Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Sports

ପ୍ରେଗନେଣ୍ଟ ଅଛନ୍ତି ଭାରତୀୟ ଷ୍ଟାର କ୍ରିକେଟର ବିରାଟଙ୍କ ପତ୍ନୀ ଅନୁଷ୍କା

Ritu Das
Browse all articles by Ritu Das
·2 years ago·1 min read
ପ୍ରେଗନେଣ୍ଟ ଅଛନ୍ତି ଭାରତୀୟ ଷ୍ଟାର କ୍ରିକେଟର ବିରାଟଙ୍କ ପତ୍ନୀ ଅନୁଷ୍କା

ଅର୍ଗସ ବ୍ୟୁରୋ: ଭାରତୀୟ ଷ୍ଟାର କ୍ରିକେଟର ବିରାଟ କୋହଲି ଯେକୌଣସି କାରଣରୁ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ଆଜିକାଲି ଅନୁଷ୍କାଙ୍କ ଦ୍ବିତୀୟ ପ୍ରେଗନେନ୍ସି ଖବର ସବୁଠୁ ଅଧିକ ଚର୍ଚ୍ଚାରେ ରହିଛି। କିନ୍ତୁ ଏନେଇ ବିରାଟ କୌଣସି ଅଫିସିଆଲ ଘୋଷଣା କରି ନାହାନ୍ତି। ନିକଟରେ କ୍ରକିକେଟର ମାନଙ୍କ ଦିଓ୍ବାଲି ପାର୍ଟିର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ଅନୁଷ୍କା ଏବଂ ବିରାଟ ଟ୍ରାଡିଶନାଲ ଲୁକ୍ସରେ ନଜର ଆସିଛନ୍ତି। ଏହି ସମୟ ମଧ୍ୟରେ ଅଭିନେତ୍ରୀଙ୍କ `ବେବି ବମ୍ପ'ର ସାମାନ୍ୟ ଝଲକ ମଧ୍ୟ ଦେଖିବାକୁ ମିଳିଥିଲା। ଯାହାପରେ ଅଭିନେତ୍ରୀଙ୍କ ଦ୍ବିତୀୟ ପ୍ରେଗନେନ୍ସି ଖବର ପୁରା କନଫର୍ମ ବୋଲି ଦାବି କରାଯାଉଛି। 

 

ଏହି ଭାଇରାଲ ଭିଡିଓରେ ଉଭୟଙ୍କ ଯୋଡି ବେଶ ସୁନ୍ଦର ଲାଗୁଛି। ଅଭିନେତ୍ରୀଙ୍କ ମାଜେଣ୍ଟା ରଙ୍ଗର ସୁଟରେ ଦେଖିବାକୁ ମିଳିଥିବାବେଳେ ବିରାଟ ପାରମ୍ପରିକ ସେରଓ୍ବାନିରେ ନଜର ଆସିଥିଲେ। ଏଥିସହିତ କେତେକ ୟୁଜର୍ସ ଅନୁଷ୍କାଙ୍କ ଭିଡିଓରୁ ଅନୁମାନ କରୁଛନ୍ତି ସେ ଗର୍ଭବତୀ ଅଛନ୍ତି। ତେବେ ଏହି ଭିଡିଓକୁ ଫ୍ୟାନମାନେ ବେଶ ପସନ୍ଦ କରିଛନ୍ତି। ଆଉ ଅଭିନେତ୍ରୀଙ୍କୁ ଫ୍ୟାନମାନେ ଢେର ସାରା ଶୁଭକାମନା ଜଣାଇଛନ୍ତି। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ସ୍ବାମୀ ବିରାଟଙ୍କ ସହ ଦୀପାବଳି ପାଳନ କରିବାକୁ ବେଙ୍ଗାଲୁରୁ ପହଞ୍ଚିଲେ ଅନୁଷ୍କା

ସୂଚନା ଥାଉକି, ୨୦୧୭ରେ ଅନୁଷ୍କା ଏବଂ ବିରାଟ ଇଟାଲିରେ ସିକରେଟଲି ବିବାହ କରିଥିଲେ। ଆଉ ଏହି ବିବାହରେ ଉଭୟଙ୍କ ପରିବାର ବ୍ୟତୀ ବିରାଟ ଏବଂ ଅନୁଷ୍କାଙ୍କ କ୍ଲୋଜ ଫ୍ରେଣ୍ଡସ ସାମିଲ ଥିଲେ। ଏହାପରେ ୨୦୨୧ରେ ଦୁହେଁ ସେମାନଙ୍କର ପ୍ରଥମ କନ୍ୟା ସନ୍ତାନ ଭାମିକାଙ୍କୁ ସ୍ବାଗତ କରିଥିଲେ। ଓ୍ବାର୍କ ଫ୍ରଣ୍ଟ କଥା କହିଲେ, ଅଭିନେତ୍ରୀ `ଚକଦା ଏକ୍ସପ୍ରେସ' ସହିତ କମବ୍ୟାକ କରିବାକୁ ଯାଉଛନ୍ତି। ଯାହାର ସୁଟିଂ ଶେଷ ହୋଇଛି। ବର୍ତ୍ତମାନ ସୁଦ୍ଧା ଫିଲ୍ମର ରିଲିଜ ତାରିଖ ସମ୍ପର୍କରେ ସୂଚନା ମିଳିପାରି ନାହିଁ। 

ଅଧିକ ପଢ଼ନ୍ତୁ କ୍ରୀଡ଼ା ଖବର 
 

Sponsored
Indian star cricketer | Argus News