Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Sports

କଳା ବ୍ୟାଣ୍ଡ୍‌ ପିନ୍ଧି ପଡ଼ିଆକୁ ଓହ୍ଲାଇଲେ ଭାରତୀୟ ଖେଳାଳି

Ritu Das
Browse all articles by Ritu Das
·1 year ago·1 min read
କଳା ବ୍ୟାଣ୍ଡ୍‌ ପିନ୍ଧି ପଡ଼ିଆକୁ ଓହ୍ଲାଇଲେ ଭାରତୀୟ ଖେଳାଳି

ବର୍ଡର-ଗାଭାସ୍କର ଟ୍ରଫି ୨୦୨୫-୨୫ର ଚତୁର୍ଥ ଟେଷ୍ଟ ମ୍ୟାଚ ଜାନୁଆରୀ ୨୬ରୁ ଖେଳାଯାଉଛି। ମେଲବୋର୍ନ କ୍ରିକେଟ ଗ୍ରାଉଣ୍ଡରେ ଏହି ଟେଷ୍ଟ ମ୍ୟାଚ ଖେଳାଯାଉଛି। ଅଷ୍ଟ୍ରେଲିଆ ଦଳ ପ୍ରଥମେ ବ୍ୟାଟିଂ କରି ଦୃଢ ପ୍ରଦର୍ଶନ କରିଛି। ପ୍ରଥମ ଦିନର ଖେଳରେ ଅଷ୍ଟ୍ରେଲିଆ ଦଳ ୮୬ ଓଭରରେ ୬ ଉଇକେଟ ହରାଇ ୩୧୧ ରନ ସଂଗ୍ରହ କରିଥିଲା। ପରଦିନ ଖେଳ ଆରମ୍ଭ ହେବା ପରେ ସମସ୍ତ କ୍ରିକେଟ ପ୍ରଶଂସକଙ୍କ ମଧ୍ୟରେ ଏକ ପ୍ରଶ୍ନ ଉଠିଥିଲା। ସେହି ପ୍ରଶ୍ନ ଟିମ ଇଣ୍ଡିଆର ଖେଳାଳିଙ୍କ ବିଷୟରେ ଥିଲା, କାରଣ ଟିମ ଇଣ୍ଡିଆ ହାତରେ କଳା ବ୍ୟାଣ୍ଡ୍‌ ପିନ୍ଧି ପଡ଼ିଆକୁ ଆସିଥିଲା। ଯାହା ଏକ ଆଲୋଚନାର ବିଷୟ ପାଲଟିଥିଲା। ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ବକ୍ସିଂ ଡେ ଟେଷ୍ଟର ଦ୍ୱିତୀୟ ଦିନରେ ଭାରତୀୟ କ୍ରିକେଟ ଦଳ କଳା ବ୍ୟାଣ୍ଡ୍‌ ପିନ୍ଧି ପଡ଼ିଆକୁ ଆସିଥିଲେ।


ଏହି ଦୃଶ୍ୟ ଦର୍ଶକ ଏବଂ ପ୍ରଶଂସକଙ୍କ ପାଇଁ ଆଲୋଚନାର ବିଷୟ ପାଲଟିଥିଲା। ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଡକ୍ଟର ମନମୋହନ ସିଂଙ୍କ ଦେହାନ୍ତରେ ଶୋକ ପ୍ରକାଶ କରିବାକୁ ଟିମ ଇଣ୍ଡିଆ ଏହି ପଦକ୍ଷେପ ନେଇଛି। ପଡ଼ିଆରେ ଖେଳାଳିମାନେ ପିନ୍ଧିଥିବା କଳା ବ୍ୟାଣ୍ଡ ଏହାର ପ୍ରତୀକ ଥିଲା ଯେ ଦଳ କେବଳ ଖେଳ ନୁହେଁ ଦେଶ ପ୍ରତି ମଧ୍ୟ ଦାୟିତ୍ୱ ଗ୍ରହଣ କରିଥାଏ। ଭାରତୀୟ ଅଧିନାୟକ ରୋହିତ ଶର୍ମାଙ୍କ ନେତୃତ୍ୱରେ ଦଳ ଏହି ଦୃଢ ବାର୍ତ୍ତା ଦେଇଛି। ଡକ୍ଟର ମନମୋହନ ସିଂ ୨୬ ଡିସେମ୍ବର ୨୦୨୪ ନୂଆଦିଲ୍ଲୀରେ ୯୨ ବର୍ଷ ବୟସରେ ଦେହାନ୍ତ କରିଛନ୍ତି। ସେ ଭାରତର ଦୀର୍ଘତମ ପ୍ରଧାନମନ୍ତ୍ରୀଙ୍କ ମଧ୍ୟରୁ ଜଣେ ଥିଲେ। ୨୦୦୪ ରୁ ୨୦୧୪ ପର୍ଯ୍ୟନ୍ତ ସେ ୟୁପିଏ ସରକାରର ନେତୃତ୍ୱ ନେଇଥିଲେ। ଏହାପୂର୍ବରୁ ୧୯୯୧ରେ ଅର୍ଥମନ୍ତ୍ରୀ ଭାବରେ ସେ ଭାରତର ଅର୍ଥନୈତିକ ସଂସ୍କାରର ମୂଳଦୁଆ ପକାଇଥିଲେ ଯାହା ଦେଶର ବିକାଶ ଦିଗରେ ଏକ ବଡ ପଦକ୍ଷେପ ବୋଲି ବିବେଚନା କରାଯାଏ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
indian-players-came-down-to-the-field-wearing-black-bands | Argus News