Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Sports

India vs Newzealand / ଜଣାପଡ଼ିଗଲା ନ୍ୟୁଜିଲାଣ୍ଡଠାରୁ କାହିଁକି ସିରିଜ୍‌ ହାରିଲା ଭାରତ

Satyendu Sekhar Mishra
Browse all articles by Satyendu Sekhar Mishra
·5 months ago·2 min read
ଜଣାପଡ଼ିଗଲା ନ୍ୟୁଜିଲାଣ୍ଡଠାରୁ କାହିଁକି ସିରିଜ୍‌ ହାରିଲା ଭାରତ
Indian Cricket Team

Key Points

ଅଲରାଉଣ୍ଡର ଓ୍ୱାସିଂଟନ ସୁନ୍ଦର ଆହତ ହୋଇ ବାଦ ପଡ଼ିବା ଓ ଅକ୍ଷର ପଟେଲଙ୍କୁ ସାମିଲ କରାନଯିବା ଦଳକୁ ସମସ୍ୟାରେ ପକାଇଥିଲା।

ହାରିଗଲା ଭାରତ । ନ୍ୟୁଜିଲାଣ୍ଡ ବିପକ୍ଷ ସିରିଜ୍‌ରେ ଭାରତ ପରାଜୟ ବରଣ କରିଛି । ଯେଉଁ ଟିମ୍‌କୁ ବିଶ୍ୱର ସବୁ ଦଳ ଡରୁଥିଲେ, ଏବେ ସେଇ ଟିମ୍‌ ବାରମ୍ବାର ପରାଜୟ ବରଣ କରୁଛି । ଭାରତୀୟ କ୍ରିକେଟକୁ ସତେ ଯେମିତି ନଜର ଲାଗିଯାଇଛି । ନ୍ୟୁଜିଲାଣ୍ଡ ବିପକ୍ଷ ସିରିଜରେ ଭାରତ ୨-୧ରେ ପରାଜୟ ବରଣ କରିଛି। ଭାରତ ମାଟିକୁ ଆସି ନ୍ୟୁଜିଲାଣ୍ଡ ଏକ ଐତିହାସିକ ବିଜୟ ହାସଲ କରିଛି ।

ଆଉ ସବୁଠାରୁ ବଡ଼ କଥା ହେଲା, ଏହି ପରାଜୟ ଭାରତୀୟ ଦଳର ଦୁର୍ବଳତାକୁ ପଦାରେ ପକାଇ ଦେଇଛି । ଯାହାକୁ ନେଇ ସାରା ବିଶ୍ୱରେ ଚର୍ଚ୍ଚା ଆରମ୍ଭ ହୋଇଛି । କ୍ରିକେଟ୍‌ ଫ୍ୟାନ୍‌ମାନେ ନିରାଶ ହୋଇଛନ୍ତି । ତେବେ ଭାରତୀୟ ଦଳର ପରାଜୟ ପଛରେ ଏକ ବଡ଼ କାରଣ ହେଲା ନିସ୍ପ୍ରଭ ବୋଲିଂ। ଭାରତୀୟ ପିଚରେ ନ୍ୟୁଜିଲାଣ୍ଡ ବ୍ୟାଟ୍ସମ୍ୟାନମାନେ ଆରାମରେ ଖେଳିଥିଲେ ଓ ଡାରିଲ୍ ମିଚେଲଙ୍କୁ ରୋକିବାକୁ ଭାରତୀୟ ବୋଲର ସକ୍ଷମ ହୋଇନଥିଲେ। ବୋଲିଂ ସମୟରେ ୬ଷ୍ଠ ବୋଲରଙ୍କ ଅଭାବ ଭାରତକୁ ସମସ୍ୟାରେ ପକାଇଥିଲା। ତାହାର ଫାଇଦା ନ୍ୟୁଜିଲାଣ୍ଡ ନେଇଥିଲା।

ଅଲରାଉଣ୍ଡର ଓ୍ବାସିଂଟନ ସୁନ୍ଦର ଆହତ ହୋଇ ବାଦ ପଡ଼ିବା ଓ ଅକ୍ଷର ପଟେଲଙ୍କୁ ସାମିଲ କରାନଯିବା ଦଳକୁ ସମସ୍ୟାରେ ପକାଇଥିଲା। ଦଳର ଆଉ ଏକ ଦୁର୍ବଳତା ହେଲା ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜାଙ୍କ ଖରାପ ଫର୍ମ । ଏହି ସିରିଜରେ ଭାରତୀୟ ଦଳରେ ଦେଖାଯାଇଥିବା ସବୁଠାରୁ ବଡ଼ ସମସ୍ୟା ହେଲା ତାରକା ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଖରାପ ଫର୍ମ । ରୋହିତ ୩ଟି ଦିନିକିଆରେ ଗୋଟିଏ ବି ଅର୍ଦ୍ଧଶତକ ମାରିପାରିନଥିଲେ । ଆସନ୍ତା ବର୍ଷ ଦିନିକିଆ ବିଶ୍ବକପ ହେବାକୁ ଥିବା ବେଳେ ଏହା ଭାରତୀୟ ଦ​ଳ ପାଇଁ ଚିନ୍ତାର କାରଣ ହୋଇଛି। ଏପରିକି ପ୍ରକୃତରେ ତାଙ୍କର ବିଶ୍ବକପ ଖେଳିବା ନେଇ କ୍ଷୁଧା ଅଛି କି ନାହିଁ ସେନେଇ ପ୍ରଶ୍ନ କରିଛନ୍ତି ନ୍ୟୁଜିଲାଣ୍ଡର ପୂର୍ବତନ ଦ୍ରୁତବୋଲର ସାଇମନ ଡଲ୍ ।

ଅନ୍ୟପଟେ ଏହାରି ଭିତରେ ଏକ ଶୂଭ ଖବର ମଧ୍ୟ ସାମ୍ନାକୁ ଆସିଛି । ତାହା ହେଲା ଜବରଦସ୍ତ ଫର୍ମରେ ଅଛନ୍ତି ବିରାଟ କୋହଲି । ଦକ୍ଷିଣ ଆଫ୍ରିକା ସିରିଜ ପରେ ସେ ଏହି ସିରିଜରେ ବି ଉଲ୍ଲେଖନୀୟ ପ୍ରଦର୍ଶନ କରିଥିଲେ । ସେହିପରି ନୀତୀଶ ରେଡ୍ଡି ଓ ହର୍ଷିତ ରାଣାଙ୍କ ଅଲରାଉଣ୍ଡ ପ୍ରଦର୍ଶନ ଭାରତ ପାଇଁ ସୁନ୍ଦର ଆଶା ସଂଚାର କରିଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
India vs Newzealand | Indian team comes under fire on social media for humiliating home ODI series defeat to NZ for first time | Argus News