ବିବାହର ୮ବର୍ଷ ପରେ ପିତା ହେଲେ ଭାରତୀୟ କ୍ରିକେଟର ଜାହିର ଖାନ
·1 year ago·1 min read

ବିବାହର ୮ବର୍ଷ ପରେ ମାତାପିତା ହେଲେ ଭାରତୀୟ କ୍ରିକେଟର ଜହିର ଖାନ ଏବଂ ସାଗରିକା ଘଟଗେ। ଦୁହେଁ ସେମାନଙ୍କର ପ୍ରଥମ ସନ୍ତାନକୁ ସ୍ୱାଗତ କରିଛନ୍ତି। କୁହାଯାଉଛି ଯେ, ସାଗରିକା ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି। ସେମାନେ ସେମାନଙ୍କ ସନ୍ତାନର ନାମ ଫତେସିଂହ ଖାନ ରଖିଥିବା ବେଳେ ବୁଧବାର ଦିନ ଦମ୍ପତି ଏକ ପୋଷ୍ଟ ସେୟାର କରି ଏହି ଖୁସି ଖବର ବିଷୟରେ ଘୋଷଣା କରିଛନ୍ତି। ପୋଷ୍ଟରେ ଦମ୍ପତିଙ୍କ ଏକ ସୁନ୍ଦର ଫଟୋ ମଧ୍ୟ ରହିଛି। ଦୁହିଁଙ୍କ ଏହି ପୋଷ୍ଟ ତଳେ ତାଙ୍କ ପ୍ରଶଂସକ ଓ ବନ୍ଧୁମାନେ ଶୁଭେଚ୍ଛା ଦେବା ଆରମ୍ଭ କରିଛନ୍ତି।
ଅଭିନେତା ଅଙ୍ଗଦ ବେଦୀ ଲେଖିଛନ୍ତି, "ୱାହେଗୁରୁ।" କ୍ରିକେଟର ହରଭଜନ ସିଂହ ଲେଖିଛନ୍ତି, "ତୁମ ଦୁହିଁଙ୍କୁ ଅଭିନନ୍ଦନ। ୱାହେଗୁରୁ ମେହେର କରେ।" ଅଭିନେତ୍ରୀ ପ୍ରଜ୍ଞା କପୁର ଲେଖିଛନ୍ତି, "ଅଭିନନ୍ଦନ।" ସାଗରିକା ଘଟଗେ ଏବଂ ଜହୀର ଖାନ ୨୦୧୬ରେ ଯୁବରାଜ ସିଂହ ଏବଂ ହେଜେଲ କିଚ୍ ସିଂହଙ୍କ ବିବାହରେ ସେମାନଙ୍କର ସମ୍ପର୍କକୁ ସାର୍ବଜନୀନ କରିଥିଲେ। ଏହା ପରେ ୨୦୧୭ରେ ଦୁହେଁ ବିବାହ କରିଥିଲେ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: