Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Sports

ଚାମ୍ପିଅନ୍ସ ଟ୍ରଫି ପ୍ରଥମ ମ୍ୟାଚରେ ଭାରତୀୟ ବୋଲରଙ୍କ କମାଲ୍

Rashmita Mishra
Browse all articles by Rashmita Mishra
·1 year ago·1 min read
ଚାମ୍ପିଅନ୍ସ ଟ୍ରଫି ପ୍ରଥମ ମ୍ୟାଚରେ ଭାରତୀୟ ବୋଲରଙ୍କ କମାଲ୍

ଚାମ୍ପିଅନ୍ସ ଟ୍ରଫି ପ୍ରଥମ ମ୍ୟାଚରେ ଭାରତୀୟ ବୋଲରଙ୍କ କମାଲ୍। ମାତ୍ର ୨୨୮ ରନରେ ଅଲଆଉଟ୍ ହେଲା ବାଲାଂଦେଶ। ମହମ୍ମଦ ସାମିଙ୍କୁ ୫ ୱିକେଟ୍ ସଫଳତା। ହର୍ଷିତ୍ ରାଣା ୩ ଓ ଅକ୍ଷର ପଟେଲ୍ ନେଲେ 2ଟି ୱିକେଟ୍।


ଚାମ୍ପିଅନ୍ସ ଟ୍ରଫି ପ୍ରଥମ ମ୍ୟାଚରେ କମାଲ୍ କରିଛନ୍ତି ଭାରତୀୟ ବୋଲର । ମାତ୍ର ୨୨୮ ରନରେ ଅଲଆଉଟ୍ ହୋଇଛି ବାଲାଂଦେଶ । ମହମ୍ମଦ ସାମି ୫ ୱିକେଟ୍ ନେଇଥିବା ବେଳେ ହର୍ଷିତ୍ ରାଣା ୩ଟି ଓ ଅକ୍ଷର ପଟେଲ୍ ୨ଟି ୱିକେଟ୍ ନେଇଛନ୍ତି। ଟସ ଜିତି ପ୍ରଥମେ ବ୍ୟାଟିଂ କରିଥିବା ବାଂଲାଦେଶ ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟର ଶିକାର ହୋଇଥିଲା।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ମାତ୍ର ୩୫ ରନରେ ଦଳ ୫ଟି ୱିକେଟ ହରାଇଥିଲା। ମ୍ୟାଚରେ ବାଂଲାଦେଶ ପକ୍ଷରୁ ଟାଞ୍ଜିଦ ହୁସେନ ଓ ସୌମ୍ୟ ସରକାର ବ୍ୟାଟିଂ ଆରମ୍ଭ କରିଥିଲ । ତେବେ ସୌମ୍ୟ ସରକାର ଖାତା ଖୋଲିବା ପୂର୍ବରୁ ମହମ୍ମଦ ସମ୍ମିଙ୍କ ବଲରେ ଆଉଟ ହୋଇଥିଲେ । ତାଙ୍କ ପରେ ନଜମଲ ହୁସେନ ସାଣ୍ଟୋ ମଧ୍ୟ ଖାତା ଖୋଲିବା ପୂର୍ବରୁ ହର୍ଷିତ ରାଣାଙ୍କ ବଲରେ ଆଉଟ ହୋଇଥିଲେ । ସେହିପରି ମେହେଦି ହାସାନ ମିରାଜ ମାତ୍ର ୫ ରନ କରି ସମ୍ମିଙ୍କ ବଲରେ ଆଉଟ ହୋଇଥିଲେ ।


ଦ୍ରୁତ ବୋଲର ମହମ୍ମଦ ଶାମି ପ୍ରଥମ ଓଭରରେ ହିଁ ଓପନର ସୌମ୍ୟ ସରକାରଙ୍କୁ ଆଉଟ କରି ବାଂଲାଦେଶକୁ ଏକ ଝଟକା ଦେଇଛନ୍ତି। ଶାମିଙ୍କ ପ୍ରଥମ ଓଭରର ଶେଷ ବଲରେ ଉଇକେଟକିପର କେଏଲ ରାହୁଲଙ୍କ ଦ୍ୱାରା କ୍ୟାଚ ହୋଇଥିଲେ ସୌମ୍ୟ ସରକାର। ସୌମ୍ୟ ଖାତା ମଧ୍ୟ ଖୋଲିପାରି ନ ଥିଲେ। ବାଂଲାଦେଶ ଅଧିନାୟକ ନଜମୁଲ ହୁସେନ ଶାନ୍ତୋଙ୍କୁ ଆଉଟ କରି ହର୍ଷିତ ରାଣା ବାଂଲାଦେଶକୁ ଦ୍ୱିତୀୟ ଝଟକା ଦେଇଥିଲେ। ମେହେଦି ହାସନ ମିରାଜଙ୍କୁ ଆଉଟ କରି ମହମ୍ମଦ ଶାମି ବାଂଲାଦେଶକୁ ତୃତୀୟ ଝଟକା ଦେଇଥିଲେ।

Sponsored
Indian bowlers' brilliance in the first match of the Champions Trophy | Argus News