Podcastରେ ନିଜ ଦୁଃଖ କହିଲେ ଭାରତୀୟ ଷ୍ଟାର ସ୍ପିନର ୟୁଜବେନ୍ଦ୍ର ଚହଲ

Key Points
'chitter କହିଲେ, ଆତ୍ମହତ୍ୟା ଚିନ୍ତା ବି ମୁଣ୍ଡକୁ ଆସିଥିଲା'
ମୁଁ କେବେ କାହାକୁ ପ୍ରତାରଣା କରିନାହିଁ
ଯୁଜବେନ୍ଦ୍ର ଚହଲ କ’ଣ RJ ମହବଶଙ୍କୁ ଡେଟ୍ କରୁଛନ୍ତି
ମୁଁ ଯାହା ସହ ଫଟୋ ଉଠାଉଛି ସେ କଣ ମୋ ବନ୍ଧୁ ହୋଇପାରିବନି
ଲୋକଙ୍କୁ ସବୁବେଳେ ମସଲା କାହିଁକି ଦରକାର
କିଛି ଦିନ ପୂର୍ବରୁ କୋରିଓଗ୍ରାଫର ଧନଶ୍ରୀ ବର୍ମା ଏବଂ କ୍ରିକେଟର ୟୁଜଭେନ୍ଦ୍ର ଚହଲଙ୍କ ମଧ୍ୟରେ ଛାଡପତ୍ର ହୋଇଥିଲା। ଇଣ୍ଟରନେଟରେ ଚାରିଆଡେ ଧନଶ୍ରୀ ଏବଂ ଚହଲଙ୍କ କଥ ଚର୍ଚ୍ଚାରେ ଥିଲା। ସମସ୍ତେ ଭାବୁଥିଲେ ଯେ, ୟୁଜି ଧନଶ୍ରୀଙ୍କୁ ଛାଡ଼ିଛନ୍ତି ଆଉ ଜଣେ ଝିଅ ପାଇଁ। କାରଣ ଧନଶ୍ରୀ କହିଥିଲେ ଯେ, ମୋ ସହ ବିଶ୍ବାସଘାତକତା ହୋଇଛି। ଏହାପରେ ଉଭୟଙ୍କର ଡିଭୋର୍ସ ହୋଇଛି ବୋଲି ଜଣାପଡ଼ିଥିଲା। କିନ୍ତୁ ୟୁଜି ସୋସିଆଲ ମିଡିଆରେ ଏନେଇ କୌଣସି ମନ୍ତବ୍ୟ ଦେଇ ନ ଥିଲେ। ଦୀର୍ଘ ଦିନ ପରେ ଭାରତୀୟ ଲେଗ୍-ସ୍ପିନର ୟୁଜଭେନ୍ଦ୍ର ଚହଲ ପ୍ରଥମ ଥର ପାଇଁ ଧନଶ୍ରୀ ବର୍ମାଙ୍କଠାରୁ ଛାଡପତ୍ର ବିଷୟରେ ମୁହଁ ଖୋଲିଛନ୍ତି। ସେ ସମୟରେ ମୋ ଜୀବନ ଏକ କଠିନ ପର୍ଯ୍ୟାୟ ଦେଇ ଗତି କରୁଥିଲା। ମୋର mental health ଏମିତି ଥିଲେ ଯେ ମୁଁ ବହୁ ଥର suicide କରିବି ବୋଲି ଭାବିଛି। ରାଜ ଶମାନିଙ୍କ ପୋଡକାଷ୍ଟରେ, ୟୁଜଭେନ୍ଦ୍ର ଚହଲ କହିଥିଲେ ଯେ ଧନଶ୍ରୀ ବର୍ମାଙ୍କ ସହ ତାଙ୍କର ବିଚ୍ଛେଦ ହଠାତ୍ ନ ଥିଲା, ବରଂ ଏହା ଏକ long time process ଥିଲା। "ଏହା ବହୁତ ଦିନ ଧରି ଚାଲିଥିଲା," ଆମେ ନିଷ୍ପତ୍ତି ନେଇଥିଲୁ ଯେ ଆମେ ଲୋକମାନଙ୍କୁ ଦେଖାଇବାକୁ ଚାହୁଁନାହୁଁ। ଆମେ ନିଷ୍ପତ୍ତି ନେଇଥିଲୁ ଯେ ପର୍ଯ୍ୟନ୍ତ ଆମେ ଶେଷ ପର୍ଯ୍ୟନ୍ତ ପହଞ୍ଚିବୁ ନାହିଁ, ଆମେ କିଛି କହିବୁ ନାହିଁ। ଆମେ ସୋସିଆଲ ମିଡିଆରେ ଏକ ସାଧାରଣ ଦମ୍ପତି ପରି ବଞ୍ଚିବୁ।
ଏଥିପାଇଁ ମୁଁ ଅଭିନୟ କରୁଥିଲି। ଚହଲ ଆହୁରି କହିଛନ୍ତି ଯେ ଛାଡପତ୍ର ପରେ ତାଙ୍କୁ ଭୁଲ ଭାବେ "ପ୍ରତାରକ" ଭାବେ ପ୍ରଚାର କରାଯାଇଥିଲା। ଚହଲ କହିଥିଲେ, "ଛାଡପତ୍ର ପରେ, ମୋତେ ଜଣେ chitter ବୋଲି କୁହାଯାଉଥିଲା କିନ୍ତୁ ମୁଁ ମୋ ଜୀବନରେ କେବେ କାହାକୁ ଠକି ନାହିଁ।" ମୁଁ ଜଣେ ବହୁତ ବିଶ୍ୱସ୍ତ ବ୍ୟକ୍ତି। ମୋ ପରି ବିଶ୍ୱସ୍ତ ବ୍ୟକ୍ତି ସେ କୌଣସି ସ୍ଥାନରେ ପାଇବ ନାହିଁ। ମୁଁ ମୋ ଲୋକଙ୍କ ବିଷୟରେ ବହୁତ ଚିନ୍ତା କରେ।" ଚହଲ କହିଥିଲେ ଯେ ତାଙ୍କୁ ସବୁଠାରୁ ଅଧିକ କଷ୍ଟ ଦେଉଥିବା କଥା ହେଉଛି ଲୋକମାନେ ସମ୍ପୂର୍ଣ୍ଣ କଥା ନ ଜାଣି ସିଦ୍ଧାନ୍ତରେ ପହଞ୍ଚିଗଲେ। ସେ ଆହୁରି କହିଛନ୍ତି, "ମୋତେ ଯାହା କଷ୍ଟ ଦେଉଛି ତାହା ହେଉଛି ଯେ ଲୋକମାନେ କ'ଣ ଘଟିଛି ନ ଜାଣି ମୋତେ ଦୋଷ ଦେଉଛନ୍ତି। ମୋର ଖରାପ ସମୟରେ ମୋର ବନ୍ଧୁ ଆଉ ମୋ ପରିବାର ଲୋକ ମୋତେ ବହୁତ ସପୋର୍ଟ କରିଛନ୍ତି। ଆଜି ମୁଁ ଯଦି ସେ ପରିସ୍ଥିତିକୁ ଅତିକ୍ରମ କରିଛି କେବଳ ସେମାନଙ୍କ ପାଇଁ। ମୁଁ ଏବେ ଖୁସିରେ ଅଛି। ଗୋଟିଏ ଝିଅ କାନ୍ଦି କାନ୍ଦି କହିଦେଲେ ତା'ର ମାନେ ନୁହେଁ ଯେ, ସେ ସବୁ ସତ କହୁଛି। ବ୍ରେକଅପ୍ ପରେ ତାଙ୍କୁ ଇଣ୍ଟରନେଟରେ ତୀବ୍ର ଟ୍ରୋଲିଂର ସମ୍ମୁଖୀନ ହେବାକୁ ପଡିଥିଲା।
📱 Get Argus News App
✨ଆରଜେ ମହଭଶଙ୍କ ସହ ତାଙ୍କର ସମ୍ପର୍କ ବିଷୟରେ ଉଲ୍ଲେଖ କରି ସେ କହିଛନ୍ତି, "କେବଳ ଜଣଙ୍କ ସହିତ ମୋତେ ତୁମେ ଦେଖୁଛ, ଏହାର ଅର୍ଥ ନୁହେଁ ଯେ ତୁମେ ଭ୍ୟୁ ପାଇଁ କିଛି ଲେଖିବ। ଏହାକୁ ନେଇ ଯଦି ତୁମେ ପ୍ରତିକ୍ରିୟା ଦେବ, ତେବେ ଆହୁରି ୧୦ ଜଣ ଲୋକ ଆସି ତୁମକୁ ଆହୁରି ଟ୍ରୋଲ୍ କରିବେ। କାରଣ ସେମାନଙ୍କୁ ସବୁବେଳେ ମସଲା ଆବଶ୍ୟକ।" ସେ ମୋର ଜଣେ ଭଲ ବନ୍ଧୁ। ସେଥିପାଇଁ ମୁଁ ସେତେବେଳେ ଚୁପ ରହିବାକୁ ଉଚିତ ଭାବିଲି। କ୍ରିକେଟର ଆହୁରି କହିଛନ୍ତି, "ମୁଁ ମୋର ସତ୍ୟ ଜାଣେ ଏବଂ ମୋ ନିକଟତର ଲୋକମାନେ ମଧ୍ୟ ମୋର ସତ୍ୟ ଜାଣନ୍ତି, ତେଣୁ ଏହା ମୋ ପାଇଁ କୌଣସି ମୂଲ୍ୟ ନାହିଁ। ଯେତେବେଳେ ମୁଁ କିଛି ଭୁଲ କରିନାହିଁ, ମୁଁ କାହିଁକି କାହାକୁ ବୁଝାଇବି?" ଯିଏ ମୋତେ ଯାହା ଭାବୁଛି ଭାବୁ। ଷ୍ଟାର ସ୍ପିନର କହିଛନ୍ତି ଯେ ମୋତେ ଉତ୍ତର ଦେବାକୁ ପଡିବ, ମୁଁ କେବଳ ସଠିକ୍ ସମୟକୁ ଅପେକ୍ଷା କରିଥିଲି ।