୫୧ବର୍ଷରେ ପଦାର୍ପଣ କଲେ ଭାରତୀୟ ଲିଜେଣ୍ଡ କ୍ରିକେଟର ରାହୁଲ ଦ୍ରାବିଡ

ଅର୍ଗସ ବ୍ୟୁରୋ: ଆଜି ଭାରତୀୟ କ୍ରିକେଟ୍ ଦଳର ମୁଖ୍ୟ ପ୍ରଶିକ୍ଷକ ରାହୁଲ ଦ୍ରାବିଡଙ୍କ ୫୧ ତମ ଜନ୍ମଦିନ। ରାହୁଲ ଦ୍ରାବିଡ ତାଙ୍କ ସମୟର ଶ୍ରେଷ୍ଠ ବ୍ୟାଟ୍ସମ୍ୟାନଙ୍କ ତାଲିକାରେ ତାଙ୍କର ନାମ ରହିଥିଲା । ସେ ତାଙ୍କ କ୍ୟାରିୟରରେ ଅନେକ ବଡ଼ ରେକର୍ଡ ସୃଷ୍ଟି କରିଥିଲେ। ସମଗ୍ର ଦେଶ ତାଙ୍କୁ ‘ୱାଲ୍’ ନାମରେ ଜାଣିଛି । କାରଣ ଟେଷ୍ଟ ମ୍ୟାଚରେ ଓ୍ବାଲ ଭଳି ଠିଆ ହୋଇଥାନ୍ତି।
ଆଉ ଦ୍ରାବିଡଙ୍କ ଓ୍ବିକେଟ ନେବା ବିପକ୍ଷ ଟିମ ପାଇଁ ନିଶ୍ଚିତ କଷ୍ଟକର ହୋଇଥାଏ। ଲାଗେ ଦ୍ରାବିଡ ନିଜେ ନ ଚାହିଁବା ପର୍ଯ୍ୟନ୍ତ ଆଉଟ ହୁଅନ୍ତି ନାହିଁ। ତେବେ ଦ୍ରାବିଡ ପ୍ରାୟ ୧୨ ବର୍ଷ ପୂର୍ବେ ଆନ୍ତର୍ଜାତୀୟ କ୍ରିକେଟରୁ ବିଦାୟ ନେଇଥିଲେ, କିନ୍ତୁ ଏହି ଖେଳାଳିଙ୍କ ଅନେକ ରେକର୍ଡ ଅଛି ଯାହା ଏପର୍ଯ୍ୟନ୍ତ ଭାଙ୍ଗି ନାହିଁ। ଆଜି ଆମେ ରାହୁଲ ଦ୍ରାବିଡଙ୍କ ସେହି ରେକର୍ଡ ଗୁଡ଼ିକ ଉପରେ ନଜର ପକାଇବା ଯାହା ପ୍ରାୟ ଏକ ଦଶନ୍ଧିର ଅବସର ପରେ ମଧ୍ୟ ଭାଙ୍ଗି ନାହିଁ।
ରାହୁଲ ଦ୍ରାବିଡ କ୍ରିକେଟ୍ ଇତିହାସର ଏକମାତ୍ର ବ୍ୟାଟ୍ସମ୍ୟାନ୍ ଯିଏ ସମସ୍ତ ୧୦ଟି ଟେଷ୍ଟ କ୍ରିକେଟ୍ ଖେଳୁଥିବା ଦେଶରେ ଶତକ ହାସଲ କରିଛନ୍ତି। ପୂର୍ବତନ ଭାରତୀୟ ଅଧିନାୟକ ଇଂଲଣ୍ଡ, ୱେଷ୍ଟଇଣ୍ଡିଜ୍, ନ୍ୟୁଜିଲାଣ୍ଡ, ଅଷ୍ଟ୍ରେଲିଆ, ଦକ୍ଷିଣ ଆଫ୍ରିକା, ଜିମ୍ବାୱେ, ପାକିସ୍ତାନ, ଶ୍ରୀଲଙ୍କା, ବାଂଲାଦେଶ ଏବଂ ଭାରତୀୟ ମାଟିରେ ଶତକ ହାସଲ କରିବାର କୀର୍ତ୍ତିମାନ କରିଛନ୍ତି। ଏହା ବ୍ୟତୀତ ରାହୁଲ ଦ୍ରାବିଡ ଟେଷ୍ଟ କ୍ରିକେଟରେ ନମ୍ବର -୩ ବ୍ୟାଟର ହିସାବରେ ୧୦ ହଜାରରୁ ଅଧିକ ରନ୍ ସଂଗ୍ରହ କରିଛନ୍ତି। ଏହି ସ୍ଥାନରେ ରାହୁଲ , ୨୮ ଶତକ ବ୍ୟତୀତ, ୫୦ ଥର ଅର୍ଦ୍ଧଶତକ ହାସଲ କରିଛନ୍ତି ।
📱 Get Argus News App
✨ସେହିପରି ରାହୁଲଙ୍କ ନାମରେ ନାଲି ବଲ କ୍ରିକେଟରେ ସର୍ବାଧିକ ବଲ ଖେଳିବାର ମଧ୍ୟ ରେକର୍ଡ ରହିଛି । ଦ୍ରାବିଡ ନିଜ ଟେଷ୍ଟ ଜୀବନରେ ୩୧.୨୫୮ ବଲ ଖେଳିଛନ୍ତି । ୨୦୦୬ ମସିହାରେ ଦକ୍ଷିଣ ଆଫ୍ରିକା ମାଟିରେ ଟିମ୍ ଇଣ୍ଡିଆ ପ୍ରଥମ ଥର ପାଇଁ ଟେଷ୍ଟ ଜିତିଥିଲା। ସେହି ଭାରତୀୟ ଦଳର ଅଧିନାୟକ ଥିଲେ ରାହୁଲ ଦ୍ରାବିଡ। ଏହା ପରେ, ରାହୁଲ ଦ୍ରାବିଡଙ୍କ ଅଧିନାୟକତ୍ୱରେ, ଟିମ୍ ଇଣ୍ଡିଆ ୨୦୦୭ ମସିହାରେ ୨୧ ବର୍ଷ ପରେ ଇଂଲଣ୍ଡ ମାଟିରେ ଟେଷ୍ଟ ସିରିଜ୍ ମଧ୍ୟ ଜିତିବାରେ ସଫଳ ହୋଇଥିଲା।
ଅଧିକ ପଢ଼ନ୍ତୁ କ୍ରୀଡ଼ା ଖବର