍ତି। ଇଂଲଣ୍ଡ ବିପକ୍ଷରେ ତିନୋଟି ମ୍ୟାଚ୍ ଖେଳିଥିବା ବୈଭବ ପ୍ରଭାବ ପକାଇପାରିନଥିଲେ। ସେ କୌଣସି ମ୍ୟାଚରେ ୨୦ ରନ୍ ମଧ୍ୟ କରିପାରିଲେ ନାହିଁ, ଯାହା ତାଙ୍କ ପ୍ରତିଭା ଉପରେ ପ୍ରଶ୍ନ ଉଠାଇଛି । ବୈଭବ ଏବେ ଜିମ୍ବାୱେ ଯାଇଛନ୍ତି। ଜିମ୍ବାୱେ ଇଂଲଣ୍ଡ ତୁଳନାରେ ବହୁତ ଦୁର୍ବଳ ଦଳ, ଏବଂ ବୈଭବ ଏହି ଦଳ ବିପକ୍ଷରେ ଭଲ ପ୍ରଦର୍ଶନ କରିବାକୁ ଏବଂ ଆତ୍ମବିଶ୍ୱାସ ହାସଲ କରିବାକୁ ଚେଷ୍ଟା କରିବେ, ଯାହା ତାଙ୍କୁ ବଡ଼ ଦଳ ବିପକ୍ଷରେ ସାହାଯ୍ୟ କରିବ।
ବିସିସିଆଇ ଏକ୍ସରେ ଜିମ୍ବାୱେ ଯାଇଥିବା ଖେଳାଳିମାନଙ୍କର ଏକ ଫଟୋ ପୋଷ୍ଟ କରିଛି, ଯେଉଁଥିରେ ବୈଭବଙ୍କୁ ଦେଖିବାକୁ ମିଳିଛି। ଉପ-ଅଧିନାୟକ ତିଲକ ବର୍ମା, ସୂର୍ଯ୍ୟାଂଶ ଶେଡଗେ, ପ୍ରଭସିମରନ ସିଂହ ଏବଂ ରବି ବିଷ୍ନୋଇ ମଧ୍ୟ ଅଛନ୍ତି। ଜିମ୍ବାୱେ ଗସ୍ତରେ ଗୌତମ ଗମ୍ଭୀର ଦଳର ପ୍ରଶିକ୍ଷକ ନାହାନ୍ତି। ତାଙ୍କ ସ୍ଥାନରେ ଭିଭିଏସ ଲକ୍ଷ୍ମଣଙ୍କୁ ଏହି ଦାୟିତ୍ୱ ଦିଆଯାଇଛି। ସେ ମଧ୍ୟ ଦଳ ସହିତ ଜିମ୍ବାୱେ ଯାଇଛନ୍ତି। କେବଳ ଆୟର ନୁହନ୍ତି, ଏକଦିବସୀୟ ଦଳରେ ଆହୁରି ଅନେକ ଖେଳାଳି ଅଛନ୍ତି ଯେଉଁମାନେ ଜିମ୍ବାୱେ ସିରିଜ ପାଇଁ ମନୋନୀତ ହୋଇଛନ୍ତି। ସେମାନେ ମଧ୍ୟ ପରେ ଜିମ୍ବାୱେ ଯିବେ। ଏଥିରେ ଇଶାନ କିଷାନ, ପ୍ରିନ୍ସ ଯାଦବ ଏବଂ ଶିବମ ଦୁବେ ସାମିଲ ଅଛନ୍ତି।
ସିରିଜ କାର୍ଯ୍ୟସୂଚୀ
ପ୍ରଥମ ଟି-୨୦ - ଜୁଲାଇ ୨୩, ହରାରେ
ଦ୍ୱିତୀୟ ଟି୨୦ - ଜୁଲାଇ ୨୫, ହରାରେ
ତୃତୀୟ ଟି-୨୦ – ଜୁଲାଇ ୨୬, ହରାରେ
Harare bound📍#TeamIndia en route for the Zimbabwe challenge ✈️#ZIMvIND pic.twitter.com/MmaLwldWDf
— BCCI (@BCCI) July 20, 2026

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories