Indian Cricketer Retirement / ଭାରତୀୟ କ୍ରିକେଟରୁ ହଠାତ ଅବସର ଘୋଷଣା କରି ଚକିତ କଲେ...୨୦୨୧ରୁ ମିଳୁନଥିଲା ସୁଯୋଗ
·1 hour ago·2 min read

Key Points
ଭାରତୀୟ ମହିଳା କ୍ରିକେଟ୍ ଦଳର ଭେଟେରାନ ବ୍ୟାଟର ପୁନମ ରାଉତ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି
ଭାରତୀୟ ମହିଳା କ୍ରିକେଟ୍ ଦଳର ଭେଟେରାନ ବ୍ୟାଟର ପୁନମ ରାଉତ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି । ସେ ସୋସିଆଲ୍ ମିଡିଆ ଇନ୍ଷ୍ଟାଗ୍ରାମରେ ଏକ ଲମ୍ବା ପୋଷ୍ଟ କରି ଦୀର୍ଘ ୧୦ବର୍ଷର କ୍ୟାରିୟରରେ ପୂର୍ଣ୍ଣଛେଦ ପକାଇଛନ୍ତି । ପୁନମ ୭୩ଟି ଦିନିକିଆ ଖେଳାଳି ୨୨୨୯ (୩ ଶତକ, ୧୫ ଅର୍ଦ୍ଧଶତକ) ରନ୍ କରିଥିବାବେଳେ ୪ଟି ଟେଷ୍ଟ ଖେଳି ୨୬୪ (୧ ଶତକ) ରନ୍ ଓ ୩୫ଟି ଟି-ଟ୍ୱେଣ୍ଟିରେ ୭୧୯ (୪ ଅର୍ଦ୍ଧଶତକ) ରନ୍ ସଂଗ୍ରହ କରିଥିଲେ । ସେ ୨୦୦୯ରେ ଅନ୍ତର୍ଜାତୀୟ ପଦାର୍ପଣ କରିଥିଲେ । ସେହିପରି ୨୦୨୧ରେ ଇଂଲଣ୍ଡ ବିପକ୍ଷରେ ଶେଷ ଦିନିକିଆ ମ୍ୟାଚ୍ ଖେଳିଥିଲେ । ଏହାପରଠୁ ତାଙ୍କୁ ଭାରତୀୟ ଦଳରୁ ଅଣଦେଖା କରାଯାଇ ଆସୁଥିଲା।
ଏହାସହ ପଢ଼ନ୍ତୁ: ହାଇଦ୍ରାବାଦରେ ଭାରତର ପରାଜୟ ପରେ ସୁନୀଲ ଗାଭାସ୍କର ଦେଲେ କଡ଼ା ବୟାନ… କହିଲେ "ବାହାନା ମାରିବା ବନ୍ଦ କର"
୩୭ ବର୍ଷୀୟ ପୁନମ ୨୦୧୭ ଦିନିକିଆ ବିଶ୍ୱକପ୍ ରନର୍ସ ଅପ୍ ଭାରତୀୟ ଦଳର ସଦସ୍ୟା ରହିଥିଲେ । ଇଂଲଣ୍ଡ ବିପକ୍ଷ ଫାଇନାଲ୍ ମୁକାବିଲାରେ ସେ ୮୬ରନ୍ର ଧୂଆଁଧାର ପାଳି ଖେଳିଥିଲେ ହେଁ ଦଳକୁ ଚାମ୍ପିଅନ୍ କରାଇ ପାରିନଥିଲେ । ଉକ୍ତ ମ୍ୟାଚ୍ରେ ଭାରତ ୯ ରନ୍ରେ ପରାଜିତ ହୋଇଥିଲା । ପୁନମ ବିଶ୍ୱକପ୍ରେ ମୋଟ ୩୮୧ ରନ୍ ସଂଗ୍ରହ କରିଥିଲେ । ଆୟର୍ଲାଣ୍ଡ ବିପକ୍ଷ ଲିଗ୍ ମ୍ୟାଚ୍ରେ ସେ ୧୦୯ରନ୍ କରିଥିଲେ ଏବଂ ଦୀପ୍ତି ଶର୍ମାଙ୍କ ସହ ମିଶି ୩୨୦ରନ୍ରେ ଓପନିଂ ଭାଗିଦାରୀ ଗଠନ କରିଥିଲେ । ୨୦୦୯ରେ ଭାରତୀୟ ମହିଳା ଦଳ ପାଇଁ ଡେବ୍ୟୁ କରିଥିବା ପୁନମ ରାଉତ ଗତ ୫ ବର୍ଷ ଧରି ଅନ୍ତର୍ଜାତୀୟ କ୍ରିକେଟରୁ ଦୂରେଇ ରହିଥିଲେ । ଏଥିସହ ସେ ଘରୋଇ କ୍ରିକେଟରେ ସେତେଟା ସକ୍ରିୟ ନଥିଲେ ।
ଜାପାନ ଏସିଆନ ଗେମ୍ସରେ ସ୍ୱର୍ଣ୍ଣିମ ସଫଳତା ପରେ ଭାରତୀୟ ମହିଳା କ୍ରିକେଟ୍ ଦଳ ପୁଣି ଥରେ ପଡ଼ିଆକୁ ଓହ୍ଲାଇବ । ଭାରତ ଓ ଜିମ୍ବାୱେ ମହିଳା ଦଳ ମଧ୍ୟରେ ଆଜିଠାରୁ ଟି-୨୦ ସିରିଜ୍ ଆରମ୍ଭ ହେବ । କିନ୍ତୁ ଏହି ମ୍ୟାଚର ୨୪ ଘଣ୍ଟା ପୂର୍ବରୁ ଭାରତୀୟ ଦଳର ଜଣେ ଅଭିଜ୍ଞ ବ୍ୟାଟର ଅବସର ଘୋଷଣା କରିଛନ୍ତି । ଭାରତୀୟ କ୍ରିକେଟ୍ର କିମ୍ବଦନ୍ତୀ ଓପନର ପୁନମ ରାଉତ ଅନ୍ତର୍ଜାତୀୟ କ୍ରିକେଟ୍ର ସମସ୍ତ ଫର୍ମାଟରୁ ଅବସର ନେଇଛନ୍ତି । ପୁନମ ଏକ ସୋସିଆଲ ମିଡିଆ ପୋଷ୍ଟରେ ଏହା ଘୋଷଣା କରି ଟିମ୍ ଇଣ୍ଡିଆ ପାଇଁ ଖେଳିବା ତାଙ୍କ ପାଇଁ ସବୁଠାରୁ ବଡ ସମ୍ମାନ ବୋଲି ବର୍ଣ୍ଣନା କରିଛନ୍ତି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories