ପାଠରେ ଜିରୋ, ଖେଳରେ ହିରୋ ଭାରତୀୟ କ୍ରିକେଟର

Key Points
ପାଠରେ ଜିରୋ, ଖେଳରେ ହିରୋ ଭାରତୀୟ କ୍ରିକେଟର । କିଏ ଦ୍ବାଦଶ ତ କିଏ ସ୍କୁଲ ଡ୍ରପ୍ ଆଉଟ୍, ବିଶ୍ୱ କ୍ରିକେଟ୍ରେ ହିରୋ ସାଜିଥିବା ଭାରତୀୟ କ୍ରିକେଟ୍ ଦଳର ଷ୍ଟାର କ୍ରିକେଟରମାନେ କେବଳ ଖେଳର 'ହିରୋ' ଅଟନ୍ତି ।
ପାଠରେ ଜିରୋ, ଖେଳରେ ହିରୋ। ସେମାନେ ଆଉ କେହି ନୁହଁନ୍ତି ଆମ ଭାରତୀୟ କ୍ରିକେଟ ଟିମର ଖେଳାଳୀମାନେ। କିଏ ଦ୍ବାଦଶ ତ କିଏ ସ୍କୁଲ ଡ୍ରପ୍ ଆଉଟ୍, ବିଶ୍ୱ କ୍ରିକେଟ୍ରେ ହିରୋ ସାଜିଥିବା ଭାରତୀୟ କ୍ରିକେଟ୍ ଦଳର ଷ୍ଟାର କ୍ରିକେଟରମାନେ କେବଳ ଖେଳର 'ହିରୋ' ଅଟନ୍ତି । ଭାରତୀୟ କ୍ରିକେଟ୍ ଦଳକୁ ବିଶ୍ବର ସବୁଠାରୁ ସଫଳ ଏବଂ ଶକ୍ତିଶାଳୀ ଦଳ ମଧ୍ୟରୁ ଗୋଟିଏ ବୋଲି ବିଚାର କରାଯାଏ । ଟିମ୍ ଇଣ୍ଡିଆ ଖେଳାଳିମାନଙ୍କର କେବଳ ନିଜ ଦେଶରେ ନୁହେଁ, ସମଗ୍ର ବିଶ୍ବରେ ଅସଂଖ୍ୟ ପ୍ରଶଂସକ ଅଛନ୍ତି । ଭାରତୀୟ ଖେଳାଳିଙ୍କ ଧନ ଏବଂ ଖ୍ୟାତି ଦେଖି ଅନ୍ୟ ବଡ଼ ବଡ଼ ପଦ ପଦବୀରେ ଥିବା ଲୋକେ ମଧ୍ୟ ଚାହାଁନ୍ତି ସେମାନଙ୍କ ଛୁଆ ବ୍ୟାଟ ଧରି ଏଭଳି ନାଁ କରୁ ।
ଆଜି ଏଠାରେ ଆମେ ଆପଣଙ୍କୁ ଭାରତୀୟ କ୍ରିକେଟ୍ ଦଳର ବର୍ତ୍ତମାନର ଖେଳାଳିଙ୍କ ଶିକ୍ଷାଗତ ଯୋଗ୍ଯତା ବିଷୟରେ କହିବାକୁ ଯାଉଛୁ । ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ, ଟିମ୍ ଇଣ୍ଡିଆର ଅଧିକାଂଶ ତାରକା, ଯେଉଁମାନେ ନିଜର ଚୌକା, ଛକା ଓ ୱିକେଟ ନେବାର କ୍ଷମତା ସହ କ୍ରିକେଟ ପଡ଼ିଆରେ ହିରୋ ପାଲଟିଛନ୍ତି, ସେମାନେ ପାଠ ପଢ଼ାରେ କିନ୍ତୁ 'ଜିରୋ' ରହିଛନ୍ତି । ଯେତେବେଳେ ପିଲାମାନେ ଚାହାନ୍ତି କି ସେମାନେ ବଡ଼ ହେଲେ କ୍ରିକେଟର ହେବେ, ପିତାମାତା ମାନେ ସର୍ବଦା ଚାହାନ୍ତି କି ପ୍ରଥମେ ତାଙ୍କ ପିଲାମାନେ ଭଲ ପାଠ ପଢ଼ନ୍ତୁ।
ଗୋଟିଏ ସମୟରେ ପିତାମାତା ଅନୁଭବ କରନ୍ତି ଯେ କ୍ରୀଡା ଅପେକ୍ଷା ଛୁଆଙ୍କ ପାଇଁ ଅଧ୍ୟୟନ ଅଧିକ ଗୁରୁତ୍ୱପୂର୍ଣ୍ଣ ଏବଂ ସେମାନେ ନିଜ ପିଲାମାନଙ୍କୁ ପାଠ ପଢ଼ା ଉପରେ ଅଧିକ ଧ୍ୟାନ ଦେବାକୁ କୁହନ୍ତି । ଆପଣ ଗିଲଙ୍କ କ୍ରିକେଟ ରେକର୍ଡ ବିଷୟରେ ଜାଣିଥିବେ, କିନ୍ତୁ ଆପଣ କ’ଣ ଜାଣନ୍ତି ଶୁବମନ କେଉଁ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ିଛନ୍ତି? ଭାରତୀୟ କ୍ରିକେଟ ଦଳର ଟେଷ୍ଟ ଅଧିନାୟକ ଶୁବମନ ଗିଲଙ୍କ ଶିକ୍ଷା ବିଷୟରେ କହିବାକୁ ଗଲେ, ସେ ମୋହାଲିର ମାନବ ମଙ୍ଗଳ ସ୍ମାର୍ଟ ସ୍କୁଲରୁ ଦଶମ ପର୍ଯ୍ୟନ୍ତ ପାଠପଢ଼ା ଶେଷ କରିଥିଲେ। ଗିଲ ଆରମ୍ଭରୁ ପାଠପଢ଼ାରେ ବହୁତ ଚତୁର ଥିଲେ। ତଥାପି, ବହୁତ ଶୀଘ୍ର ସେ ଏବଂ ତାଙ୍କ ପରିବାର କ୍ରିକେଟ ପ୍ରତି ତାଙ୍କର ଆଗ୍ରହକୁ ବୁଝିପାରିଲେ।
ଟିମ ଇଣ୍ଡିଆର ଯୁବ ଟେଷ୍ଟ ଅଧିନାୟକ ଶୁବମନ ଗିଲ ଇଂଲଣ୍ଡ ସହିତ ଖେଳାଯାଇଥିବା ଟେଷ୍ଟ ସିରିଜ ଡ୍ର କରି ସମସ୍ତଙ୍କ ହୃଦୟ ଜିତିଛନ୍ତି। ସେ ଏହି ସିରିଜରେ ଖୁବ ଅଧିକ ରନ କରିଥିଲେ ଏବଂ ସର୍ବାଧିକ ରନ ସ୍କୋରର୍ ମଧ୍ୟ ଥିଲେ। ଯଦି ନୁହେଁ, ତେବେ ଏହା ଗୁରୁତ୍ୱପୂର୍ଣ୍ଣ ନୁହେଁ, କାରଣ ଆମେ ଆପଣଙ୍କୁ ତାଙ୍କ ଶିକ୍ଷା ବିଷୟରେ କହିବାକୁ ଯାଉଛୁ। କ୍ରିକେଟରେ ଅଧିକ ସମୟ ବିତାଇବା ଯୋଗୁ, ଗିଲଙ୍କ ପାଇଁ ପାଠପଢ଼ାରେ ଧ୍ୟାନ ଦେବା କଷ୍ଟକର ହୋଇପଡ଼ୁଥିଲା। ଏ ନେଇ ସେମିତି କିଛି ସରକାରୀ ସୂଚନା ଉପଲବ୍ଧ ନାହିଁ, କିନ୍ତୁ ଅନେକ ରିପୋର୍ଟ ଅନୁଯାୟୀ, ଶୁବମନ କେବଳ ଦଶମ ପର୍ଯ୍ୟନ୍ତ ପାଠପଢ଼ିଛନ୍ତି, କାରଣ ସେତେବେଳେ ତାଙ୍କୁ ୧୯ ବର୍ଷରୁ କମ ଦଳରେ ଚୟନ କରାଯାଇଥିଲା।
ଅଧିନାୟକ ରୋହିତ ଶର୍ମା ନିଜର ପ୍ରାଥମିକ ଶିକ୍ଷା 'ଆୱର ଲେଡି ଅଫ୍ ୱଲାନକାନ୍ନି ହାଇସ୍କୁଲ'ରୁ ଗ୍ରହଣ କରିଥିଲେ । ପରେ କ୍ରିକେଟରେ ତାଙ୍କର ଉତ୍କୃଷ୍ଟ ପ୍ରଦର୍ଶନ ପାଇଁ ସେ ସ୍ୱାମୀ ବିବେକାନନ୍ଦ ବିଦ୍ୟାଳୟରୁ ଛାତ୍ରବୃତ୍ତି ପାଇଥିଲେ । ରୋହିତ ତାଙ୍କର ଦ୍ବାଦଶ ବୋର୍ଡ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିଲେ, କିନ୍ତୁ ନିଜ କ୍ରିକେଟ୍ କ୍ୟାରିୟରରେ ସମ୍ପୂର୍ଣ୍ଣ ଧ୍ୟାନ ଦେବା ପାଇଁ କଲେଜରେ ପାଠପଢ଼ା ଛାଡି ଦେଇଥିଲେ ।ବର୍ତ୍ତମାନ ଦୁନିଆର ସଫଳତମ ବ୍ୟାଟର ଭାବେ ପରିଗଣିତ ଭାରତୀୟ ତାରକା ବିରାଟ କୋହଲି ଦିଲ୍ଲୀର ବିଶାଲ ଭାରତୀ ପବ୍ଲିକ୍ ସ୍କୁଲ୍ ଏବଂ ସେଭିୟର୍ କନଭେଣ୍ଟ ସ୍କୁଲରେ ଦ୍ବାଦଶ ଶ୍ରେଣୀ ପର୍ଯ୍ୟନ୍ତ ଅଧ୍ୟୟନ କରିଥିଲେ । ବିଶ୍ବକପରେ ଭାରତୀୟ ଅଣ୍ଡର-19 ଦଳର ନେତୃତ୍ୱ ନେଉଥିବାବେଳେ କୋହଲି ସେତେବେଳେ ଉଚ୍ଚଶିକ୍ଷା ଛାଡିବାକୁ ନିଷ୍ପତ୍ତି ନେଇଥିଲେ ।
ଶ୍ରେଷ୍ଠ ଅଲରାଉଣ୍ଡର ପ୍ରଦର୍ଶନ ପାଇଁ ଜଣାଶୁଣା ରବିନ୍ଦ୍ର ଜାଡେଜା ଗୁଜରାଟର ଶାରଦାଗ୍ରାମ୍ ସ୍କୁଲରୁ ଶିକ୍ଷା ସମାପ୍ତ କରିବା ପରେ ପାଠପଢ଼ା ଛାଡିବାକୁ ନିଷ୍ପତ୍ତି ନେଇଥିଲେ ଏବଂ ତାଙ୍କ କ୍ରିକେଟ୍ କ୍ୟାରିୟର୍ ଉପରେ ସମ୍ପୂର୍ଣ୍ଣ ଧ୍ୟାନ ଦେଇଥିଲେ ।ଦୁନିଆର ସବୁଠାରୁ ଘାତକ ଦ୍ରୁତ ବୋଲର, ଭାରତୀୟ ଦଳର ସ୍ପିଡଷ୍ଟାର ଜସପ୍ରୀତ ବୁମ୍ରା ଗୁଜରାଟ ଅହମ୍ମଦାବାଦର ନିର୍ମାଣ ହାଇସ୍କୁଲରେ ପଢ଼ିଥିଲେ ଏବଂ ସେ ଉକ୍ତ ବିଦ୍ୟାଳୟରୁ ଦ୍ବାଦଶ ଶ୍ରେଣୀ ପର୍ଯ୍ୟନ୍ତ ପଢ଼ିବା ପରେ ପାଠପଢ଼ା ଛାଡ଼ିଥିଲେ ।ଭାରତର ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ନବମ ଶ୍ରେଣୀ ପର୍ଯ୍ୟନ୍ତ ପଢ଼ିଛନ୍ତି ।