ICC Champions Trophy: ଅଷ୍ଟ୍ରେଲିଆ-ଇଂଲଣ୍ଡ ମ୍ୟାଚ୍ ପୂର୍ବରୁ ପାକିସ୍ତାନରେ ବାଜିଲା ଭାରତର ଜାତୀୟ ସଙ୍ଗୀତ

Key Points
ତେବେ ଚାମ୍ପିଅନ୍ସ ଟ୍ରଫି ପୂର୍ବରୁ ଫ୍ଲଡ୍ ଲାଇଟ୍କୁ ନେଇ ବିବାଦକୁ ଆସିଥିବା ପାକିସ୍ତାନର ଗଦ୍ଦାଫି ଷ୍ଟାଡିୟମ୍ରେ ପୁଣି କ୍ରିକେଟ ପ୍ରେମୀଙ୍କୁ ଆଚମ୍ବିତ କରିଛି ।
ଆଇସିସି ଚାମ୍ପିଅନ୍ସ ଟ୍ରଫିର ମ୍ୟାଚ୍ ପାକିସ୍ତାନରେ ଖେଳା ଯାଉଛି । ଶନିବାର ଅଷ୍ଟ୍ରେଲିଆକୁ ଇଂଲଣ୍ଡ ଲାହୋରର ଗଦ୍ଦାଫି ଷ୍ଟାଡିୟମରେ ଭେଟିଛି । ପ୍ରଥମେ ଟସ୍ ଜିତି ଅଷ୍ଟ୍ରେଲିଆ ବୋଲିଂ ନିଷ୍ପତ୍ତି ନେଇଥିବା ବେଳେ ବ୍ୟାଟିଂ ପାଇଁ ଓହ୍ଲାଇଥିଲା ଇଂଲଣ୍ଡ । ତେବେ ଚାମ୍ପିଅନ୍ସ ଟ୍ରଫି ପୂର୍ବରୁ ଫ୍ଲଡ୍ ଲାଇଟ୍କୁ ନେଇ ବିବାଦକୁ ଆସିଥିବା ପାକିସ୍ତାନର ଗଦ୍ଦାଫି ଷ୍ଟାଡିୟମ୍ରେ ପୁଣି କ୍ରିକେଟ ପ୍ରେମୀଙ୍କୁ ଆଚମ୍ବିତ କରିଛି ।
ଇଂଲଣ୍ଡ-ଅଷ୍ଟ୍ରେଲିଆ ମ୍ୟାଚ୍ ଆରମ୍ଭ ପୂର୍ବରୁ ଦୁଇ ଦେଶର ଜାତୀୟ ସଙ୍ଗୀତ ବାଜିଥାନ୍ତା । କିନ୍ତୁ ଅଷ୍ଟ୍ରେଲିଆ ଜାତୀୟ ସଙ୍ଗୀତ ବଦଳରେ ଷ୍ଟାଡିୟମ୍ରେ ବାଜିଥିଲା ଭାରତର ଜାତୀୟ ସଙ୍ଗୀତ । ଏତେ ବଡ଼ ଭୁଲ୍ ଜଣା ପଡ଼ିବା ପରେ ଅଧିକାରୀ ଯଦିଓ ଭାରତର ଜାତୀୟ ସଙ୍ଗୀତ ବନ୍ଦ କରି ଅଷ୍ଟ୍ରେଲିଆର ଜାତୀୟ ସଙ୍ଗୀତ ଲଗାଇ ଥିଲେ । କିନ୍ତୁ ସେତେବେଳକୁ ଏହାର ଭିଡିଓ ସୋସିଆଲ୍ ମିଡିଆରେ ଛାଇ ଯାଇଥିଲା ।
ENG vs Australia match mai indian national anthem chala diya vo bhi lahore mai 😭😭😂😂😂 #ENGvsAUS #ChampionsTrophy2025 pic.twitter.com/iOHbe4wj1F
— Manjyot wadhwa (@Manjyot68915803) February 22, 2025
📱 Get Argus News App
✨ତେବେ ଚାମ୍ପିଅନ୍ସ ଟ୍ରଫି ଆୟୋଜନ କରୁଥିବା ପାକିସ୍ତାନର ଏହା ବଡ଼ ଭୁଲ୍ ବୋଲି କୁହା ଯାଉଛି । ସୂଚନାଯୋଗ୍ୟ, ଚାମ୍ପିଅନ୍ସ ଟ୍ରଫି-୨୦୨୫ରେ ଭାରତ ଗୋଟିଏ ବି ମୁକାବିଲା ପାକିସ୍ତାନରେ ଖେଳିବ ନାହିଁ । ହାଇବ୍ରିଡ୍ ମଡେଲ୍ରେ ଟୁର୍ଣ୍ଣାମେଣ୍ଟ ହେଉଥିବା ବେଳେ ଭାରତ ସମସ୍ତ ମ୍ୟାଚ ଦୁବାଇରେ ଖେଳୁଛି ।
ଆଇସିସି ପକ୍ଷରୁ ଆୟୋଜିତ ସମସ୍ତ ମ୍ୟାଚ୍ ଆରମ୍ଭରୁ ଦୁଇ ଦଳ ଅନୁସାରେ ଦେଶର ଜାତୀୟ ସଙ୍ଗୀତ ବାଜି ଥାଏ । ଟସ୍ ପଡ଼ିବା ପରେ ବାଜି ଥାଏ ଜାତୀୟ ସଙ୍ଗୀତ । ତେବେ ଆଇସିସି ଚାମ୍ପିଅନ୍ସ ଟ୍ରଫିରେ ଏଭଳି ଭୁଲ୍ ପ୍ରଥମଥର ହୋଇ ନାହିଁ । ଟୁର୍ଣ୍ଣାମେଣ୍ଟ ଆରମ୍ଭ ପୂର୍ବରୁ କରାଚୀ ନ୍ୟାସନାଲ ଷ୍ଟାଡିୟମ୍ରେ ସମସ୍ତ ଦଳର ଜାତୀୟ ପତାକା ଲାଗିଥିବା ବେଳେ ଭାରତର ନଥିଲା । ଯାହାକୁ ନେଇ ପାକିସ୍ତାନ କ୍ରିକେଟ୍ ବୋର୍ଡକୁ ଜବାବ ମଧ୍ୟ ମଗା ଯାଇଛି ।
ସେପଟେ ରବିବାର ଭାରତ-ପାକିସ୍ତାନ ମଧ୍ୟରେ ଦୁବାଇରେ ଖେଳାଯିବ ମ୍ୟାଚ୍ । ଭାରତୀୟ ସମୟ ଦିନ ସାଢ଼େ ୨ଟାରେ ମ୍ୟାଚ୍ ଆରମ୍ଭ ହେବ । ଭାରତୀୟ ଦଳର ନେତୃତ୍ଵ ରୋହିତ ଶର୍ମାଙ୍କ କାନ୍ଧରେ ରହିଥିବା ବେଳେ ପାକିସ୍ତାନ ଟିମର ଭାର ସମ୍ଭାଳୁଛନ୍ତି ରିଜୱାନ ମହମ୍ମଦ ।