Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Sports

ଇଂଲଣ୍ଡ ବିପକ୍ଷ ଟେଷ୍ଟ ପାଇଁ ଭାରତୀୟ ଟିମ ଘୋଷଣା

Ritu Das
Browse all articles by Ritu Das
·1 year ago·1 min read
ଇଂଲଣ୍ଡ ବିପକ୍ଷ ଟେଷ୍ଟ ପାଇଁ ଭାରତୀୟ ଟିମ ଘୋଷଣା

Key Points

ରେଡ୍ ବଲ୍ ଦଳର କମାଣ୍ଡ ସମ୍ଭାଳିବେ ଶୁଭମନ ଗିଲ୍

ଆସନ୍ତା ମାସରେ ଇଂଲଣ୍ଡ ଗସ୍ତରେ ଯିବ ଟିମ୍ ଇଣ୍ଡିଆ । ଏଥିପାଇଁ ଘୋଷଣା ହୋଇଛି ଦଳ । ରେଡ୍ ବଲ୍ ଦଳର କମାଣ୍ଡ ସମ୍ଭାଳିବେ ଶୁଭମନ ଗିଲ୍ । ଅର୍ଥାତ୍ ଦଳର କ୍ୟାପଟେନ୍ ଗିଲ୍ । ସେହିଭଳି ଋଷଭ ପନ୍ତ ଉପ-ଅଧିନାୟକ । କାରଣ ନିକଟରେ ଟେଷ୍ଟ କ୍ରିକେଟରୁ ଅବସର ନେଇଛନ୍ତି ରୋହିତ ଶର୍ମା ଏବଂ ବିରାଟ କୋହଲି । ଉଭୟ ଖେଳାଳି ଦଳ ପାଇଁ ଥିଲେ ଅଭିଜ୍ଞ । ସେତିକି ନୁହେଁ ରୋହିତ ଥିଲେ ଟେଷ୍ଟ ଦଳର କ୍ୟାପଟେନ୍ । ଏବେ ଦଳ ରୋହିତଙ୍କ ବିନା ପଡିଆକୁ ଓହ୍ଲାଇବ । ରୋହିତଙ୍କ ରିପ୍ଲେସମେଣ୍ଟ ହିସାବରେ ଏବେ ଗିଲ୍ ସମ୍ଭାଳିବେ ଦଳର କମାଣ୍ଡ। ଦଳ ଚୟନ ପାଇଁ ବୈଠକ ମୁମ୍ବାଇସ୍ଥିତ ଭାରତୀୟ କ୍ରିକେଟ୍ ନିୟନ୍ତ୍ରଣ ବୋର୍ଡ (ବିସିସିଆଇ)ର ମୁଖ୍ୟାଳୟରେ ଅନୁଷ୍ଠିତ ହୋଇଥିଲା। ବିସିସିଆଇ ସଚିବ ଦେବଜିତ ସାଇକିଆ ଓ ଅଜିତ ଅଗରକରଙ୍କ ନେତୃତ୍ୱାଧୀନ ଚୟନ କମିଟିର ସଦସ୍ୟମାନେ ବୈଠକରେ ଯୋଗ ଦେଇଥିଲେ। ବୈଠକ ପରେ ଏକ ସାମ୍ବାଦିକ ସମ୍ମିଳନୀରେ ଅଜିତ ଅଗରକର ଭାରତୀୟ ଦଳ ଘୋଷଣା କରିଥିଲେ।


ଟିମ୍ ଇଣ୍ଡିଆ ସ୍କ୍ୱାର୍ଡ: ଶୁଭମାନ ଗିଲ (ଅଧିନାୟକ), ଯଶସ୍ୱୀ ଜୈସୱାଲ, କେ.ଏଲ୍ ରାହୁଲ, ସାଇ ସୁଦର୍ଶନ, ଋଷଭ ପନ୍ତ (ଉପ-ଅଧିନାୟକ / ୱିକେଟ୍ କିପର), ନୀତୀଶ କୁମାର ରେଡ୍ଡୀ, ରବିନ୍ଦ୍ର ଜାଡେଜା, ଧ୍ରୁବ୍ ଜୁରେଲ (ୱିକେଟ୍ ରକ୍ଷକ), ଅଭିମନ୍ୟୁ ଇଶ୍ୱରନ୍, ଶାର୍ଦ୍ଦୁଲ୍ ଠାକୁର, ଜସପ୍ରୀତ, କରୁଣ ନାୟାର, ୱାଶିଂଟନ୍ ସୁନ୍ଦର, ଆକାଶ ଦୀପ, ଅର୍ଶଦୀପ ସିଂ, କୁଲଦୀପ ଯାଦବ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
indian-team-announced-for-test-against-england | Argus News