Videos
|
Sports

କ୍ରିକେଟର ସବୁ ଫର୍ମାଟରୁ ଅବସର ନେଲେ ଭାରତୀୟ ଦ୍ରୁତ ବୋଲର ବରୁଣ ଆରୋନ

Ritu Das
Browse all articles by Ritu Das
·1 year ago·1 min read
କ୍ରିକେଟର ସବୁ ଫର୍ମାଟରୁ ଅବସର ନେଲେ ଭାରତୀୟ ଦ୍ରୁତ ବୋଲର ବରୁଣ ଆରୋନ

ଅର୍ଗସ ବ୍ୟୁରୋ: ଟିମ ଇଣ୍ଡିଆର ଖେଳାଳି ବରୁଣ ଆରୋନ ତାଙ୍କର ଅବସର ଘୋଷଣା କରିଛନ୍ତି। ସେ ମାତ୍ର 35 ବର୍ଷ ବୟସରେ ଅବସର ନେଇଛନ୍ତି। ବରୁଣ ଭାରତ ପାଇଁ 9ଟି ଦିନିକିଆ ଏବଂ 9ଟି ଟେଷ୍ଟ ମ୍ୟାଚ ଖେଳିଛନ୍ତି। ସେ ତାଙ୍କର ଘାତକ ବୋଲିଂ ପାଇଁ ପ୍ରସିଦ୍ଧ। ଇଣ୍ଡିଆନ ପ୍ରିମିୟର ଲିଗରେ ମଧ୍ୟ ବରୁଣଙ୍କର ଏକ ଭଲ ରେକର୍ଡ ଅଛି। ସେ ଘରୋଇ କ୍ରିକେଟରେ ଝାଡ଼ଖଣ୍ଡ ପାଇଁ ଖେଳନ୍ତି। ବରୁଣ ଚଳିତ ବର୍ଷ ଜାନୁଆରୀ ୫ ତାରିଖରେ ଝାଡ଼ଖଣ୍ଡ ପାଇଁ ଗୋଆ ବିପକ୍ଷରେ ତାଙ୍କର ଶେଷ ମ୍ୟାଚ ଖେଳିଥିଲେ।


ବରୁଣ କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ଘୋଷଣା କରିଛନ୍ତି। ସେ ଶୁକ୍ରବାର ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ସେୟାର କରିଛନ୍ତି। ଏହା ମାଧ୍ୟମରେ ତାଙ୍କର ଅବସର ଘୋଷଣା କରିଥିଲେ। ବରୁଣ ଲେଖିଛନ୍ତି, “ମୁଁ ଗତ ୨୦ ବର୍ଷ ଧରି ଦ୍ରୁତ ବୋଲିଂରେ ବଞ୍ଚିଛି। ଆଜି ମୁଁ ଆନୁଷ୍ଠାନିକ ଭାବରେ କ୍ରିକେଟରୁ ମୋର ଅବସର ଘୋଷଣା କରୁଛି। ମୋ ପାଇଁ, ଏହି ଯାତ୍ରା ଈଶ୍ୱର, ପରିବାର, ବନ୍ଧୁ, ସାଥୀ ଖେଳାଳି, ପ୍ରଶିକ୍ଷକ, ସହାୟକ କର୍ମଚାରୀ ଏବଂ ପ୍ରଶଂସକଙ୍କ ବିନା ସମ୍ଭବ ହୋଇନଥାନ୍ତା। ମୁଁ ବିସିସିଆଇ ଏବଂ ଜେଏସସିଏକୁ ଧନ୍ୟବାଦ ଜଣାଉଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: