Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Sports

ଭାରତୀୟ କ୍ରିକେଟର କୁଲଦୀପ-ବଂଶିକାଙ୍କ ଭାଙ୍ଗିଲା ନିର୍ବନ୍ଧ! ଇନଷ୍ଟାରେ ସବୁ ଫଟୋ ଗାଏବ

Ritu Das
Browse all articles by Ritu Das
·1 year ago·2 min read
ଭାରତୀୟ କ୍ରିକେଟର କୁଲଦୀପ-ବଂଶିକାଙ୍କ ଭାଙ୍ଗିଲା ନିର୍ବନ୍ଧ! ଇନଷ୍ଟାରେ ସବୁ ଫଟୋ ଗାଏବ

Key Points

ଭାରତୀୟ କ୍ରିକେଟର କୁଲଦୀପ-ବଂଶିକାଙ୍କ ଭାଙ୍ଗିଲା ନିର୍ବନ୍ଧ!

ଜୁନ ୧୬ରେ ନିର୍ବନ୍ଧର କିଛି ଫଟୋ ଇନଷ୍ଟାଗ୍ରାମରେ ଶେୟାର କରିଥିଲେ

କିନ୍ତୁ ଅଳ୍ପ ସମୟ ମଧ୍ୟରେ ସେ ଏହି ଫଟୋଗୁଡ଼ିକୁ ହଟାଇ ଦେଇଥିଲେ


ଭାରତୀୟ କ୍ରିକେଟ ଦଳର ଷ୍ଟାର ସ୍ପିନର କୁଲଦୀପ ଯାଦବ ନିକଟରେ ତାଙ୍କ ବାଲ୍ୟକାଳ ବନ୍ଧୁ ବଂଶିକାଙ୍କ ସହ ବିବାହ ନିଶ୍ଚିତ କରିଥିଲେ। ଏନେଇ ଜୁନ ୪ରେ ଲକ୍ଷ୍ନୌରେ ତାଙ୍କର ନିର୍ବନ୍ଧ ହୋଇଥିଲା, ଯେଉଁଥିରେ ନିକଟ ପରିବାର ଏବଂ ବନ୍ଧୁମାନେ, ସହ ଖେଳାଳି ରିଙ୍କୁ ସିଂଙ୍କ ସମେତ ଉପସ୍ଥିତ ଥିଲେ। କୁଲଦୀପ ଜୁନ ୧୬ରେ ତାଙ୍କ ମଙ୍ଗେତର ବଂଶିକାଙ୍କ ସହ କିଛି ଫଟୋ ଇନଷ୍ଟାଗ୍ରାମରେ ଶେୟାର କରିଥିଲେ, କିନ୍ତୁ ଅଳ୍ପ ସମୟ ମଧ୍ୟରେ ସେ ଏହି ଫଟୋଗୁଡ଼ିକୁ ହଟାଇ ଦେଇଥିଲେ। ଏହା ପରେ ସୋସିଆଲ ମିଡିଆରେ ଚର୍ଚ୍ଚା ଆରମ୍ଭ ହୋଇଛି ଏବଂ ପ୍ରଶଂସକମାନେ ଏହାର କାରଣ ବିଷୟରେ ଅନୁମାନ କରୁଛନ୍ତି। ବଂଶିକା ଲକ୍ଷ୍ନୌର ଶ୍ୟାମ ନଗରରେ ରହୁଛନ୍ତି ଏବଂ ଲାଇଫ ଇନସୁରାନ୍ସ କର୍ପୋରେସନ (ଏଲଆଇସି)ରେ କାର୍ଯ୍ୟ କରୁଛନ୍ତି। କୁଲଦୀପ ଏବଂ ବଂଶିକା କାନପୁରରେ ବାଲ୍ୟକାଳରୁ ପରସ୍ପରକୁ ଜାଣିଛନ୍ତି, ଯେଉଁଠାରୁ ସେମାନଙ୍କର ବନ୍ଧୁତା ଧୀରେ ଧୀରେ ପ୍ରେମରେ ପରିଣତ ହୋଇଛି।


ଏହି ଫଟୋଗୁଡ଼ିକ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ପ୍ରଶଂସକମାନେ ସେମାନଙ୍କୁ ଶୁଭେଚ୍ଛା ଜଣାଇଥିଲେ। କୁଲଦୀପଙ୍କ ଏହି ଫଟୋ ହଟାଇବାର ନିଶ୍ଚିତ କାରଣ ଜଣାପଡ଼ି ନାହିଁ। କିଛି ପ୍ରଶଂସକ ଅନୁମାନ କରୁଛନ୍ତି ଯେ ସୋସିଆଲ ମିଡିଆରେ ଟ୍ରୋଲରମାନଙ୍କ ମନ୍ତବ୍ୟ ଯୋଗୁଁ ସେ ଏପରି କରିଥାଇ ପାରନ୍ତି। ଜଣେ ନେଟିଜେନ କହିଛନ୍ତି ଯେ କେହି ଜଣେ ମନ୍ତବ୍ୟ କରିଥିଲେ ଯେ କୁଲଦୀପ ବିସିସିଆଇ ଖର୍ଚ୍ଚରେ ଇଂଲଣ୍ଡରେ ମାଗଣାରେ ବିବାହ କରିଛନ୍ତି, ଯାହା ତାଙ୍କୁ ଆଘାତ ଦେଇଥାଇ ପାରେ। ମାତ୍ର କୁଲଦୀପ ଏ ସମ୍ପର୍କରେ କୌଣସି ସ୍ପଷ୍ଟିକରଣ ଦେଇ ନାହାନ୍ତି। ଏହା ସହିତ, କୁଲଦୀପ ବର୍ତ୍ତମାନ ଇଂଲଣ୍ଡରେ ଭାରତୀୟ ଦଳ ସହିତ ଜୁନ ୨୦ରୁ ଆରମ୍ଭ ହେଉଥିବା ପାଞ୍ଚ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ପାଇଁ ପ୍ରସ୍ତୁତି ନେଉଛନ୍ତି। ସେ ଦଳର ଏକମାତ୍ର ବିଶେଷଜ୍ଞ ସ୍ପିନର ଭାବେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇବେ ବୋଲି ଆଶା କରାଯାଉଛି। ତାଙ୍କ ବିବାହ ନଭେମ୍ବର ମାସରେ ହେବ ବୋଲି ଜଣାପଡ଼ିଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
indian-cricketers-kuldeep-vansikas-angagement-break-all-photos-on-instagram-will-be-deleted | Argus News