Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଚାମ୍ପିୟନ୍ସ ଟ୍ରଫି ପୂର୍ବରୁ ଭାରତୀୟ ଟିମ୍‌କୁ ଝଟ୍‌କା, ଆହତ ଜନିତ କାରଣରୁ ବାଦ୍ ପଡିଲେ ବୁମ୍‌ରା

Sports

ଚାମ୍ପିୟନ୍ସ ଟ୍ରଫି ପୂର୍ବରୁ ଭାରତୀୟ ଟିମ୍‌କୁ ଝଟ୍‌କା, ଆହତ ଜନିତ କାରଣରୁ ବାଦ୍ ପଡିଲେ ବୁମ୍‌ରା

Ritu Das
Browse all articles by Ritu Das
·1 year ago·2 min read
ଚାମ୍ପିୟନ୍ସ ଟ୍ରଫି ପୂର୍ବରୁ ଭାରତୀୟ ଟିମ୍‌କୁ ଝଟ୍‌କା, ଆହତ ଜନିତ କାରଣରୁ ବାଦ୍ ପଡିଲେ ବୁମ୍‌ରା

ଭାରତୀୟ କ୍ରିକେଟ ପ୍ରେମୀ ଓ ଟିମ୍‌ ଇଣ୍ଡିଆ ପାଇଁ ଦୁଃଖଦ ଖବର । ଭାରତୀୟ ଦଳର ଷ୍ଟାର ପେସ୍‌ ବୋଲର ଯଶପ୍ରୀତ ବୁମରା ଆଗାମୀ ଚାମ୍ପିଅନ୍ସ ଟ୍ରଫିରୁ ବାଦ ପଡ଼ିଛନ୍ତି । ଆଜି ବିସିସିଆଇ ପକ୍ଷରୁ ଚୂଡ଼ାନ୍ତ ଦଳ ଘୋଷଣା କରାଯାଇଛି ଓ ବୁମରାଙ୍କୁ ଏହି ଦଳରୁ ବାଦ ଦିଆଯାଇଛି । ତାଙ୍କ ସ୍ଥାନରେ ଯୁବ ପେସ୍‌ ବୋଲର ହର୍ଷିତ ରାଣାଙ୍କୁ ଦଳରେ ସାମିଲ କରାଯାଇଛି । ସେହିପରି ସମ୍ଭାବ୍ୟ ଦଳରେ ସ୍ଥାନ ପାଇଥିବା ଓପନର ଯଶସ୍ୱୀ ଜୈସ୍ୱାଲଙ୍କୁ ବାଦ ଦିଆଯାଇ ସ୍ପିନର ବରୁଣ ଚକ୍ରବର୍ତ୍ତୀଙ୍କୁ ଡାକରା ମିଳିଛି । ୧୫ ତାରିଖରେ ଭାରତୀୟ ଦଳ ଦୁବାଇ ଅଭିମୁଖେ ଯାତ୍ରା କରିବ । ଜୈସ୍ୱାଲ ୩ ଜଣିଆ ରିଜର୍ଭ ଖେଳାଳି ତାଲିକାରେ ସ୍ଥାନ ପାଇଛନ୍ତି ।


ପେସ୍‌ ବୋଲର ମହମ୍ମଦ ସିରାଜ ଓ ଅଲ୍‌ରାଉଣ୍ଡର ଶିବମ ଦୁବେ ଅନ୍ୟ ୨ ରିଜର୍ଭ ଖେଳାଳି ଭାବେ ରହିଛନ୍ତି । ଏମାନେ ଦଳ ସହ ଦୁବାଇ ଯାତ୍ରା କରିବେ ନାହିଁ । ଆବଶ୍ୟକ ପଡ଼ିଲେ ସେମାନଙ୍କୁ ଦୁବାଇ ପଠାଯିବ । ବୁମରା ସମ୍ପ୍ରତି ଜାତୀୟ କ୍ରିକେଟ୍‌ ଏକାଡେମୀ (ଏନ୍‌ସିଏ)ରେ ଚିକିତ୍ସିତ ହେଉଛନ୍ତି । ଗତ ବର୍ଡର ଗାଭାସ୍କର ଟ୍ରଫି ଟେଷ୍ଟ ସିରିଜର ଅନ୍ତିମ ଟେଷ୍ଟରେ ସେ ଆହତ ହୋଇଥିଲେ । ବୋଲିଂ ବେଳେ ସେ ପିଠିରେ ଯନ୍ତ୍ରଣା ଅନୁଭବ କରିଥିଲେ । ୧୯ ତାରିଖରୁ ଆରମ୍ଭ ହେବାକୁ ଯାଉଥିବା ଚାମ୍ପିଅନ୍ସ ଟ୍ରଫି ପାଇଁ ଗତ ମାସରେ ଘୋଷଣା କରାଯାଇଥିବା ସମ୍ଭାବ୍ୟ ଦଳରେ ବୁମରାଙ୍କୁ ସ୍ଥାନ ମିଳିଥିଲା । ସଠିକ୍‌ ସମୟରେ ସେ ଫିଟ୍‌ ହେବେ ବୋଲି ଆଶା କରାଯାଉଥିଲା । ମାତ୍ର ସେ ଏପର୍ଯ୍ୟନ୍ତ ବୋଲିଂ ଅଭ୍ୟାସ ଆରମ୍ଭ କରିପାରିନାହାନ୍ତି । ଗତ ୭ ତାରିଖରେ ବୁମରାଙ୍କ ଯନ୍ତ୍ରଣା ସ୍ଥାନର ଦ୍ୱିତୀୟ ସ୍କାନ କରାଯାଇଥିଲା । ଏନସିଏ ମେଡିକାଲ୍‌ ଟିମ୍‌ ମଧ୍ୟ ବୁମରାଙ୍କ ଆଘାତ ସ୍ଥାନର ଚିକିତ୍ସା ଚଳାଇଛି । ତାଙ୍କୁ ଫିଟ୍‌ ହେବା ପାଇଁ ଆଉ କେତେଦିନ ଲାଗିବ, ତାହା ସ୍ପଷ୍ଟ ହୋଇନାହିଁ । ଯାହା ଆଶା କରାଯାଉଛି, ଆଗମୀ କିଛି ସପ୍ତାହ ମଧ୍ୟରେ ସେ ଜଗିଂ ଓ ରନିଂ ଭଳି ବ୍ୟାୟାମ ଆରମ୍ଭ କରିବେ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଭାରତର ପ୍ଲେଇଂ ଇଲେଭେନ : ରୋହିତ ଶର୍ମା (ଅଧିନାୟକ), ଶୁଭମନ ଗିଲ୍‌ (ଉପ ଅଧିନାୟକ), ବିରାଟ କୋହଲି, ଶ୍ରେୟାସ ଆୟର, କେଏଲ ରାହୁଲ, ରିଷଭ ପନ୍ତ, ହାର୍ଦ୍ଦିକ ପାଣ୍ଡ୍ୟା, ଅକ୍ଷର ପଟେଲ, ୱାସିଂଟନ ସୁନ୍ଦର, କୁଲଦୀପ ଯାଦବ, ହର୍ଷିତ ରାଣା, ମହମ୍ମଦ ସାମି, ଅର୍ଶଦୀପ ସିଂହ, ରବିନ୍ଦ୍ର ଜାଡ଼େଜା, ବରୁଣ ଚକ୍ରବର୍ତ୍ତୀ । ରିଜର୍ଭ: ଯଶସ୍ୱୀ ଜୈସ୍ୱାଲ୍‌, ମହମ୍ମଦ ସିରାଜ, ଶିବମ ଦୁବେ।

Argus Whatsapp Channel Mobile Top
Sponsored
Indian team suffers shock before Champions Trophy, Bumrah ruled out due to injury | Argus News