Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ୫୦୦ ଓ୍ବିକେଟ ନେଇ ଚର୍ଚ୍ଚାରେ ଭାରତୀୟ ଅଫସ୍ପିନର ରବିଚନ୍ଦ୍ରନ ଅଶ୍ବିନ

Sports

୫୦୦ ଓ୍ବିକେଟ ନେଇ ଚର୍ଚ୍ଚାରେ ଭାରତୀୟ ଅଫସ୍ପିନର ରବିଚନ୍ଦ୍ରନ ଅଶ୍ବିନ

Ritu Das
Browse all articles by Ritu Das
·2 years ago·2 min read
୫୦୦ ଓ୍ବିକେଟ ନେଇ ଚର୍ଚ୍ଚାରେ ଭାରତୀୟ ଅଫସ୍ପିନର ରବିଚନ୍ଦ୍ରନ ଅଶ୍ବିନ

ଅର୍ଗସ ବ୍ୟୁରୋ: ପାଠ ପଢ଼ା ଇଞ୍ଜିନିୟରିଂ କିନ୍ତୁ କ୍ୟାରିୟର କ୍ରିକେଟ କରିୟର ଆରମ୍ଭ ହୋଇଥିଲା ଟପ ଅର୍ଡର ବ୍ୟାଟ୍ସମ୍ୟାନ ଭାବେ ମଝିରେ ମିଡିୟମ ପେସ ବୋଲିଂ ବି କରିଥିଲେ କିନ୍ତୁ ଇଞ୍ଜୁରି କାରଣରୁ ଶେଷରେ ଅଫସ୍ପିନକୁ ବାଛି ନେଲେ। ଅର୍ଥାତ ଟପ ଅର୍ଡର ବ୍ୟାଟ୍ସମ୍ୟାନ ଭାବେ କରିୟର ଆରମ୍ଭ କରି ଶେଷରେ ଟେଷ୍ଟ କ୍ରିକେଟରେ ୫୦୦ ଓ୍ବିକେଟ ହାସଲ କରିବା ସତରେ ଏକ ଐତିହାସିକ ଯାତ୍ରା। ଶୁକ୍ରବାର ଇଂଲଣ୍ଡ ବିପକ୍ଷରେ ଜ୍ୟାକ କ୍ରଲିଙ୍କୁ ଆଉଟ କରିବା ପରେ ସେ ଏହି ଉପଲବ୍ଧି ହାସଲ କରିଥିଲେ। 

ରାଜକୋଟରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ଚାଲିଥିବା ତୃତୀୟ ଟେଷ୍ଟ ମ୍ୟାଚରେ ଇତିହାସ ରଚିଛନ୍ତି ଭାରତୀୟ ସ୍ପିନର ରବିଚନ୍ଦ୍ରନ ଅଶ୍ବିନ। ଭାରତର ଦ୍ରୂତତମ ବୋଲର ବା ବିଶ୍ବର ଦ୍ବିତୀୟ ଦ୍ରୂତତମ ବୋଲର  ଭାବେ ଟେଷ୍ଟ କ୍ରିକେଟରେ ୫୦୦ ଓ୍ବିକେଟ ହାସଲ କରି ନୂଆ ରେକର୍ଡ ହାସଲ କରିଛନ୍ତି। ଅନୀଲ କୁମ୍ବଲେଙ୍କ ପରେ ଦ୍ବିତୀୟ ଭାରତୀୟ ବୋଲର ଭାବେ ଏହି ସଫଳତା ଅର୍ଜନ କରିଛନ୍ତି। 

ଏହି ସଫଳତା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସ୍ପିନର ରବି ଚନ୍ଦ୍ରନ ଅଶ୍ବିନଙ୍କୁ ଏକ୍ସରେ ଶୁଭେଚ୍ଛା ଜଣାଇ ଲେଖିଛନ୍ତି ଏହା ଏକ ଅସାଧାରଣ ମାଇଲଖୁଣ୍ଟ ବୋଲି କହିଛନ୍ତି। ୨୦୧୧ରେ ଦିଲ୍ଲୀରେ ଟେଷ୍ଟ କରିୟର ଆରମ୍ଭ କରିଥିଲେ ଅଶ୍ବିନ। ତାଙ୍କର ପ୍ରଥମ ଓ୍ବିକେଟ ଥିଲେ ଓ୍ବେଷ୍ଟଇଣ୍ଡିଜର ଡାରେନ ବ୍ରାଭୋ। ୧୦୦ ଟେଷ୍ଟ ଓ୍ବିକେଟ ହାସଲ କରିବାରେ ସେ ବିଶ୍ବର ସବୁଠୁ ଦ୍ରୂତତମ ବୋଲର। ମାତ୍ର ଦୁଇବର୍ଷ ଭିତରେ ୨୦୧୩ରେ ସେ ୧୦୦ ଟେଷ୍ଟ ଓ୍ବିକେଟ ନେଇଥିଲେ। ଭାରତୀୟ ବୋଲର ଭାବେ ସେ ସବୁଠୁ କମ ମ୍ୟାଚ ଖେଳି ୫୦ରୁ ୧୦୦ଟି, ୨୦୦ ଏବଂ କରି ୫୦୦ ଓ୍ବିକେଟ ନେଇଛନ୍ତି। ବିଶ୍ବର ଦ୍ରୂତତମ ବୋଲର ଭାବେ ସେ ୩୦୦ ଓ୍ବିକେଟ ନେଇଥିଲେ। ସବୁଠୁ କମ ବଲ ବୋଲିଂ କରି ୫୦୦ ଓ୍ବିକେଟ ନେବାରେ ମାଗ୍ରାଥଙ୍କ ପରେ ଅଶ୍ବିନ ହେଉଛନ୍ତି ଦ୍ବିତୀୟ ବୋଲର। ସେହିପରି କଟନୀଓ୍ବାଲସଙ୍କ ପରେ ଦ୍ବିତୀୟ ବୟସ୍କ ବୋଲର ଭାବେ ସେ ୫୦୦ ଓ୍ବିକେଟ ନେଇଛନ୍ତି। ଅଶ୍ବିନ ଏବେ ୯୮ତମ ଟେଷ୍ଟ ଖେଳୁଛନ୍ତି। କ୍ରିକେଟ ଜଗତରେ ଅଶ୍ବିନ ହେଉଛନ୍ତି ଜଣେ ବୁଦ୍ଧିମାନ କ୍ରିକେଟର। ଅଫସ୍ପିନରେ ଅଶ୍ବିନ ହେଉଛନ୍ତି ଭାରି ବିଚକ୍ଷଣ ଏବଂ ଦକ୍ଷ। ପିଜ ଏବଂ ମ୍ୟାଚର ସ୍ଥିତିକୁ ପଢ଼ି ବିପକ୍ଷଙ୍କୁ ଧୂଳି ଚଟାଇବାରେ ମାହିର ଅଶ୍ବିନ। ଅନୀଲ କୁମ୍ବଲେ ଏବଂ ହରଭଜନଙ୍କ ପରେ ଭାରତୀୟ ଟିମର ଶୂନ୍ୟସ୍ଥାନକୁ ପୂରଣ କରିବା ସହ ଭାରତୀୟ ଟିମ ବହୁତ ଆଗକୁ ନେଇଛନ୍ତି ଅଶ୍ବିନ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ରାଜକୋଟ ଟେଷ୍ଟ: ଇଂଲଣ୍ଡକୁ ୪୩୪ ରନରେ ହରାଇଲା ଟିମ ଇଣ୍ଡିଆ

୫୦୦ ଓ୍ବିକେଟ ନେବାପରେ ଆର. ଅଶ୍ବିନ ରାଜକୋଟ ଟେଷ୍ଟରୁ ଅଧାରୁ ଓହରିଯାଇଥିଲେ। ସୂଚନା ଅନୁଯାୟୀ ଅଶ୍ବିନଙ୍କ ମା' ଅସୁସ୍ଥ ଅଛନ୍ତି। ସେ ଚେନ୍ନାଇରେ ଚିକିତ୍ସିତ ହେଉଛନ୍ତି। ବିସିସିଆଇ ଉପସଭାପତି ରାଜୀବ ଶୁକ୍ଳାଙ୍କ ସୋସିଆଲ ମିଡିଆ ପୋଷ୍ଟରୁ ଜଣାପଡ଼ିଛି। ମା' ଅସୁସ୍ଥ ଥିବାରୁ ମ୍ୟାଚର ବାକି ୩ ଦିନ ଆଉ ଖେଳିବେ ନାହିଁ ବୋଲି ବିସିସିଆଇକୁ ଜଣାଇଥିଲେ। ମା'ଙ୍କ ସ୍ବାସ୍ଥ୍ୟରେ ସୁଧାର ଆସିବାରୁ ଅଶ୍ବିନ ଚତୁର୍ଥ ଟେଷ୍ଟ ମ୍ୟାଚରେ ପୁଣି ଯୋଗ ଦେବେ ବୋଲି କୁହାଯାଉଛି। ଅଶ୍ବିନଙ୍କ କମବ୍ୟାକୁ ସ୍ବାଗତ କରିଛନ୍ତି ଟିମର ପ୍ଲେୟର ଏବଂ ବିସିସିଆଇ। 


 

Argus Whatsapp Channel Mobile Top
Sponsored
Indian offspinner Ravichandran | Argus News