୩୦ ଲିଟର କ୍ଷୀର ଦାନ କଲେ ଭାରତର ପ୍ରସିଦ୍ଧ ବ୍ୟାଡମିଣ୍ଟନ ଖେଳାଳି

Key Points
କାହାକୁ କଥା ଣୁଣିଲେ ଲାଜ ଲାଗୁଥାଇପାରେ କିନ୍ତୁ ଏହା ହେଉଛି ଏହି ଖେଳାଳିଙ୍କର ମହତ କାମ। ସେ ନିଜ ଛୁଆ ପରେ ବହୁତ ନିରୀହ ଛୁଆଙ୍କ କଥା ଭାବି ଏଭଳି କାର୍ଯ୍ୟ କରୁଛନ୍ତି।
କାହାକୁ କଥା ଣୁଣିଲେ ଲାଜ ଲାଗୁଥାଇପାରେ କିନ୍ତୁ ଏହା ହେଉଛି ଏହି ଖେଳାଳିଙ୍କର ମହତ କାମ। ସେ ନିଜ ଛୁଆ ପରେ ବହୁତ ନିରୀହ ଛୁଆଙ୍କ କଥା ଭାବି ଏଭଳି କାର୍ଯ୍ୟ କରୁଛନ୍ତି। ଆମେ କହୁଛୁ ଭାରତର ପ୍ରସିଦ୍ଧ ବ୍ୟାଡମିଣ୍ଟନ ଖେଳାଳି ଜ୍ୱାଲା ଗୁଟ୍ଟାଙ୍କ କଥା। ସେ ଏଭଳି ଏକ ପ୍ରୟାସ ଆରମ୍ଭ କରିଛନ୍ତି ଯାହା ପ୍ରକୃତରେ ପ୍ରଶଂସନୀୟ। ଜ୍ୱାଲା ଗୁଟ୍ଟା, ଯିଏ ବର୍ତ୍ତମାନ ମା ହୋଇଛନ୍ତି। ସେ ପ୍ରତିଦିନ ସରକାରୀ ହସ୍ପିଟାଲକୁ ୬୦୦ ମିଲି ଲିଟର କ୍ଷୀର ଦାନ କରୁଛନ୍ତି। ବ୍ୟାଡମିଣ୍ଟନ କୋର୍ଟରେ ଦେଶ ପାଇଁ ଅନେକ ପଦକ ଜିତିଥିବା ଜ୍ୱାଲା ଏବେ ଛୋଟ ନୀରିହ ପିଲାଙ୍କ ଜୀବନ ବଞ୍ଚାଉଛନ୍ତି। ଯେଉଁ ନବଜାତ ଶିଶୁମାନଙ୍କର ମା' ନାହାନ୍ତି, ସେମାନଙ୍କୁ ସାହାଯ୍ୟ କରିବା ପାଇଁ ଆଗକୁ ଆସିଛନ୍ତି ଜ୍ଵାଲା।
ରିପୋର୍ଟ ଅନୁସାରେ, ସେ ଏପର୍ଯ୍ୟନ୍ତ ୩୦ ଲିଟର ନିଜ କ୍ଷୀର ଦାନ କରିଛନ୍ତି। ଗତ ଚାରି ମାସ ଧରି, ଜ୍ୱାଲା ଗୁଟ୍ଟା ପ୍ରତିଦିନ ନିରୀହ ପିଲାମାନଙ୍କ ପାଇଁ ବହୁତ କିଛି କରୁଛନ୍ତି। ଜ୍ୱାଲା ଗୁଟ୍ଟା ନିକଟରେ ମା' ହୋଇଛନ୍ତି। ସେ ୨୨ ଏପ୍ରିଲ ୨୦୨୧ରେ ଅଭିନେତା ବିଷ୍ଣୁ ବିନୋଦଙ୍କୁ ବିବାହ କରିଥିଲେ । ଚାରି ବର୍ଷ ପରେ ସେ ମା' ହୋଇଛନ୍ତି। ଜ୍ୱାଲା ତାଙ୍କ ଶିଶୁକନ୍ୟାଙ୍କୁ କ୍ଷୀର ଦେବା ପରେ ତାଙ୍କର ସମସ୍ତ କ୍ଷୀର ଦାନ କରନ୍ତି। ଭାରତରେ ପ୍ରଥମ ଥର ପାଇଁ ଜଣେ ଖେଳାଳି ଏପରି ଏକ ପଦକ୍ଷେପ ନେଇଛନ୍ତି। ଯାହା ପ୍ରକୃତରେ ପ୍ରେରଣାଦାୟକ। ଆପଣଙ୍କୁ ଜଣାଇ ଦେଉଛୁ ଯେ ମା' କ୍ଷୀର ପିଲାମାନଙ୍କ ନିହାତି ଆବଶ୍ୟକ। ମା' କ୍ଷୀରରେ ପିଲାମାନଙ୍କ ବିକାଶ ପାଇଁ ସମସ୍ତ ପୋଷକ ତତ୍ତ୍ୱ ରହିଥାଏ।
📱 Get Argus News App
✨ଏହା ପିଲାମାନଙ୍କ ମଧ୍ୟରେ ଆଲର୍ଜି, ଆସ୍ଥମା ଏବଂ ମେଦବହୁଳତାର ଆଶଙ୍କା ହ୍ରାସ କରେ। ଜ୍ୱାଲା ଗୁଟ୍ଟା ତାଙ୍କ କ୍ୟାରିୟରରେ ବହୁତ କିଛି ହାସଲ କରିଛନ୍ତି। ସେ ୨୦୧୦ ଏବଂ ୨୦୧୪ରେ ଅନୁଷ୍ଠିତ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତ ପାଇଁ ସ୍ୱର୍ଣ୍ଣ ପଦକ ଜିତିଥିଲେ। ମହିଳା ଡବଲ୍ସରେ ଭାରତ ପାଇଁ ସ୍ୱର୍ଣ୍ଣ ପଦକ ହାସଲ କରିବାରେ ସେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି। ସେ ଅଶ୍ୱିନୀ ପୋନାପ୍ପାଙ୍କ ସହିତ ଅନେକ ମ୍ୟାଚ୍ ଜିତିଥିଲେ। ପୋନାପ୍ପାଙ୍କ ସହିତ ତାଙ୍କ ଯୋଡ଼ି ଶୀର୍ଷ ୧୦ ରାଙ୍କରେ ଥିଲା। କେବଳ ଏତିକି ନୁହେଁ, ୨୦୧୧ରେ ସେ BWF ବିଶ୍ୱ ଚାମ୍ପିଅନସିପରେ କାଂସ୍ୟ ପଦକ ଜିତିଥିଲେ। ୨୦୧୪ରେ, ଜ୍ୱାଲା ଥମାସ ଏବଂ ଉବର କପରେ ମଧ୍ୟ କାଂସ୍ୟ ପଦକ ଜିତିଥିଲେ।