|
logo
Live

Argus News - ଘୂର୍ଣ୍ଣିଝଡ `ବିରେଲ' ଯୋଗୁ ସ୍ବଦେଶ ଫେରିପାରୁନାହାନ୍ତି ଭାରତୀୟ ଖେଳାଳି

Sports

ଘୂର୍ଣ୍ଣିଝଡ `ବିରେଲ' ଯୋଗୁ ସ୍ବଦେଶ ଫେରିପାରୁନାହାନ୍ତି ଭାରତୀୟ ଖେଳାଳି

Ritu Das
Browse all articles by Ritu Das
·1 year ago·1 min read
ଘୂର୍ଣ୍ଣିଝଡ `ବିରେଲ' ଯୋଗୁ ସ୍ବଦେଶ ଫେରିପାରୁନାହାନ୍ତି ଭାରତୀୟ ଖେଳାଳି

ଅର୍ଗସ ବ୍ୟୁରୋ: ଘୂର୍ଣ୍ଣିଝଡ ଭିତରେ ଫଶିଲା ଟିମ୍ ଇଣ୍ଡିଆ । ୱେଷ୍ଟଇଣ୍ଡିଜର ବାରବାଡୋସରେ ଏବେ ଘୁର୍ଣ୍ଣିଝଡ ହୁରିକେନ୍ ବେରିଲ ବିପଦ । ଏଥିପାଇଁ ସମସ୍ତେ ଘର ଭିତରେ ରହିଛନ୍ତି । ବିମାନ ଚଳାଚଳ ବନ୍ଦ ରହିଛି । ଚଳିତବର୍ଷ ୱେଷ୍ଟଇଣ୍ଡିଜରେ ଏହା ପ୍ରଥମ ବାତ୍ୟା । ଦକ୍ଷିଣ-ପୂର୍ବ କ୍ୟାରିବିଆନ୍ ଆଡ଼କୁ ଆସୁଥିବା ବେରିଲ ଏବେ ଶକ୍ତିଶାଳୀ କ୍ୟାଟେଗୋରି-୩ ବାତ୍ୟାରେ ପରିଣତ ହୋଇଛି । ଆମେରିକାର ନ୍ୟାସନାଲ ହରିକେନ୍ ସେଣ୍ଟର କହିଛି, ସୋମବାର ସକାଳୁ ବାତ୍ୟା ବିପଦଜନକ ସ୍ଥିତିକୁ ଆସିବ । 

ବାର୍ବାଡୋସ, ସେଣ୍ଟଲୁସିଆ, ଗ୍ରେନାଡା ଏବଂ ସେଣ୍ଟ ଭିନସେଣ୍ଟ ଏବଂ ଗ୍ରେନେଡାଇନ୍ ସମେତ ଅନେକ ଦ୍ୱୀପରେ ବାତ୍ୟା ସତର୍କ ସୂଚନା ଜାରି କରାଯାଇଛି । ମିଆମିର ନ୍ୟାସନାଲ ହରିକେନ୍ ସେଣ୍ଟର ପରିସ୍ଥିତିର ଗମ୍ଭୀରତା ଉପରେ କହିଛି ଯେ ବେରିଲ୍ “ଜୀବନ ପ୍ରତି ବିପଦ ପୂର୍ଣ୍ଣ ପବନ ଏବଂ ଝଡ଼ ତୋଫାନ ଆଣିବାର ପୂର୍ବାନୁମାନ କରିଛି । ଏହା ଏକ ଅତ୍ୟନ୍ତ ବିପଜ୍ଜନକ ବାତ୍ୟା । ଗତକାଲି ବାବ୍ରାଡୋସରେ ଭାରତ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଟି-୨୦ ବିଶ୍ୱକପ ବିଜୟୀ ହୋଇଥିଲା । ମ୍ୟାଚ ବେଳେ ମଧ୍ୟ ବର୍ଷା ଆଶଙ୍କା ରହିଥିଲା । ଏବେ ବାତ୍ୟା ପାଇଁ ଖେଳାଳିମାନେ ହୋଟେଲ ଭିତରେ ସୁରକ୍ଷିତ ଥିବା ସୂଚନା ରହିଛି । 

କେବଳ ଖେଳାଳି ନୁହଁନ୍ତି ମ୍ୟାଚ ରିପୋର୍ଟିଂ ପାଇଁ ଯାଇଥିବା ଅନେକ ସାମ୍ବାଦିକ ମଧ୍ୟ ଏବେ ବାରବାଡୋସରେ ଫସିଥିବା ଜଣାପଡିଛି । ବାତ୍ୟା ବିରେଲର ବିପଦ ଟଳିଲେ ଏବଂ ବିମାନ ବନ୍ଦର ଖୋଲିଲେ ଖେଳାଳିମାନେ ସ୍ୱଦେଶ ଫେରିବେ ବୋଲି ଜଣାପଡିଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ କ୍ରୀଡ଼ା ଖବର 
 

Sponsored
ଘୂର୍ଣ୍ଣିଝଡ `ବିରେଲ' ଯୋଗୁ ସ୍ବଦେଶ ଫେରିପାରୁନାହାନ୍ତି ଭାରତୀୟ ଖେଳାଳି | Argus News