Videos
|
Sports

ଶ୍ରୀଲଙ୍କା ବିପକ୍ଷରେ ଘୋଷଣା ହେଲା ଭାରତୀୟ ଦଳ: ସୂର୍ଯ୍ୟକୁମାର ଯାଦବ ଟି-୨୦ ଅଧିନାୟକ

Ritu Das
Browse all articles by Ritu Das
·2 years ago·1 min read
ଶ୍ରୀଲଙ୍କା ବିପକ୍ଷରେ ଘୋଷଣା ହେଲା ଭାରତୀୟ ଦଳ: ସୂର୍ଯ୍ୟକୁମାର ଯାଦବ ଟି-୨୦ ଅଧିନାୟକ

ଅର୍ଗସ ବ୍ୟୁରୋ: ଶ୍ରୀଲଙ୍କା ବିପକ୍ଷ ସିରିଜ ପାଇଁ ଘୋଷଣା ହେଲା ଭାରତୀୟ ଦଳ । ଦିନିକିଆ ଓ ଟି-୨୦ ପାଇଁ ଦଳ ଘୋଷଣା କରିଛି ଭାରତ । ଟି-୨୦ ଭାରତୀୟ ଟିମରେ ଗୋଟେ ବଡ ପରିବର୍ତ୍ତନ ଦେଖିବାକୁ ମିଳିଛି। ଟି-୨୦ରେ ସୂର୍ଯ୍ୟ କୁମାରଙ୍କୁ ଅଧିନାୟକ ଦାୟିତ୍ୱ ମିଳିଛି । ସେହିପରି ଦିନିକିଆରେ ରୋହିତ ଶର୍ମା ଅଧିନାୟକତ୍ୱ କରିବେ । ଶୁଭମନ ଗିଲ ଉଭୟ ଟି-୨୦ ଓ ଦିନିକିଆରେ ଉପ ଅଧିନାୟକ ରହିଛନ୍ତି । ଭାରତ ଜୁଲାଇ ୨୭ ତାରିଖରୁ ଶ୍ରୀଲଙ୍କା ଗସ୍ତରେ ରହିବ। ଦଳ ଏହି ଗସ୍ତରେ ୩ଟି ଟି-୨୦ ଓ ୩ଟି ଦିନିକିଆ ମ୍ୟାଚ ଖେଳିବ।
ଟି- ୨୦ ଦଳ:
ସୂର୍ଯ୍ୟ କୁମାର ଯାଦବ(ଅଧିନାୟକ), ଶୁଭମନ ଗିଲ, ଯଶସ୍ୱୀ ଜୟସ୍ୱାଲ, ରିଙ୍କୁ ସିଂ, ରିୟାନ ପରାଗ, ରିଷବ ପନ୍ତ, ସଞ୍ଜୁ ସାମସନ, ହାର୍ଦ୍ଦିକ ପଣ୍ଡ୍ୟା, ଶିଭମ ଦୁବେ, ଅକ୍ଷର ପଟେଲ, ୱାସିଂଟନ ସୁନ୍ଦର, ରବି ବିଷ୍ନୋଇ, ଅର୍ଶଦୀପ ସିଂ, ଖଲିଲ ଅହମ୍ମଦ, ମହମ୍ମଦ ସିରାଜ ।
ଦିନିକିଆ ଦଳ
ରୋହିତ ଶର୍ମା(ଅଧିନାୟକ), ଶୁଭମନ ଗିଲ, ବିରାଟ କୋହଲି, କେଏଲ ରାହୁଲ, ରିଷଭ ପନ୍ତ, ରିୟାନ ପରାଗ, ଶ୍ରେୟାସ ଆୟର, ଶିଭମ ଦୁବେ, କୁଲଦୀପ ଯାଦବ, ମହମ୍ମଦ ସିରାଜ, ଅକ୍ଷର ପଟେଲ, ୱାସିଂଟନ ସୁନ୍ଦର, ରବି ବିଷ୍ନୋଇ, ଅର୍ଶଦୀପ ସିଂ, ଖଲିଲ ଅହମ୍ମଦ, ହର୍ଶିତ ରାଣା। 

ଅଧିକ ପଢ଼ନ୍ତୁ କ୍ରୀଡ଼ା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Indian team announced | Argus News