Videos
|
Sports

ବାଂଲାଦେଶକୁ ୧୦ ୱିକେଟରେ ପରାସ୍ତ କଲା ଭାରତୀୟ ମହିଳା ଟିମ

Ritu Das
Browse all articles by Ritu Das
·2 years ago·1 min read
ବାଂଲାଦେଶକୁ ୧୦ ୱିକେଟରେ ପରାସ୍ତ କଲା ଭାରତୀୟ ମହିଳା ଟିମ

ଅର୍ଗସ ବ୍ୟୁରୋ: ଏସିଆ କପ ଫାଇନାଲରେ ପ୍ରବେଶ କଲା ଭାରତୀ ମହିଳା ଦଳ । ପ୍ରଥମ ସେମିଫାଇନାଲରେ ଭାରତ ୧୦ ୱିକେଟରେ ବାଂଲାଦେଶକୁ ପରାସ୍ତ କରିଛି । ଏହି ମ୍ୟାଚରେ ଭାରତ ପକ୍ଷରୁ ସ୍ମୃତି ମନ୍ଧାନା ଅର୍ଦ୍ଧ ଶତକ ହାସଲ କରିଛନ୍ତି। ସେହିପରି ରେଣୁକା ସିଂ, ରାଧିକା ଯାଦବ ୩ଟି ଲେଖାଏଁ ୱିକେଟ ନେଇଛନ୍ତି ।
ଏହି ମ୍ୟାଚରେ ଟସ ଜିତି ବାଂଲାଦେଶ ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା । ହେଲେ ବଡ ସ୍କୋର କରିବାରେ ବିଫଳ ହୋଇଥିଲା ।

ନିଗାରା ସୁଲତାନା ଓ ସୋରନା ଅଖତାରଙ୍କୁ ଛାଡିଦେଲେ କୌଣସି ବ୍ୟାଟ୍ସମ୍ୟାନ ୨ ଅଙ୍କ ଛୁଇଁ ପାରିନଥିଲେ । ଫଳରେ ବାଂଲାଦେଶ ୨୦ ଓଭରରେ ୮ ୱିକେଟ ହରାଇ ୮୦ ରନ କରିଥିଲା । ସେହିପରି ଭାରତ ୮୧ ରନର ବିଜୟ ଲକ୍ଷ୍ୟକୁ ବିନା ୱିକେଟ ହରାଇ ୧୧ ଓଭରରେ ହାସଲ କରିଥିଲା ।

ତେବେ ଦ୍ୱିତୀୟ ସେମିଫାଇନାଲରେ ଶ୍ରୀଲଙ୍କା ଓ ପାକ୍ସାତନ ମୁହାଁ ମୁହିଁ ହେବେ । ଯିଏ ଜିତିବ ସେ ୨୮ ତାରିଖରେ ଭାରତ ସହ ଫାଇନାଲ ଖେଳିବ । ଭାରତ ଏସିଆ କପରେ ସର୍ବାଧିକ ଥର ବିଜୟୀ ହୋଇଛି । ଭାରତ ୭ଥର ଚାମ୍ପିୟନ ହୋଇଥିବା ବେଳେ ବାଂଲାଦେଶ ଥରେ ଚାମ୍ପିୟନ ହୋଇଛି। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ କ୍ରୀଡ଼ା ଖବର 
 

Indian women's | Argus News