ବିମାନରେ ଯିବାବେଳେ ଦୂଷିତ ଜଳ ପିଇ ଅସୁସ୍ଥ ହେଲେ ଭାରତୀୟ କ୍ରିକେଟର ମୟଙ୍କ ଅଗ୍ରୱାଲ

ଅର୍ଗସ ବ୍ୟୁରୋ: ମଙ୍ଗଳବାର ରାତିରେ ବିମାନରେ ଅଗରତାଲାରୁ ସୁରତ ଯିବା ବେଳେ ଟିମ୍ ଇଣ୍ଡିଆ ତଥା କର୍ଣ୍ଣାଟକ ରାଜ୍ୟର କ୍ରିକେଟର୍ ମୟଙ୍କ ଅଗ୍ରୱାଲ୍ ଗୁରୁତର ଅସୁସ୍ଥ ହୋଇପଡ଼ିବାରୁ ତାଙ୍କୁ ସ୍ଥାନୀୟ ଡାକ୍ତରଖାନାର ଆଇସିୟୁରେ ଭର୍ତ୍ତି କରାଯାଇଛି।
ସୂଚନା ଅନୁସାରେ, ଦୂଷିତ ଜଳ ପିଇବାରୁ ମୟଙ୍କଙ୍କ ତଣ୍ଟି ଓ ପାଟି ପୋଡ଼ିଲା ପରି ଲାଗିଲା। ଏକଥା କହିବାରୁ ତାଙ୍କୁ ତୁରନ୍ତ ଆଇଏଲ୍ଏସ୍ ହସ୍ପିଟାଲ୍ର ଆଇସିୟୁରେ ଭର୍ତ୍ତି କରାଯାଇଛି। ବର୍ତ୍ତମାନ ମୟଙ୍କ ବିପଦମୁକ୍ତ ଥିଲେ ବି ସମ୍ପୂର୍ଣ୍ଣ ସୁସ୍ଥ ନ ହେବାଯାଏ ତାଙ୍କୁ ଡାକ୍ତରଖାନାରୁ ଡିସଚାର୍ଜ କରାଯିବ ନାହିଁ। କିନ୍ତୁ ଏନେଇ ବିସିସିଆଇ ଏପର୍ଯ୍ୟନ୍ତ କୌଣସି ସୂଚନା ଦେଇନାହିଁ।
ବାନ୍ତି କରିବା ପରେ ଅସୁସ୍ଥ ଲାଗୁଛି ବୋଲି କହିବାରୁ ମୟଙ୍କଙ୍କର କେତେକ ଡାକ୍ତରୀ ପରୀକ୍ଷା କରାଗଲା। ସେତେବେଳେ ତ୍ରିପୁରା କ୍ରିକେଟ୍ ଆସୋସିଏସନ୍ର କର୍ମକର୍ତ୍ତାମାନେ ମଧ୍ୟ ଡାକ୍ତରଖାନାରେ ଉପସ୍ଥିତ ଥିଲେ। ତେଣୁ, ସେ ସୌରାଷ୍ଟ୍ରରେ ରେଳବାଇ ବିପକ୍ଷରେ ହେବାକୁ ଥିବା ପରବର୍ତ୍ତୀ ରଣଜୀ ଟ୍ରଫି କ୍ରିକେଟ୍ ମ୍ୟାଚ୍ ଖେଳିପାରିବେ ନାହିଁ। ତାଙ୍କ ସହିତ ଥିବା ଟିମ୍ର ବାକି ଖେଳାଳିମାନେ ରାଜକୋଟ ଯିବେ। ମୟଙ୍କଙ୍କୁ ବିମାନରୁ ଓହ୍ଲାଇ ତୁରନ୍ତ ଡାକ୍ତରଖାନାକୁ ନିଆଗଲା।
📱 Get Argus News App
✨ଅଧିକ ପଢ଼ନ୍ତୁ କ୍ରୀଡ଼ା ଖବର
