Videos
|
Sports

Indian Cricketer / ଗୋଟେ ପଟେ ଚାଲିଛି ମ୍ୟାଚ୍‌, ହଠାତ୍‌ ନିର୍ବନ୍ଧ କଲେ ଏହି କ୍ରିକେଟର

Banajyotshna Ray
Browse all articles by Banajyotshna Ray
·6 months ago·2 min read
ଗୋଟେ ପଟେ ଚାଲିଛି ମ୍ୟାଚ୍‌, ହଠାତ୍‌ ନିର୍ବନ୍ଧ କଲେ ଏହି କ୍ରିକେଟର
Indian Cricketer

Key Points

ଟି-୨୦ ବିଶ୍ଵକପ୍ ଫାଇନାଲ୍
ଏହି ଭାରତୀୟ କ୍ରିକେଟର କଲେ ନିର୍ବନ୍ଧ
ଜାଣନ୍ତୁ କାରଣ?
ଚାଲିଛି ମ୍ୟାଚ୍‌ । ଆରମ୍ଭ ହେଲା ଟି-୨୦ ବିଶ୍ୱକପ୍‌। ଆଜି ୨୦୨୬ ଟି-୨୦ ବିଶ୍ୱକପ୍ ଫାଇନାଲ୍ ଟକ୍କର । ଆଉ କିଛି ସମୟ ମଧ୍ୟରେ ଗ୍ରାଉଣ୍ଡରେ ହେବ ଜୋରଦାର ଲଢେଇ । ସବୁ କ୍ରୀଡାପ୍ରେମୀଙ୍କ ମଧ୍ୟରେ ପ୍ରବଳ ଉତ୍କଣ୍ଠା । କିଏ ଜିତିବ ତାକୁ ନେଇ ଚାରିଆଡେ ତର୍କ ବିତର୍କ । ଏହାରି ମଧ୍ୟରେ ଆଇସିସି ପୁରସ୍କାର ରାଶିର ଖୁଲାସା କରିଛି । ଯିଏ ଜିତିବ ତା' ଉପରେ ହେବ ଟଙ୍କା ବର୍ଷା । କୋଟି କୋଟି ଟଙ୍କା ନେବ ଚାମ୍ପିଅନ୍ ଟିମ୍ । ଏହା ଭିତରେ ଆଉ ଆଜିର ଦିନରେ ନିର୍ବନ୍ଧ କରିଛନ୍ତି ଭାରତୀୟ ବ୍ୟାଟର ପୃଥ୍ଵୀ ଶ'। କିନ୍ତୁ ଆଜିର ଦିନ କାହିଁକି ପସନ୍ଦ କଲେ କ୍ରିକେଟର ବୋଲି ସମସ୍ତେ ସୋସିଆଲ ମିଡିଆରେ ପ୍ରଶ୍ନ କରୁଛନ୍ତି।

ପୃଥ୍ୱୀ ଶ'ଙ୍କ ଅନ୍ତର୍ଜାତୀୟ କ୍ୟାରିଅର ଉପରେ ନଜର ପକାଇଲେ, ସେ ପାଞ୍ଚଟି ଟେଷ୍ଟ, ଛଅଟି ଦିନିକିଆ ଏବଂ ଗୋଟିଏ ଟି-୨୦ ଅନ୍ତର୍ଜାତୀୟ ଖେଳିଛନ୍ତି। ସେ ୨୦୧୮ରୁ ୨୦୨୧ ମଧ୍ୟରେ ତିନୋଟି ଫର୍ମାଟରେ ଏହି ମ୍ୟାଚ୍ ଖେଳିଥିଲେ। ସେ ସେବେଠାରୁ ସେ ଟିମ୍ ଇଣ୍ଡିଆକୁ ପ୍ରତ୍ୟାବର୍ତ୍ତନ କରି ପାରି ନାହାନ୍ତି। ଶ' ଟେଷ୍ଟରେ ୩୩୯ ରନ୍ ଏବଂ ଦିନିକିଆରେ୧୮୯ ରନ୍ କରିଥିଲେ।ଶ'ଙ୍କ ବାନ୍ଧବୀଙ୍କ ସୋସିଆଲ ମିଡିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମରେ ପ୍ରାୟ୩୨ ଲକ୍ଷ ଅନୁଗାମୀ ଅଛନ୍ତି। ତାଙ୍କର ଏକ ୟୁଟ୍ୟୁବ୍ ଚ୍ୟାନେଲରେ ମଧ୍ୟ ୯୦,୦୦୦ ରୁ ଅଧିକ ସବସ୍କ୍ରାଇବର୍ ଅଛନ୍ତି। ଆକୃତି ନିକଟରେ ତେଲୁଗୁ ଫିଲ୍ମ ତ୍ରିମୁଖୀରେ ନଜର ଆସିଥିଲେ। ଏହି ଫିଲ୍ମକୁ ଆକୃତିଙ୍କ କ୍ୟାରିୟରର ସବୁଠାରୁ ବଡ଼ ବ୍ରେକ୍ ବୋଲି ବିବେଚନା କରାଯାଇଥିଲା।

ରବିବାର ୨୦୨୬ ଟି୨୦ ବିଶ୍ୱକପର ଫାଇନାଲ ମ୍ୟାଚ୍ ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଖେଳାଯିବ। ପୂରା ଦେଶରେ ଏବେ କ୍ରିକେଟକୁ ନେଇ ଉତ୍ସବ ମୁଖର। ସୋସିଆଲ ମିଡିଆରେ କିଛି ଫଟୋ ସେୟାର କରି ପ୍ରଶଂସକଙ୍କୁ ଖୁସିର ଖବର ଦେଇଛନ୍ତି। ସେ କ୍ୟାପସନରେ ଲେଖିଛନ୍ତି, ମଇଦାନରେ ଛକା ମାରିବା ଠାରୁ ଆରମ୍ଭ କରି ପଡିଆ ବାହାରେ ଜୀବନବ୍ୟାପୀ ସଫଳତା ପର୍ଯ୍ୟନ୍ତ। ଏହା ମୋର ସର୍ବୋତ୍ତମ ଇନିଂସ!"

ଏଥିସହ ପଢ଼ନ୍ତୁ: କେବେ ଥମିବ ଯୁଦ୍ଧ: ଭୟରେ ଭାରତକୁ ନେଇ ଏମିତି କହିଲା ଚୀନ ?

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଆକୃତି ଏବଂ ଶ' କେତେ ଦିନ ଧରି ଡେଟ୍ କରି ସେ ସମ୍ପର୍କରେ କୌଣସି ଆନୁଷ୍ଠାନିକ ସୂଚନା ନାହିଁ। କିନ୍ତୁ ଏହା ସ୍ପଷ୍ଟ ଯେ ସେମାନେ ପ୍ରାୟ ଗୋଟିଏ ବର୍ଷ ଧରି ଉଭୟଙ୍କୁ ଏକାଠି ପ୍ରାୟ ଦେଖିବାକୁ ମିଳିଛି। ଶ' ଏବଂ ଆକୃତି ଗତ ବର୍ଷ ଅଗଷ୍ଟ ୨୭ରେ ଗଣେଶ ଚତୁର୍ଥୀ ଅବସରରେ ଏକ ଫଟୋ ସେୟାର କରିଥିଲେ, ଯାହା ଉଭୟଙ୍କ ମଧ୍ୟରେ ପ୍ରେମ ସଂପର୍କ ନେଇ ସ୍ପଷ୍ଟ ସଙ୍କେତ ମିଳିଥିଲା। ଶ' ତାଙ୍କ ପ୍ରେମିକା ଆକୃତି ଅଗ୍ରୱାଲଙ୍କୁ ନିର୍ବନ୍ଧ ମୁଦି ପିନ୍ଧାଇଛନ୍ତି। କ୍ରିକେଟ୍ ପ୍ରେମୀଙ୍କ ମନରେ ପ୍ରଶ୍ନ ଆସୁଥିବ କିଏ ଏହି ଆକୃତି ଅଗ୍ରଓ୍ଵାଲ।ଆକୃତି ଅଗ୍ରୱାଲ ଜଣେ ସୋସିଆଲ ମିଡିଆ ଇନଫ୍ଲୁଏନସର ଏବଂ ଅଭିନେତ୍ରୀ।

ଅଧିକ ପଢ଼ନ୍ତୁ ଖେଳ ଖବର:

Related Topics

Explore more stories