Cricket News / ଭାରତୀୟ ମହିଳା ଟିମର ଦମଦାର ପ୍ରଦର୍ଶନ: ୩୦ ରନ୍ରେ ମ୍ୟାଚ୍ ଜିତିଲା ଭାରତ,୪-୦ ରେ ସିରିଜ ଅଗ୍ରଣୀ
·6 months ago·2 min read

Key Points
ଭାରତ ଏବଂ ଶ୍ରୀଲଙ୍କା ମହିଳା କ୍ରିକେଟ ଦଳ ମଧ୍ୟରେ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜର ଚତୁର୍ଥ ମ୍ୟାଚ୍ ରବିବାର ଖେଳାଯାଇଛି। ଆଜିର ମ୍ୟାଚ୍କୁ ଭାରତ ୩୦ ରନ୍ରେ ଜିତି ନେବା ସହ ସରିଜି କବ୍ଜା କରିଛି।
ଭାରତ ଏବଂ ଶ୍ରୀଲଙ୍କା ମହିଳା କ୍ରିକେଟ ଦଳ ମଧ୍ୟରେ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜର ଚତୁର୍ଥ ମ୍ୟାଚ୍ ରବିବାର ଖେଳାଯାଇଛି। ଆଜିର ମ୍ୟାଚ୍କୁ ଭାରତ ୩୦ ରନ୍ରେ ଜିତି ନେବା ସହ ସରିଜି କବ୍ଜା କରିଛି। ଏହି ବିଜୟ ସହ ଭରତ ସିରିଜରେ ୪-୦ ରେ ଅଗ୍ରଣୀ ହାସଲ କରିଛି। ଶ୍ରୀଲଙ୍କା ଟସ୍ ଜିତି ଭାରତକୁ ପ୍ରଥମେ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଥିଲା। ପ୍ରଥମେ ବ୍ୟାଟିଂ କରି ଭାରତ ଶେଫାଳୀ ବର୍ମା ଏବଂ ସ୍ମୃତି ମନ୍ଧାନାଙ୍କ ବିସ୍ଫୋରକ ଅର୍ଦ୍ଧଶତକ ଏବଂ ଶେଷ ବେଳକୁ ରିଚା ଘୋଷଙ୍କ ଧୂଆଁଧାର ବ୍ୟାଟିଂ ବଳରେ ଶ୍ରୀଲଙ୍କାକୁ ୨୨୨ ରନର ଟାର୍ଗେଟ୍ ଦେଇଥିଲା। ଜବାରେ ଶ୍ରୀଲଙ୍କା ନିର୍ଦ୍ଧାରିତ ୨୦ ଓଭରରେ ୬ ୱିକେଟ ହରାଇ କେବଳ ୧୯୧ ରନ ହିଁ କରିପାରିଛି।
ଏହାସହ ପଢ଼ନ୍ତୁ: ଯାହାଙ୍କ ବଲରେ ଆଉଟ ହେଲେ କୋହଲି ତାଙ୍କୁ ଦେଲେ ବଡ଼ ଉପହାର, ଜିତିଲେ ଫ୍ୟାନ୍ସଙ୍କ ମନ
ଭାରତର ବୋଲିଂ
ବ୍ୟାଟିଂ ଭଳି ଭାରତୀୟ ଷ୍ଟାର ବୋଲରମାନେ କିନ୍ତୁ ସେତେଟା ଚମକି ପାରି ନଥିଲେ। ଭାରତ ପକ୍ଷରୁ ଅରୁନ୍ଧତି ରେଡ୍ଡୀ ଓ ବୈଷ୍ଣବୀ ଶର୍ମା ଦୁଇଟି ଲେଖାଏ ୱିକେଟ୍ ନେଇଥିବା ବେଳେ ଶ୍ରୀ ଚରଣୀଙ୍କୁ ଗୋଟିଏ ୱିକେଟରେ ସନ୍ତୁଷ୍ଟ ହେବାକୁ ପଡ଼ିଥିଲା। ତେବେ ରେଣୁକା ଠାକୁର ଦୀପ୍ତି ଶର୍ମା ଓ ଅମନଜୋତ କୌରଙ୍କୁ ଗୋଟିଏ ବି ସଫଳତା ମିଳିପାରି ନଥିଲା।
ବ୍ୟାଟିଂରେ ଭାରତ ଚମତ୍କାର ପ୍ରଦର୍ଶନ
ଆଜି ଶ୍ରୀଲଙ୍କା ବିପକ୍ଷରେ ପ୍ରଥମେ ବ୍ୟାଟିଂ କରି ଭାରତ ଚମତ୍କାର ପ୍ରଦର୍ଶନ କରିଥିଲା। ସ୍ମୃତି ମନ୍ଧାନା ଏବଂ ଶେଫାଳୀ ବର୍ମା ଛକା ଏବଂ ଚୌକା ବର୍ଷା କରିଥିଲେ। ସେମାନେ ମାତ୍ର ୧୦ ଓଭରରେ ଭାରତର ସ୍କୋରକୁ ୮୫ ରନ ପର୍ଯ୍ୟନ୍ତ ପହଞ୍ଚାଇଥିଲେ। ଶେଫାଳୀ ମାତ୍ର ୩୦ ବଲ୍ରେ ୭ଟି ଚୌକା ମାରି ତାଙ୍କର ଅର୍ଦ୍ଧଶତକ ପୂରଣ କରିଥିଲେ। ସେହିବଳି ସ୍ମୃତି ୩୪ ବଲ୍ରେ ଅର୍ଦ୍ଧଶତକ କରିଥିଲେ।
ଭାରତ ୧୬ତମ ଓଭରରେ ୧୬୨ ସ୍କୋର କରିଥିବା ବେଳେ ପ୍ରଥମ ୱିକେଟ୍ ହରାଇଥିଲା। ଶଫାଳୀ ବର୍ମା ୭୯ ରନ କରି ଆଉଟ ହୋଇ ପାଭିଲିୟନ ଫେରିଥିଲେ। ତଥାପି, ମନ୍ଧାନାଙ୍କ ଇନିଂସ ଜାରି ରହିଥିଲା। ତେବେ ସେ ବି ୧୭ତମ ଓଭରରେ ଆଉଟ୍ ହୋଇଥିଲେ। ମନ୍ଧାନା ୪୮ ବଲରୁ ୧୧ ଚୌକା ଏବଂ ୩ ଛକା ସହାୟତାରେ ୮୦ ରନ କରିଥିଲେ।
ଆଉ ୩ ଓଭରରେ ଖେଳ ରହିଥିବା ବେଳେ ବ୍ୟାଟିଂ କରିବାକୁ ଓହ୍ଲାଇଥିବା ଟିମ୍ ଇଣ୍ଡିଆର ସ୍ମାର୍ଟ ହିଟର ରିଚା ଘୋଷ। ସେ ଚମତ୍କାର ବ୍ୟାଟିଂ କରିଥିଲେ। ସେ ୧୬ ବଲ୍ରେ ୪ ଚୌକା ଏବଂ ୩ ଛକା ସହାୟତାରେ ୪୦ ରନ୍ କରିଥିଲେ। ଅଧିନାୟିକା ହରମନପ୍ରୀତ କୌର ୧୦ ବଲ୍ରେ ୧୬ ରନ୍ କରିଥିଲେ। ଏହା ଫଳରେ ଭାରତ ଶ୍ରୀଲଙ୍କା ପାଇଁ ୨୨୨ ରନର ଲକ୍ଷ୍ୟ ଧାର୍ଯ୍ୟ କରିଥିଲା।
ଏହାସହ ପଢ଼ନ୍ତୁ: BCCI ନେବ ବଡ଼ ନିଷ୍ପତ୍ତି, ଦିନିକିଆ ଖେଳିବେନି ପନ୍ତ...
ଭାରତ ସିରିଜର ପୂର୍ବ ତିନୋଟି ମ୍ୟାଚରେ ଶ୍ରୀଲଙ୍କା ଦେଇଥିବା ଟାର୍ଗେଟକୁ ପିଛା କରି ଜିତି ଆସୁଥିଲା। ସବୁବେଳେ ୧୪.୪ ଓଭର ପୂର୍ବରୁ ହିଁ ମ୍ୟାଚ୍ ଜିତି ଯାଉଥିଲା। ଏବଂ ତିନିରୁ ଅଧିକ ୱିକେଟ୍ ମଧ୍ୟ ହରାଇ ନଥିଲା। ପୂର୍ବ ୩ ମ୍ୟାଚରେ ଶ୍ରୀଲଙ୍କା କେବେବି ଭାରତକୁ ୧୨୯ରୁ ଅଧିକ ଲକ୍ଷ୍ୟ ଦେଇପାରି ନଥିଲା।
ଭାରତ ମହିଳା :ଶେଫାଳୀ ବର୍ମା, ସ୍ମୃତି ମନ୍ଧାନା, ହରଲୀନ ଦେଓଲ, ହରମାନପ୍ରୀତ କୌର (ଅଧିନାୟକ), ରିଚା ଘୋଷ, ଦୀପ୍ତି ଶର୍ମା, ଅମାନଜତ କୌର, ଅରୁନ୍ଧତୀ ରେଡ୍ଡୀ, ବୈଷ୍ଣବୀ ଶର୍ମା, ରେଣୁକା ସିଂ ଠାକୁର ଓ ଶ୍ରୀ ଚରଣୀ।ଶ୍ରୀଲଙ୍କା ମହିଳା: ହାସିନି ପେରେରା, ଚାମାରି ଅଟାପଟ୍ଟୁ, ହର୍ଷିତା ସମରବିକ୍ରମା, କବିଶା ଦିଲହରୀ, ଇମେଶା ଦୁଲାନି, ନୀଲକ୍ଷିକା ସିଲଭା, କୁଶାନୀ ନୁଥ୍ୟାଙ୍ଗନା (ୱିକେଟ କିପର), ମାଲଶା ଶେହାନି, ରଶ୍ମିକା ସେଭୱାଣ୍ଡି, କବୟା କବନ୍ଦୀ, ନିମଶା ମଦୁଶାନୀ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories