|
logo
Live

Argus News - ପୁରୀ ଅଭିମୁଖେ ଭାରତୀୟ ଟିମ୍‌ର ୪ ଖେଳାଳି

Sports

Team India / ପୁରୀ ଅଭିମୁଖେ ଭାରତୀୟ ଟିମ୍‌ର ୪ ଖେଳାଳି

Banajyotshna Ray
Browse all articles by Banajyotshna Ray
·4 months ago·2 min read
ପୁରୀ ଅଭିମୁଖେ ଭାରତୀୟ ଟିମ୍‌ର ୪ ଖେଳାଳି
Team India

Key Points

ମ୍ୟାଚ ପୂର୍ବରୁ ଜଗା ଦର୍ଶନ କରିବେ ଭାରତୀୟ ଟିମ୍‌
ପୁରୀ ଅଭିମୁଖେ ବାହାରି ସାରିଲେଣି ଭାରତୀୟ ଟମ୍‌ର ୪ ଜଣ ସଦସ୍ୟ
ମ୍ୟାଚ ପୂର୍ବରୁ ଜଗା ଦର୍ଶନ କରିବେ ଭାରତୀୟ ଟିମ୍‌। ପୁରୀ ଅଭିମୁଖେ ବାହାରି ସାରିଲେଣି ଭାରତୀୟ ଟମ୍‌ର ୪ ଜଣ ଖେଳାଳି । ଜଗନ୍ନାଥଙ୍କ ଆଶୀର୍ବାଦ ନେଇ ଆଜି ପଡିଆକୁ ଓହ୍ଲାଇବ ଭାରତୀୟ ଟିମ୍‌ । ବାରବାଟୀରେ ଆଜି ଦର୍ଶକ ଦେଖିବେ ବିଗ୍‌ ଫାଇଟ୍‌। ଗୌତମ ଗମ୍ଭୀର ଏବଂ ସୂର୍ଯ୍ୟକୁମାର ଯାଦବଙ୍କ ସହ ଆଉ ୨ ଜଣ ଖେଳାଳି ଯାଇଛନ୍ତି ପୁରୀ। ଆଜିର ମ୍ୟାଚକୁ ନେଇ ସବୁଠି ଉତ୍ସାହ ଦେଖିବାକୁ ମିଳିଛି । ପୁରୀରେ ଯାଇ ପହଞ୍ଚିଛନ୍ତି ଭାରତୀୟ ଟିମ୍‌ର କିଛି ଖେଳାଳି। 

ଆଜି ବାରବାଟୀରେ ବିଗ ଫାଇଟ...ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଏକ ରୋମାଞ୍ଚକର ମ୍ୟାଚ ଅପେକ୍ଷାରେ ଦର୍ଶକ । ପିଚ, ପଡିଆ, ଗ୍ୟାଲେରୀ ଓ ଭିଭିଆଇପି ଷ୍ଟାଣ୍ଡ ସବୁ ପ୍ରସ୍ତୁତ । ସୂର୍ଯ୍ୟକୁମାରଙ୍କ ନେତୃତ୍ବରେ ପଡ଼ିଆକୁ ଓହ୍ଲାଇବ ଟିମ୍ । ମାକରମ ବି ତୟାର । ପ୍ରଥମ ଥର ପାଇଁ ମଡ୍ ରେଡ୍ ପିଚ୍ ପ୍ରସ୍ତୁତ ହୋଇଛି। ଉଭୟ ବ୍ୟାଟିଂ ଓ ବୋଲିଂ ଭଲ ହେବ। ବଡ଼ ସ୍କୋର ହେବାର ଆଶା କରାଯାଇଛି । ୪୨ ହଜାର ଦର୍ଶକ ଦେଖିପାରିବେ ମ୍ୟାଚ। ମ୍ୟାଚ ଉପରେ କାକରର ପ୍ରଭାବକୁ ହ୍ରାସ କରିବା ପାଇଁ ପ୍ରୟୋଗ କରାଯିବ ସ୍ଵତନ୍ତ୍ର ରାସାୟନିକ ପଦାର୍ଥ ।

ଏଥିସହ ପଢ଼ନ୍ତୁ: ଆଜି ବାରବାଟୀରେ ବିଗ ଫାଇଟ, ଭାରତ ଭାଙ୍ଗିବ ପରାଜୟର ରେକର୍ଡ !

ସୋମବାର ଉଭୟ ଦଳର ଖେଳାଳି କଡ଼ା ସୁରକ୍ଷା ମଧ୍ୟରେ ବାରବାଟୀରେ ପହଂଚିଥିଲେ । ଆଉ ୩ଘଣ୍ଟା ଧରି ଅଭ୍ୟାସ କରିଥିଲେ । ଭାରତର ବ୍ୟାଟସମ୍ୟାନ ଓ ବୋଲର ଅଭ୍ୟାସ କରିଥିବା ବେଳେ ଦକ୍ଷିଣ ଆଫ୍ରିକାର ଖେଳାଳି ମଧ୍ୟ ପ୍ରାକ୍ଟିସ କରିଛନ୍ତି । ଟିମ ଇଣ୍ଡିଆର ଅଧିନାୟକ ସୂର୍ଯ୍ୟକୁମାର କହିଛନ୍ତି, ଆମ ଟିମ ପୁରା ଫିଟ ଅଛି । ଦିନିକିଆ ସିରିଜ ଆମେ ଜିତିଛୁ । ପୁରା ଟିମ୍ ଦମରେ ପଡିଆକୁ ଓହ୍ଲାଇବ । ଟି ଟ୍ଵେଣ୍ଟି ସିରିଜର ଆରମ୍ଭରୁ ବିଜୟ ଲକ୍ଷ୍ୟରେ ରହିଛି ଦକ୍ଷିଣ ଆଫ୍ରିକା ।

ବାରବାଟୀ ଷ୍ଟାଡିୟମକୁ ଯିବା ବେଳେ କଣ ନେବା ମନା । ଜାରି ହେଲା କଟକଣା, ହେଲମେଟ, ଛତା, ପାଣି ବୋତଲ, ଟିଫିନ୍, ମନିପର୍ସ, କଏନ, ସିଗାରେଟ, ଲାଇଟର, ପାୱାର ବ୍ୟାଙ୍କ, ବାହାର ଖାଦ୍ୟ, କ୍ୟାମେରା ଷ୍ଟାଣ୍ଡ, ଫାୟାର ଗନ୍, ବାଣ ନେଇପାରିବେ ନାହିଁ । ଯିଏ ବି ଏ ସବୁ ସାମଗ୍ରୀ ଆଣିବ ତାକୁ ସୁରକ୍ଷା କର୍ମୀ ଷ୍ଟାଡିୟମ ବାହାରେ ରଖିଦେବେ। ସମସ୍ତେ ଏହି ନିୟମକୁ ପାଳନ କରିବା ପାଇଁ ଆୟୋଜକଙ୍କ ତରଫରୁ ଅନୁରୋଧ କରାଯାଇଛି। ଏ ନେଇ ଷ୍ଟାଡିୟମର ପ୍ରବେଶ ଦ୍ଵାରରେ ନିର୍ଦ୍ଦେଶାବଳୀ ଜାରି କରାଯାଇଛି ।

ବାରବାଟୀରେ କିନ୍ତୁ ଦକ୍ଷିଣ ଆଫ୍ରିକା ବିରୋଧରେ ଭାରତର ପ୍ରଦର୍ଶନ ଭଲ ନାହିଁ । ପୂର୍ବରୁ ଏଠାରେ ଭାରତ -ଦକ୍ଷିଣ ଆଫ୍ରିକା ମଧ୍ୟରେ ୨ଟି ଟି-ଟ୍ବେଣ୍ଟି ଖେଳାଯାଇଛି । ହେଲେ ସବୁ ମ୍ୟାଚ୍ ଦକ୍ଷିଣ ଆଫ୍ରିକା ସପକ୍ଷରେ ଯାଇଛି । ଏଠାରେ କେବଳ ଶ୍ରୀଲଙ୍କା ବିପକ୍ଷରେ ଗୋଟିଏ ଟି-ଟ୍ବେଣ୍ଟି ମ୍ୟାଚ୍ ଜିତି ପାରିଛି ଭାରତ । କିନ୍ତୁ ବର୍ତ୍ତମାନର ଟିମ ଇଣ୍ଡିଆ ପୂର୍ବ ଭଳି ନାହିଁ। ଟି-ଟ୍ବେଣ୍ଟି ଫର୍ମାଟରେ ଟିମ ଇଣ୍ଡିଆ ବେଶ ଶକ୍ତିଶାଳୀ । କିନ୍ତୁ ଚଳିତ ସିଜିନରେ ଦକ୍ଷିଣ ଆଫ୍ରିକାର ପରଫର୍ମାନ୍ସ ମଧ୍ୟ ଚମତ୍କାର ରହିଛି । ଭାରତ ମଧ୍ୟ ଆଜି ତାର ଦମ୍‌ ଦେଖାଇବ।

ଅଧିକ ପଢ଼ନ୍ତୁ ଖେଳ ଖବର: 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Team India: ପୁରୀ ଅଭିମୁଖେ ଭାରତୀୟ ଟିମ୍‌ର ୪ ଖେଳାଳି | Argus News